ତେଜସ ଯୁଦ୍ଧ ବିମାନରେ ଉଡ଼ିଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଙ୍ଗାଲୁରୁରେ ତେଜସ ଯୁଦ୍ଧ ବିମାନ ଉଡ଼ାଣ କରିଥିଲେ। ଶନିବାର ବେଙ୍ଗାଲୁରୁର ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ (ହାଲ) ର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ତେଜସ୍ ବିମାନରେ ବସି ଉଡାଣ ଭରିଛନ୍ତି।
ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ମୋଦି ବେଙ୍ଗାଲୁରୁର ୟେଲାହଙ୍କା ଏୟାରବେସରେ ପହଞ୍ଚିଥିଲେ। ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ ଦ୍ୱାରା ତେଜସ ପ୍ରସ୍ତୁତ କରାଯାଇଛି। ଏହା ଏକ ଡବଲ ସିଟର ସ୍ବଦେଶୀ ହାଲୁକା ଯୁଦ୍ଧ ବିମାନ। ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ୨ ଟି ସ୍କ୍ବାଡ୍ରନ ବାୟୁସେନାରେ ଭର୍ତ୍ତି କରାଯାଇଛି।
ଏହି ଅବସରରେ ସେ 'ତେଜସ୍' ଯୁଦ୍ଧ ବିମାନରେ ବସି ୪୫ ମିନିଟ୍ ଧରି ଆକାଶରେ ଉଡ଼ି ବୁଲିଛନ୍ତି। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଯୁଦ୍ଧ ବିମାନ ଉଡ଼ାଇବା ପରେ ପିଏମ ମୋଦି କହିଛନ୍ତି ଏହି ଅଭିଜ୍ଞତା ଅବିଶ୍ୱସନୀୟ , ଯାହା ଆମ ଦେଶର ସ୍ବଦେଶୀ ଦକ୍ଷତା ଉପରେ ମୋର ଆତ୍ମବିଶ୍ୱାସକୁ ବହୁଗୁଣିତ କରିଛି। ଆମ ଭିତରେ ଆମର ଜାତୀୟ ସାମର୍ଥ୍ୟ ବିଷୟରେ ନବୀକରଣ ହୋଇଥିବା ଗର୍ବ ଏବଂ ଆଶାବାଦୀ ଭାବନା ସୃଷ୍ଟି ହୋଇଛି।
Powered by Froala Editor