ମର୍ମନ୍ତୁଦ ଦୁର୍ଘଟଣା: ଟିପ୍ପର ଓଲଟି ୪ ମୃତ

ମାଲକାନଗିରି : ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ସିମେଣ୍ଟ ବୋଝେଇ ଟିପ୍ପର ଶନିବାର ଦୁର୍ଘଟଣା ଗ୍ରସ୍ତ ହୋଇଛି। ହନ୍ତାଳଗୁଡା ଘାଟିରେ ଭାରସାମ୍ୟ ହରାଇ ଏହି ଟିପ୍ପର ଓଲଟି ୪ ଜଣଙ୍କ ମୃତ୍ୟୁ ଘଟିଛି। ୧୦ରୁ ଅଧିକ ଶ୍ରମିକଙ୍କୁ ନେଇ ଏହି ସିମେଣ୍ଟ ବୋଝେଇ ଟିପ୍ପର ଯାଉଥିବା ବେଳେ ଓଲଟି ପଡି ଦୁର୍ଘଟଣା ଘଟିଛି। ଚିତ୍ରକୋଣ୍ଡାରୁ ଯୋଡାମ୍ବ ଯାଉଥିବା ବେଳେ ହନ୍ତାଳଗୁଡାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।
Powered by Froala Editor