ବୁଲୁଛି ଜଙ୍ଗଲୀ ହାତୀ, ଲୋକେ ଭୟଭୀତ
ଯାଜପୁର : ଦଶରଥପୁର ପଞ୍ଜରାସାହି ସ୍କୁଲ ପଛରେ ବୁଲୁଛି ହାତୀ। ଏନେଇ ଶନିବାର ଖବର ମିଳିଛି। ହ୍ରଦଗଡରୁ ଜଙ୍ଗଲୀ ହାତୀଟି ବୈତରଣୀ ନଦୀ ଦେଇ ଆସିଥିବା ଜଣାପଡିଛି। ଅତି ନିକଟରୁ ହାତୀଟିକୁ ଦେଖି ଗାଁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ହାତୀକୁ ଜଙ୍ଗଲକୁ ଘଉଡାଇବା ପାଇଁ ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚିଛନ୍ତି।
Powered by Froala Editor