ପ୍ରକାଶ ରାଜଙ୍କୁ ଇଡିର ନୋଟିସ ଜାରି

ନୂଆଦିଲ୍ଲୀ : ତାମିଲନାଡୁ ପ୍ରଣବ ଜୁଏଲରୀ ସ୍କାମ ମାମଲାରେ ଅଭିନେତା ପ୍ରକାଶ ରାଜଙ୍କୁ ଇଡି ପକ୍ଷରୁ ସମନ ଜାରି ହୋଇଛି। ପୁଞ୍ଜି ସ୍କିମ ଠକେଇ ମାମଲାରେ ପ୍ରକାଶ ରାଜଙ୍କୁ ପ୍ରବର୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସମନ ଜାରି କରାଯାଇଛି । ପ୍ରିଭେନସନ ଅଫ୍ ମନି ଲଣ୍ଡ୍ରିଂ ଆକ୍ଟ ଅନୁଯାୟୀ ହାଜର ହେବାକୁ ପ୍ରକାଶଙ୍କୁ ନୋଟିସ ଜାରି କରିଛି ଇଡି ।
ତିରୁଚିରାପଲ୍ଲୀର ଏକ ଜୁଏଲରୀ ଗ୍ରୁପ୍ ବିରୋଧରେ ୧୦୦ କୋଟିର ପଞ୍ଜି ସ୍କିମ୍ ଓ ଜାଲିଆତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ କେସ୍ ରେ ପ୍ରକାଶ ରାଜଙ୍କୁ ସମନ ହୋଇଛି। ତିରୁଚିରାପଲ୍ଲୀ ସ୍ଥିତ ପ୍ରଣବ ଜୁଏଲର୍ସ ନାମକ କମ୍ପାନୀ ବିରୋଧରେ ଏକ ମାମଲାର ତଦନ୍ତ କରୁଛି ଇଡି । ନଭେମ୍ବର ୨୦ରେ କେନ୍ଦ୍ରୀୟ ଏଜେନ୍ସି ଏହି କମ୍ପାନୀ ଉପରେ ଚଢ଼ାଉ କରି ୨୩.୭୦ ଲକ୍ଷର ହିସାବ ବହିର୍ଭୂତ ନଗଦ ଟଙ୍କା ଏବଂ କିଛି ସୁନା ଅଳଙ୍କାର ଜବତ କରିଥିଲା ।
ପ୍ରକାଶ ରାଜ (୫୮) ଏହି କମ୍ପାନୀର ବ୍ରାଣ୍ଡ୍ ଆମ୍ବାସାଡର ଥିଲେ । ଆସନ୍ତା ସପ୍ତାହରେ ତାଙ୍କୁ ଚେନ୍ନାଇ ସ୍ଥିତ ଇଡି କାର୍ୟ୍ୟାଳୟରେ ହାଜର ହେବାକୁ କୁହାଯାଇଛି।
Powered by Froala Editor