କ୍ରିକେଟର ଶ୍ରୀସନ୍ଥଙ୍କ ବିରୋଧରେ ରୁଜୁ ହେଲା ଧାରା ୪୨୦

ଫିକ୍ସିଂ ମାମଲାରେ କ୍ରିକେଟର ଏସ୍ ଶ୍ରୀସନ୍ଥଙ୍କ ଅଡ଼ୁଆ ବଢ଼ିଛି। କେରଳର ଜଣେ ବ୍ୟକ୍ତି ଶ୍ରୀସନ୍ଥ ଓ ତାଙ୍କର ଦୁଇ ସହଯୋଗୀ ରାଜୀବ କୁମାର ଏବଂ ଭେଙ୍କଟେଶ କିନିଙ୍କ ବିରୋଧରେ ଠକେଇ ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗର ପ୍ରାଥମିକ ଯାଞ୍ଚ କରି ପୁଲିସ୍ ବିଧିବଦ୍ଧ ଭାବେ ମାମଲା ରୁଜୁ କରିଛି।
ରିପୋର୍ଟରୁ ପ୍ରକାଶ, ଚୌଣ୍ଡାର ଅଭିଯୋଗକାରୀ ସାହିଶ ଗୋପାଳନ୍ ପୁଲିସ ନିକଟରେ କରିଥିବା ଅଭିଯୋଗରେ କହିିଛନ୍ତି ଯେ ରାଜୀବ କୁମାର ଏବଂ ଭେଙ୍କଟେଶ କିନି ୨୦୧୯ ଏପ୍ରିଲ ୨୫ ତାରିଖରେ କର୍ଣ୍ଣାଟକର କୋଲ୍ଲରରେ ଏକ କ୍ରୀଡ଼ା ଏକାଡେମୀ ନିର୍ମାଣ କରିବେ ବୋଲି କହି ତାଙ୍କୁ ଏହି ଏକାଡେମୀରେ ଅଂଶୀଦାର ହେବାକୁ ପ୍ରସ୍ତାବ ଦେଇଥିଲେ। ଏଥିସହ ସେମାନେ ଦର୍ଶାଇଥିଲେ ଯେ ଏହି ଏକାଡେମୀରେ ଶ୍ରୀସନ୍ଥ ଅଂଶୀଦାର ଅଛନ୍ତି । ପରବର୍ତ୍ତୀ ସମୟରେ କ୍ରୀଡ଼ା ଏକାଡେମୀ ନିର୍ମାଣ ବାହାନାରେ ତାଙ୍କଠାରୁ ବିଭିନ୍ନ ତାରିଖରେ ୧୮.୭୦ ଲକ୍ଷ ଟଙ୍କା ନେଇଥିଲେ।
କିନ୍ତୁ ପରବର୍ତ୍ତୀ ସମୟରେ ସେ ଜାଣିବାକୁ ପାଇଥିଲେ ଯେ କ୍ରିକେଟର ଏସ୍ ଶ୍ରୀସନ୍ଥଙ୍କ ସହ ମିଶି ରାଜୀବ କୁମାର ଏବଂ ଭେଙ୍କଟେଶ କ୍ରୀଡ଼ା ଏକାଡେମୀରେ ଅଂଶୀଦାର କରିବାର ପ୍ରତିଶ୍ରୁତି ଦେଇ ତାଙ୍କ ଠାରୁ ୧୮.୭୦ ଲକ୍ଷ ଟଙ୍କା ଠକି ନେଇଛନ୍ତି।
ଶେଷରେ ଗୋପାଲନ ପୁଲିସ୍ରେ ଏନେଇ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରି ରାଜୀବ, ଭେଙ୍କଠେଶ ଓ ଶ୍ରୀସନ୍ଥଙ୍କ ବିରୋଧରେ ଧାରା ୪୨୦ ଅନୁଯାୟୀ ମାମଲା କରିଛି।
Powered by Froala Editor