ଚାଇନାରେ ପୁଣି ବ୍ୟାପିଛି ଅଜଣା ରୋଗ

ବେଜିଂ: ଚାଇନାରେ ପୁଣି ଏକ ଅଜଣା ରୋଗ ବ୍ୟାପିଛି। ସ୍ବାଇନ ଫ୍ଲୁ ଭଳି ରୋଗ ଅଧିକାଂଶ ପିଲାଙ୍କ ମଧ୍ୟରେ ବ୍ୟାପୁଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ) ଏହି ରହସ୍ୟମୟ ରୋଗ ବିଷୟରେ ଅଧିକ ସୂଚନା ପାଇଁ ବେଜିଂକୁ କହିଛି। ଖବର ଅନୁଯାୟୀ, ଚାଇନାର ଡାକ୍ତରଖାନାଗୁଡ଼ିକରେ ଏହି ଅଜଣା ରୋଗରେ ପୀଡିତ ରୋଗୀ ଭର୍ତ୍ତି ହୋଇଛନ୍ତି। ଏହି ରୋଗ ଦ୍ୱାରା ପିଲାମାନେ ଶ୍ୱାସକ୍ରିୟାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏହି ରୋଗ ପାଇଁ କୋଭିଡ-୨୦ ପ୍ରତିବନ୍ଧକର ଢିଲାକୁ ଡବ୍ଲୁଏଚ୍ଓ ଦାୟୀ କରିଛି। ଡବ୍ଲୁଏଚ୍ଓ ଅସୁସ୍ଥ ପିଲାମାନଙ୍କଠାରେ ସ୍ବାଇନ ଫ୍ଲୁ, SARS-CoV-2, ମାଇକୋପ୍ଲାଜମା ନିମୋନିଆ ସମ୍ବନ୍ଧରେ ଅତିରିକ୍ତ ସୂଚନା ଲୋଡିଛି। ଚାଇନାରେ ପିଲାମାନେ ଅସୁସ୍ଥ ହୋଇପଡିଥିବା ଘଟଣାଗୁଡ଼ିକ କୋଭିଡ ପରି ଲକ୍ଷଣଗୁଡିକର ପୁନରାବୃତ୍ତି ପରି ମନେହୁଏ।
Powered by Froala Editor