ମୋଦିଙ୍କର ପ୍ରଶଂସକ ପାଲଟିଛନ୍ତି ଶୋଏବ ଅଖତର

ଇସଲାମାବାଦ : ବିଶ୍ୱକପ ୨୦୨୩ର ଅନ୍ତିମ ମ୍ୟାଚରେ ନିରାଶ ହେବା ପରେ ଭାରତୀୟ ଖେଳାଳିମାନେ ହତାଶ ହୋଇ ପଡିଥିଲେ। ତେବେ ଟୁର୍ନାମେଣ୍ଟରେ ଟିମ ଇଣ୍ଡିଆର ପ୍ରଦର୍ଶନ ପ୍ରଶଂସନୀୟ ଥିଲା। ମ୍ୟାଚ ପରେ ଯେତେବେଳେ ସମସ୍ତ ଖେଳାଳି ଦୁଃଖରେ ବୁଡି ଯାଇଥିଲେ, ସେତେବେଳେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କ ଆତ୍ମବିଶ୍ୱାସ ବଢାଇବା ପାଇଁ ଡ୍ରେସିଂ ରୁମରେ ପହଞ୍ଚିଥିଲେ। ସେ ଖେଳାଳିଙ୍କ ପ୍ରଦର୍ଶନକୁ ପ୍ରଶଂସା କରି କହିଥିଲେ ଏହା ଏକ ଖେଳ ଏଥିରେ ବିଜୟ ଏବଂ ପରାଜୟ ଅଛି। ତୁମେମାନେ କ୍ରମାଗତ ୧୦ ଟି ମ୍ୟାଚ ଜିତିଛ। ଗୋଟିଏ ପରାଜୟ ତୁମମାନଙ୍କୁ ଭାଙ୍ଗି ପାରିବ ନାହିଁ। ସାହସ ରଖ ଏବଂ ତୁମର ସାଥୀମାନଙ୍କର ଯତ୍ନ ନିଅ ।
ଏହି ଦୁଃଖରେ ପ୍ରଧାନମନ୍ତ୍ରୀଙ୍କ ସାନ୍ତ୍ୱନା ପାଇବା ପରେ ଖେଳାଳିମାନେ ବହୁତ ଖୁସି ମନେ ହେଉଥିଲେ। ପଡୋଶୀ ଦେଶ ପାକିସ୍ତାନରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ବ୍ୟବହାରିକ କାର୍ୟ୍ୟ ପ୍ରଶଂସା କରାଯାଉଛି। ପୂର୍ବତନ କ୍ରିକେଟର ଶୋଏବ ଅଖତର ମଧ୍ୟ ମୋଦିଙ୍କର ପ୍ରଶଂସକ ପାଲଟିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଖେଳାଳିଙ୍କ ପ୍ରତି ପିଲାମାନଙ୍କ ଭଳି ବ୍ୟବହାର କରିଛନ୍ତି।
ସେ କହିଛନ୍ତି, ଭାରତର ପ୍ରଧାନମନ୍ତ୍ରୀ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ଏହି ଦୁଃଖ ସମୟରେ ଖେଳାଳିମାନଙ୍କ ସହ ଅଛନ୍ତି। ଦଳ ପାଇଁ ଏହା ଏକ ବଡ ମନୋଭାବ ଥିଲା। ଏକ ରାଷ୍ଟ୍ର ଭାବରେ ଭାରତ ନିଜ ଖେଳାଳିଙ୍କ ସହ ଛିଡା ହୋଇଛି। ଏହା ଏକ ବହୁତ ସୁନ୍ଦର ଏବଂ ଭାବପ୍ରବଣ ମୁହୂର୍ତ୍ତ। ପିଏମ ମୋଦି ଟିମ ଇଣ୍ଡିଆର ଖେଳାଳି ମାନଙ୍କ ମନୋବଳ ବୃଦ୍ଧି କରିଛନ୍ତି । ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
Powered by Froala Editor