ସକାଳ ଜଳଖିଆରେ ଆଦୌ ଖାଆନ୍ତୁନି ଏହି ୫ଟି ଖାଦ୍ୟ

ସାଧାରଣତ ସକାଳ ଜଳଖିଆ ସମୟରେ ଶରୀରକୁ ଶକ୍ତି ଯୋଗାଇଲା ଭଳି ଖାଦ୍ୟ ଆମେ ଖାଇଥାଉ । ସକାଳର ବ୍ୟସ୍ତତା ଭରା ଜୀବନରେ ସବୁଠାରୁ ସହଜ ଉପାୟ ହେଉଛି ରେଡିମେଟ୍ ଖାଦ୍ୟ । କିନ୍ତୁ ଏପରି ଖାଦ୍ୟ ଖାଇବା ଦ୍ୱାରା ପେଟ ସିନା ପୂରା ହୁଏ କିନ୍ତୁ, ଏହା ଶରୀରକୁ ଶକ୍ତି ଯୋଗାଇନଥାଏ । ଓଟସ୍, ନଟସ୍, ବିଭିନ୍ନ ପରିବା ଶରୀରକୁ ମ୍ୟାଗ୍ନେସିୟମ୍, ପୋଟାସିୟମ୍ ସହିତ ହୃଦୟକୁ ସୁସ୍ଥ ରଖେ । ସକାଳର ଭୋଜନ ଖାଇବା ଦ୍ୱାରା ପୂରା ଦିନ ଆପଣଙ୍କୁ ସକରାତ୍ମକ ଉର୍ଜା ପ୍ରସାରିତ କରିଥାଏ । ଚାଲନ୍ତୁ ଏବେ ଜାଣିବା କଣ ଖାଇଲେ ଆମେ ନିଜକୁ ଫୂର୍ତ୍ତ ଅନୁଭବ କରିପାରିବା ।
କଫି : ସକାଳୁ ସକାଳୁ କଫି ପିଇଲେ କ୍ରେଟିସେଲର ମାତ୍ରା ବଢି ପାରେ, କାହିଁକି ନା ସକାଳ ସମୟରେ ହରମୋନ୍ ଗୁଡିକ ଉଚ୍ଚ ସ୍ତରରେ ଥାଆନ୍ତି । ଶରୀର ପ୍ରାକୃତିକ ତନ୍ତ୍ର ଆମକୁ ସକ୍ରିୟ ରଖିବାରେ ସାହାର୍ଯ୍ୟ କରିଥାଏ । କଫି ପିଇବା ଦ୍ୱାରା କ୍ରେଟିସେଲର ବଢିବା ସହ ହରମୋନ୍ ସନ୍ତୁଳନ ଉପରେ ନକାରାତ୍ମକ ପ୍ରଭାବ ପକାଏ । ରକ୍ତ
ଚାପ ପରି ଅନେକ ସମସ୍ୟା ଦେଖାଯାଏ । ଯଦି ଆପଣ ଏହାର ସେବନ କରିବାକୁ ଚାହୁଛନ୍ତି ତେବେ ଜଳଖିଆ ଖାଇବା ପରେ ଖାଆନ୍ତୁ ।
ଫଳରସ : ଫଳରସରେ ଫାଇବର ନଥାଏ ଏବଂ ଏହାକୁ ସକାଳୁ ସେବନ କଲେ ରକ୍ତରେ ସର୍କରାର ସ୍ତର ବଢିପାରେ । ମଧୁମେହ ଓ ଅନ୍ୟ ଚୟାପଚୟ ସମ୍ବନ୍ଧୀୟ ରୋଗରେ ପୀଡିତ ଲୋକଙ୍କୁ ନିଜର ସ୍ଥିତି ନିୟନ୍ତ୍ରିତ କରିବା ପାଇଁ ଜୁସ୍ ବଦଳରେ ଫଳର ସେବନ କରିବା ଉଚିତ୍ । ଲେମ୍ଭୁ ପାଣି, କାକୁଡି ରସ ପରି ବିକଳ୍ପ ବ୍ୟବହାର କରିପାରିବେ ।
ପ୍ୟାନ୍କେକ୍ ଓ ୱାଫେଲ : ପ୍ୟାନ୍କେକ୍ ଓ ୱାଫେଲ ହୁଏତ ସକାଳର ବ୍ୟସ୍ତତାଭରା ଜୀବନରେ ଏକ ସୁବିଧାଜନକ ବିକଳ୍ପ ହୋଇପରେ, ଯେତେବେଳେ ଲୋକେ ନିଜ ଭୋକ ଦୂର କରିବା ପାଇଁ ସଠିକ୍ ଖାଦ୍ୟ ଖାଇପାରନ୍ତି ନାହିଁ । ସାଧାରଣତ ସକାଳେ ଏହାକୁ ପ୍ରଥମେ ଖାଇଲେ ସାରା ଦିନ ଆପଣଙ୍କୁ ଅସ୍ୱାସ୍ଥ୍ୟକର ଖାଇବାର ଲାଳସା ହୋଇପାରେ । ଯାହା ଆପଣଙ୍କ ଶକ୍ତି କମ୍ ହେବା ସହ ଉତ୍ପାଦକତା କମ୍ ହୋଇଯାଏ ।
ଶସ୍ୟ ଜାତୀୟ ଖାଦ୍ୟ : ହୁଏତ ଶସ୍ୟ ଜାତୀୟ ଖାଦ୍ୟ ଆପଣଙ୍କୁ ସ୍ୱାସ୍ଥ୍ୟକର ଲାଗିପାରେ କିନ୍ତୁ, ବାସ୍ତବରେ ଏଥିରେ ଅତ୍ୟଧିକ ଶସ୍ୟ ସାମଗ୍ରୀ ରହିଥାଏ । ଏଥିରେ ବ୍ୟବହୃତ ହେଉଥିବା ଚିନି ଓ ଅନ୍ୟ ସମସ୍ତ ପଦାର୍ଥରେ ଫାଇବର ରହିଥାଏ ।
ଚାହା : ଉଠିବା ପରେ ସଙ୍ଗେସଙ୍ଗେ ଚା ପିଇବା ଦ୍ୱାରା କଫି ପରି ଫାଇଦା ହେବା ବଦଳରେ କ୍ଷତି ହୋଇପାରେ । ସକାଳେ ପ୍ରଥମେ ଚିନି, କ୍ୟାଫେନ୍ ଓ ନିକୋଟିନ୍ ପରି ଉଚ୍ଚ ଖୁରାକ ଏସିଡିଟି, ଜ୍ୱଳନ ଏବଂ ବ୍ଲଡ୍ ସୁଗାର୍କୁ ବଢାଇଥାଏ ।
Powered by Froala Editor