ୟୁଏଫ୍ଓର ପିଛା କଲା ଫାଇଟର୍ ଜେଟ୍ ରାଫେଲ

ରବିବାର ଇମ୍ଫାଲ ବିମାନବନ୍ଦର ନିକଟରେ ଏକ ଅଚିହ୍ନା ଉଡ଼ନ୍ତା ବସ୍ତୁ (unidentified flying object) ଦୃଷ୍ଟିଗୋଚର ହେବା ପରେ ଭାରତୀୟ ବାୟୁସେନା (ଆଇଏଏଫ୍) ରାଫେଲ ଲଢୁଆ ବିମାନକୁ ଲଗାଇ ଖୋଜାଖୋଜି କରିଥିବା ଜାଣିବାକୁ ମିଳିଛି।
ଉଲ୍ଲେଖଯୋଗ୍ୟ, ରବିବାର ଇମ୍ଫାଲ ବିମାନ ବନ୍ଦରରେ ଏକ ୟୁଏଫ୍ଓ ଉଡ଼ୁଥିବା ନେଇ ସିଆଇଏସ୍ଏଫ୍ର ଜଣେ ଯବାନ ସୂଚନା ଦେଇଥିଲେ। ଏହାପରେ ଅନ୍ୟ ବିମାନ ଚଳାଚଳ ପ୍ରଭାବିତ ହୋଇଥିଲା। ଅନେକ ବିମାନର ଉଡ଼ାଣକୁ ବାତିଲ କରାଯାଇଥିଲା। ଏଥିସହ ତୁରନ୍ତ ଭାରତୀୟ ବାୟୁସେନାର ଦୁଇ ରାଫେଲ ଫାଇଟର୍ ଜେଟ୍ ଏହି ୟୁଏଫ୍ଓର ପିଛା କରିଥିଲେ।
ଅତ୍ୟାଧୁନିକ ସେନ୍ସରରେ ସଜ୍ଜିତ ରାଫେଲ ବିମାନଟି ୟୁଏଫଓକୁ ଖୋଜିବା ପାଇଁ ସନ୍ଦିଗ୍ଧ ଅଞ୍ଚଳରେ ନିମ୍ନସ୍ତରୀୟ ଉଡ଼ାଣ କରିଥିଲେ ମଧ୍ୟ ସେଠାରେ ତାହାର ଚିହ୍ନବର୍ଣ୍ଣ ବି ମିଳି ନଥିଲା। ତେବେ, ପ୍ରଥମ ରାଫେଲ ବିମାନଟି ବେସ୍କୁ ଫେରିବା ପରେ ଆଉ ଗୋଟିଏ ରାଫେଲ ଯୁଦ୍ଧ ବିମାନକୁ ଖୋଜାଖୋଜି ପାଇଁ ପଠାଯାଇଥିଲା। କିନ୍ତୁ ୟୁଏଫଓକୁ ଆଖପାଖ ଅଞ୍ଚଳରେ ଦେଖିବାକୁ ମିଳି ନଥିଲା।
ଇଷ୍ଟର୍ଣ୍ଣ କମାଣ୍ଡ ‘ଏକ୍ସ’ (ପୂର୍ବରୁ ଟ୍ଵିଟର)ରେ କରିଥିବା ଏକ ପୋଷ୍ଟରେ କହିଛି, ଇମ୍ଫାଲ ବିମାନବନ୍ଦରରୁ ମିଳିଥିବା ଭିଜୁଆଲ୍ ସୂଚନା ଆଧାରରେ ଭାରତୀୟ ବାୟୁସେନା ଏହାର ଏୟାର ଡିଫେନ୍ସ ରେସପନ୍ସ ମେକାନିଜିମ୍କୁ ସକ୍ରିୟ କରିଛି। ଏହାପରେ ଆଉ ୟୁଏଫଓକୁୁ ଦେଖିବାକୁ ମିଳି ନଥିଲା।
Powered by Froala Editor