ସାଇବର ଠକେଇ : ଚେୟାର ପାଇଁ କଟିଗଲା ୧.୨୦ ଲକ୍ଷ

ସରକାର ଯେତେ ସତର୍କ ସାଇବର ଠକ ସେତେ ଚାଲାକ । ନୂଆ ନୂଆ ତରିକା ମିଳିଯାଉଛି ଲୋକଙ୍କୁ ଠକିବା ପାଇଁ । ମୁମ୍ବାଇରେ କିଛି ସେଭଳି ଘଟଣା ଘଟିଛି। ମୁମ୍ବାଇର ମଲାଡରେ ରହୁଥିବା ମେଘା(୪୦) ନାମକ ଜଣେ ମହିଳାଙ୍କ ଆକାଉଣ୍ଟରୁ ୧.୨୦ ଲକ୍ଷ ଟଙ୍କା କଟି ଯାଇଥିବା ଜଣାପଡ଼ିଛି।
ସୂଚନା ମୁତାବକ, ମେଘା ଆମାଜନରୁ ୧୫ହଜାର ଟଙ୍କାର ଏକ ଚେୟାର ଅର୍ଡର କରିଥିଲେ। ଏହା ଡେଲିଭର ନହେବାରୁ ମେଘା ଟ୍ରାକିଂ ବିବରଣୀ ଚେକ୍ କରି ପାର୍ସଲ ଆଣୁଥିବା କମ୍ପାନି ସହ ଯୋଗାଯୋଗ କରିଥିଲେ। ଜଣେ ଯୁବକ ଫୋନ ଉଠାଇ ଡେଲିଭରୀ କମ୍ପାନିର କର୍ମଚାରୀ ବୋଲି କହିବା ପରେ ଆପଣ ଭୁଲ ଠିକଣା ଦେଇଥିବା କହିଲା। ଏହା ପରେ ଲିଙ୍କ ପଠାଇ ସଠିକ୍ ଠିକଣା ଦେଇ ସବମିଟ କରନ୍ତୁ ବୋଲି ଯୁବକ ଜଣକ ମେଘାଙ୍କୁ କହିଥିଲେ।
ମେଘା ଲିଙ୍କ ଉପରେ କ୍ଲିକ୍ କରିବା ପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟର ପୂରା ବିବରଣୀ ନେଇ ଯାଇଥିଲେ ସାଇବର ଠକ। ସଠିକ୍ ଠିକଣା ଦେବା ପରେ ତାଙ୍କ ପାର୍ସଲ ଡେଲିଭର ହୋଇଥିଲା। ହେଲେ ୧୫ ହଜାର ବଦଳରେ ତାଙ୍କ ଆକାଉଣ୍ଟରୁ ୧.୨୦ ଲକ୍ଷ ଟଙ୍କା କଟିଯାଇଥିଲା। ସେ ଥାନାରେ ଏତଲା ଦେଇଛନ୍ତି । ହେଲେ ସାଇବର ଠକଙ୍କ ଏଭଳି କାରନାମା ପାଇଁ ଆମାଜନ ଉପରେ ବି ଗ୍ରାହକ ପ୍ରଶ୍ନ ଉଠାଇଛନ୍ତି । ନାଦୀ କମ୍ପାନୀ ହୋଇଥିବାରୁ ଗ୍ରାହକ ଚିନ୍ତାରେ ପଡିଯାଇଛନ୍ତି ।
Powered by Froala Editor