ଭାରତର ପରାଜୟ ସହିପାରିଲେନି, ଆତ୍ମହତ୍ୟା କରିଦେଲେ ଯୁବକ
ଆଇସିସି ଓ୍ୱାର୍ଲ୍ଡକପ୍ର ଫାଇନାଲ ମ୍ୟାଚ୍ରେ ଭାରତର ପରାସ୍ତ ହୋଇଛି। ଭାରତ ବିଶ୍ୱକପ୍ ଫାଇନାଲ ହାରିବା ସମସ୍ତଙ୍କୁ ନିରାଶ କରିଛି। ପଶ୍ଚିମବଙ୍ଗର ଜଣେ ଯୁବକ ଭାରତର ପରାଜୟକୁ ସହ୍ୟ କରିପାରି ନାହାନ୍ତି। ଏହି ପରାଜୟକୁ ସହି ନପାରି ଜଣେ ଯୁବକ ଜୀବନ ହାରି ଦେଇଛନ୍ତି। ମୃତ ଯୁବକଙ୍କ ନାମ ରାହୁଲ ଲୋହାର ଓ ବୟସ ୨୩ବର୍ଷ ବୋଲି ଜଣାପଡ଼ିଛି।
ରାହୁଲ କ୍ରିକେଟର ଜଣେ ବଡ଼ ପ୍ରଶଂସକ ଥିଲେ। ତେବେ ଗତକାଲି ଓ୍ୱାର୍ଲ୍ଡ କପ୍ରେ ଭାରତ ହାରିବା ପରେ ସେ ଏହାକୁ ସହ୍ୟ କରି ପାରିନାହାନ୍ତି। ଡିପ୍ରେସନ ଯୋଗୁ ନିଜ ଘରେ ଫାଶୀ ଲଗାଇ ସେ ଆତ୍ମହତ୍ୟା କରିଛନ୍ତି।
ଭାରତର ପରାଜୟ ପରେ ରାହୁଲ କାହାକୁ କିଛି ନକହି ଘର ଭିତରେ ପଶି ଭିତରୁ କବାଟ ବନ୍ଦ କରି ଦେଇଥିଲେ। ପରିବାରଲୋକ ରାହୁଲଙ୍କ ଉପରେ ବିଶେଷ କିଛି ଧ୍ୟାନ ଦେଇ ନଥିଲେ। ଅନେକ ସମୟ ଧରି ପୁଅ ଘରୁ ନବାହାରିବାରୁ ମା’ କବାଟ ବାଡେଇଥିଲେ। ଭିତରୁ କୌଣସି ଶବ୍ଦ ନଶୁଣା ଯିବାରୁ ସନ୍ଦେହ ହୋଇଥିଲା। ଶେଷରେ ପରିବାରଲୋକ ପଡ଼ିଶାଙ୍କ ସାହାଯ୍ୟରେ କବାଟ ଭାଙ୍ଗି ଭିତରେ ପଶିଗଲା ବେଳକୁ ପୁଅର ଝୁଲନ୍ତା ମୃତଦେହ ଦେଖି ମା’ ଓ ବାପା ଚେତଶୂନ୍ୟ ହୋଇପଡ଼ିଥିଲେ।ଭାରତ ଅଷ୍ଟ୍ରେଲିଆ ଠାରୁ ହାରିବା ପରେ ରାହୁଲ ଆତ୍ମହତ୍ୟା କରିଥିବା ନେଇ ତାଙ୍କ ପରିବାର ଲୋକେ କହିଛନ୍ତି।
Powered by Froala Editor