ଉପବାଚସ୍ପତି ପ୍ରାର୍ଥୀ ସାଲୁଗା ପ୍ରଧାନ
ଭୁବନେଶ୍ୱର: ବିଧାନସଭାର ଉପବାଚସ୍ପତି ପ୍ରାର୍ଥୀଭାବେ ବିଜେଡି ପକ୍ଷରୁ ସାଲୁଗା ପ୍ରଧାନ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଜି.ଉଦୟଗିରି ବିଧାୟକ ଶ୍ରୀ ପ୍ରଧାନ ବିଜେଡି ପକ୍ଷରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି । କନ୍ଧମାଳ ଜିଲ୍ଲା ଆଦିବାସୀ ଚେହେରା ହେଉଛନ୍ତି ସାଲୁଗା ପ୍ରଧାନ । ସେ ୨୦୦୦ରୁ ୨୦୦୪ ଓ ୨୦୧୯ରେ ସେ ବିଧାୟକଭାବେ ନିର୍ବାଚିତ ହୋଇଛନ୍ତି ।
ଆସନ୍ତାକାଲି ନିର୍ବାଚନ ହେବ। ଗତ ୮ ତାରିଖରେ ଉପବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ରଜନୀକାନ୍ତ ସିଂହ। ୨୦୧୯ରୁ ଉପବାଚସ୍ପତି ଭଳି ସାମ୍ବିଧାନିକ ପଦରେ ଥିବାରୁ ସଂଗଠନକୁ ଗୁରୁତ୍ୱ ଦେଇପାରିନଥିଲେ ରଜନୀକାନ୍ତ। ବାଚସ୍ପତିଙ୍କୁ ଇସ୍ତଫା ପତ୍ର ଦେବା ପରେ ସେ ନିଜ ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀ ଅନୁଗୁଳର ସଂଗଠନ ଦାୟିତ୍ୱ ନେବେ ବୋଲି ଗଣମାଧ୍ୟମକୁ କହିଥିଲେ।
Powered by Froala Editor