ଭାରସାମ୍ୟ ହରାଇ କେନାଲ ଭିତରକୁ ଖସିଲା କାର୍, ଜଣେ ମୃତ
କଟକ : କେନାଲ ଭିତରକୁ ଖସିପଡିଲା କାର୍ । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । କଟକ କନ୍ଦରପୁର ଅଥଙ୍ଗା ଅଞ୍ଚଳରେ ଘଟିଛି ଦୁର୍ଘଟଣା ।
ଖବର ଅନୁଯାୟୀ, କନ୍ଦରପୁର ଅଥଙ୍ଗା ଅଞ୍ଚଳରେ ଏକ କାର୍ଟି ଦୁର୍ଘଟଣାର ଶିକାର ହୋଇଥିଲା । ଯାହାପରେ ଗାଡି ଭାରସାମ୍ୟ ହରାଇ କେନାଲ ଭିତରକୁ ଖସିପଡିଥିଲା । ଏହାପରେ କାର୍ରେ ଥିବା ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ହେଲେ ଏବେ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । ପୋଲିସ ତଦନ୍ତ ପରେ ମୃତକଙ୍କ ସଠିକ୍ ପରିଚୟ ଏବଂ ଦୁର୍ଘଟଣା ସଂପର୍କରେ ସବିଶେଷ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି ।
Powered by Froala Editor