ଟିମ୍ ଇଣ୍ଡିଆକୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
ଭୁବନେଶ୍ୱର : ରବିବାର ବିଶ୍ୱକପ୍ ୨୦୨୩ର ଫାଇନାଲ ମୁକାବିଲା । ଟାଇଟଲ ପାଇଁ ଲଢିବେ ଭାରତ-ଅଷ୍ଟ୍ରେଲିଆ । ଅପରାହ୍ନ ୨ଟାରେ ଖେଳାଯିବ ମ୍ୟାଚ୍ । ହେଲେ ଏହା ପୂର୍ବରୁ ଚାରିଆଡୁ ଛୁଟୁଛୁ ଶୁଭେଚ୍ଛାର ସୁଅ ।
ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଭାରତୀୟ ଟିମ୍ ଚଳିତ ବିଶ୍ୱକପ୍ ଫାଇନାଲ ମୁକାବିଲା ଖେଳୁଛି । ତେଣୁ ପୁରା ଟିମ୍କୁ ଶୁଭେଚ୍ଛା ଜଣାଉଛି। ବର୍ତ୍ତମାନ ଯାଏଁ ଟିମ୍ ବିଶ୍ୱକପ୍ ୨୦୨୩ରେ ଅପରାଜେୟ ରହିଛି । ତେଣୁ ଆଜିର ମ୍ୟାଚ୍ ଜିତି ତୃତୀୟ ଥର ଲାଗି ଭାରତୀୟ ବିଶ୍ୱକପ୍ ଟ୍ରଫି ହାତେଇବ।
ସୂଚନାଯୋଗ୍ୟ ଯେ, ରବିବାର ଗୁଜୁରାଟ ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳାଯିବ ଫାଇନାଲ୍ ମ୍ୟାଚ୍ । ୨୦୨୩ ଦିନିକିଆ ବିଶ୍ୱକପ୍ର ଫାଇନାଲ ମ୍ୟାଚ୍ରେ ମୁହାଁମୁହିଁ ହେବେ ଦୁଇ ଶକ୍ତଶାଳୀ ଦଳ ଭାରତ-ଅଷ୍ଟ୍ରେଲିଆ । ରବିବାର ଦିନ ଅପରାହ୍ନ ୨ଟାରେ ଖେଳାଯିବ ଏହି ମ୍ୟାଚ୍ ।
Powered by Froala Editor