ବୈତରଣୀ ତଟ ଗାଁରେ ବୁଲୁଛି ବାଘ
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ବୈତରଣୀ ନଦୀ ତଟ ପଂଚୁପଲୀ ଗାଁରେ ବାଘ ଆତଙ୍କକୁ ନେଇ ଆଖପାଖ ଗ୍ରାମରେ ଭୟର ବାତାବରଣ ଦେଖାଯାଇଛି । ସ୍ଥାନୀୟ ବାସିନ୍ଦା ଶୁଭମ ମହାନ୍ତିଙ୍କ କହିବା ଅନୁଯାୟୀ,ସେମାନେ ପଂଚୁପଲୀ ସମବାୟ ସମିତର ସର୍ଭେ କାର୍ଯ୍ୟ ପାଇଁ ଅପରାହ୍ନ ୪ ଟା ସମୟରେ ଫେରୁଥିଲେ । ଫେରିବା ବାଟରେ ପାଖାପାଖି ୫ଟା ସମୟରେ ବାଘ ପରି ଏକ ଜୀବ ଚାଷ ଜମିରେ ଚାଲି ଚାଲି ଯାଉଥିବାର ଦେଖିଥିଲେ । ସେମାନେ ମୋବାଇଲ୍ ରେ ଭିଡିଓ ନେଇଥିଲେ ବୋଲି ପ୍ରକାଶ କରିଛନ୍ତି ।
ଭିଡିଓ ଭାଇରାଲ ହେବା ପରେ ପଂଚୁପଲୀ ଗାଁ ରେ ଆତଙ୍କମୟ ପରିବେଶ ସୃଷ୍ଟି ହୋଇଥିଲା । ଆନନ୍ଦପୁର ବନ ବିଭାଗ ଘଟଣାର ଅନୁସନ୍ଧାନ କରିବା ପରେ ଚାଷ ଜମିରେ ପଡିଥିବା ପାଦଚିହ୍ନରୁ ବାଘର ପାଦ ଚିହ୍ନ ବୋଲି ଠାବ କରାଯାଇଛି । ଏହା ଏକ ମଧ୍ୟ ବୟସ୍କ କଲରାପତିରିଆ ବାଘ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ବାଘ ଟି ହଦଗଡ ବନ୍ୟପ୍ରାଣୀ ବନଖଣ୍ଡ ଅଂଚଳରୁ ଆସି ପୁନର୍ବାର ଫେରିଯାଇଥିବା ବନ ବିଭାଗ ଅନୁମାନ କରୁଛି । ଯେହେତୁ ହଦଗଡ ଅଂଚଳରେ ଏହି ପ୍ରଜାତିର ବାଘ ଅଛନ୍ତି ତେଣୁ ହଦଗଡରୁ ବାଘଟି ଆସିଥିବା ବୋଲି ଅନୁମାନ କରାଯାଉଛି । ଖାଦ୍୍ୟ ଓ ପରିବେଶକୁ ନେଇ ନୂତନ ଇଲାକା ସନ୍ଧାନରେ ବାଘଟି ଆସିଥାଇପାରେ । ଗ୍ରାମରେ ବୈଠକ ଏବଂ ଡାକବାଜି ଯନ୍ତ୍ର ଯୋଗେ ଲୋକମାନଙ୍କୁ ସଚେତନ କରାଯାଉଛି ।
Powered by Froala Editor