ମୃତଦେହରୁ କିଡନୀ ଓ ଆଖି ତାଡ଼ି ନେଲେ ଦୁର୍ବୃତ୍ତ
ଭୁବନେଶ୍ୱର:ମୃତଦେହରୁ କିଡନୀ ଓ ଆଖି ତାଡ଼ି ନେଲେ ଦୁର୍ବୃତ୍ତ। ଏମିତି ସଂଗୀନ ଅଭିଯୋଗ ଆସିଛି ରାଜଧାନୀ ଭୁବନେଶ୍ବରରୁ। ମୃତକ ହେଲେ କେଳୁଚରଣ ରାଉତରାୟ। ତାଙ୍କ ଘର ଭୁବନେଶ୍ବର ୟୁନିଟ୍ -୧ ଅଞ୍ଚଳରେ। କେଳୁଚରଣଙ୍କ ଭାଇଙ୍କର ଅଭିଯୋଗ ଅନୁସାରେ ଗତ ଶୁକ୍ରବାରଠାରୁ କେଳୁଚରଣ ନିଖୋଜ ଥିଲେ। ତେବେ ଆଜି ତାଙ୍କର ମୃତଦେହ ଓଲଟପୁର ନିକଟରୁ ମିଳିଛି । ଏକ ବିଲ ମଝିରେ କେଳୁଚରଣ ମୃତଦେହ ମିଳିଛି । ତାଙ୍କ ଶରୀରରୁ ଆଖି ଓ କିଡନୀ କାଢ଼ି ନିଆଯାଇଥିବା ଅଭିଯୋଗ କରିଛନ୍ତି କେଳୁଚରଣଙ୍କର ଭାଇ। ମୃତଦେହକୁ ଏସିଡ୍ ପକାଇ ନଷ୍ଟ କରାଯାଇଛି।
ପେଟରେ କଟାଦାଗ ରହିଛି। ଏଣୁ ହ୍ୟୁମନ୍ ଅର୍ଗାନ୍ ରାକେଟ ଏମିତି କାରନାମା କରିଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ଏ ନେଇ ଭୁବନେଶ୍ବର କ୍ୟାପିଟାଲ୍ ଥାନାରେ କେଳୁଚରଣଙ୍କ ଭାଇ ଏତଲା ଦେଇଛନ୍ତି। ତେବେ କିଛି ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ଅନୁସାରେ କେଳୁଚରଣଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ଭୁବନେଶ୍ୱର ଏକ ନଂ ଷ୍ଟେଟ ବ୍ୟାଙ୍କ ପାଖରୁ ୧୦୮ ଆମ୍ବୁଲାନ୍ସରେ ସେ ହସ୍ପିଟାଲକୁ ଯାଇଥିଲେ। କିନ୍ତୁ ୧୦୮ ଆମ୍ବୁଲାନ୍ସ ତାଙ୍କୁ କେଉଁଠାକୁ ନେଲା ତାହା କାହାରିକୁ ଜଣାନାହିଁ।
Powered by Froala Editor