ଡ୍ୟାମରେ ବୁଡ଼ି ୨ ମୃତ
ରାଉରକେଲା/ ରାଇରଙ୍ଗପୁର: କାଳ ସାଜିଲା ସେଲଫି । ସାଙ୍ଗମାନଙ୍କ ସହ କାଂଶବାହାଲ ଡ୍ୟାମରେ ସେଲଫି ନେବା ବେଳେ ପାଣିରେ ଖସି ପଡ଼ିବାରୁ ଦୁଇଜଣ ଯୁବକଙ୍କର ଦୁଃଖଦ ମୃତୁ୍ୟ ଘଟିଛି । ମୃତକମାନେ ହେଲେ ରାଉରକେଲା ଉଦିତନଗର ବାସନ୍ତୀ କଲୋନୀର ପ୍ରମୋଦ ପରିଡ଼ା (୩୫) ଓ ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ଟ୍ରାଫିକ ଗେଟ ଗଞ୍ଜାମ ବସ୍ତିର ସୁମନ୍ତ ଦେ (୨୬) ।
ମିଳିଥିବା ସୂଚନା ଅନୁସାରେ, ରବିବାର ଛୁଟି ଦିନ ଥିବାରୁ ପ୍ରମୋଦ ଓ ସୁମନ୍ତ ସହ ଅନ୍ୟ ୩ ଜଣ ବନ୍ଧୁ କାଂଶବାହାଲରେ ଥିବା ସେମାନଙ୍କ ଭିତରୁ ଜଣଙ୍କ ଶ୍ୱଶୁର ଘରକୁ ବୁଲିବାକୁ ଯାଇଥିଲେ । ଶ୍ୱଶୁର ଘରେ ପହଞ୍ଚି ଅପରାହ୍ନ ପ୍ରାୟ ୩ଟାରେ ସମସ୍ତେ ମୋଟର ବାଇକରେ କାଂଶବାହାଲ ଡ୍ୟାମ ବୁଲିବାକୁ ଯାଇଥିଲେ । ସାଢେ଼ ୩ଟାରେ ସେମାନେ ଡ୍ୟାମ ନିକଟରେ ପହଞ୍ଚିଥିଲେ । ୩ ଜଣ ସାଙ୍ଗ ଡ୍ୟାମ ଉପରେ ମଜା କରୁଥିବା ବେଳେ ପ୍ରମୋଦ ଓ ସୁମନ୍ତ ସେଲଫି ନେବାକୁ ତଳକୁ ଯାଇଥିଲେ । ଦୁହେଁ ଏକାଠି ଠିଆ ହୋଇ ସେଲଫି ନେଉଥିବା ବେଳେ ପାଣିରେ ଖସିପଡ଼ି ବୁଡ଼ି ନିଖୋଜ ହୋଇଯାଇଥିଲେ ।
Powered by Froala Editor