ତୈଳ ଦର ବୃଦ୍ଧି ନେଇ ବିଜେଡି-ବିଜେପି କଳି

ଭୁବନେଶ୍ୱର: କ୍ରମାଗତ ତୈଳ ଦର ବୃଦ୍ଧିକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି । ଏହି ପରିପ୍ରେକ୍ଷୀରେ ତୈଳ ଦର ବୃଦ୍ଧିକୁ ନିନ୍ଦା କରୁଛୁ ବୋଲି ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା କହିଛନ୍ତି । ଏହାଛଡ଼ା ଗତ ବଜେଟରେ ଅର୍ଥମନ୍ତ୍ରୀ କହିଥିଲେ କୃଷି ସେସ ଦ୍ୱାରା ପ୍ରଭାବ ପଡ଼ିବ ନାହିଁ । କିନ୍ତୁ ଏବେ ଲଗାତାରଭାବେ ୧୬ ଥର ତୈଳ ଦାମ ବଢିଲାଣି । କେନ୍ଦ୍ର ସରକାର ଟ୍ୟାକ୍ସ ହାର କମାଇବା ସହ ରିହାତି ହାର ବଢାନ୍ତୁ ବୋଲି ସଞ୍ଜୟ ଦାସବର୍ମା କହିଛନ୍ତି ।
ଅନ୍ୟପକ୍ଷରେ ବିଜେଡି ଅଭିଯୋଗର ଜବାବ ରଖିଛନ୍ତି ବିଜେପି ମୁଖପାତ୍ର ଯତୀନ ମହାନ୍ତି । ସେ କହିଛନ୍ତି ଯେ, ରାଜ୍ୟ ସରକାର କେନ୍ଦ୍ରକୁ ଦୋଷ ନଦେଇ ନିଜ ଟିକସ ପ୍ରଥମେ ଛାଡ଼ କରନ୍ତୁ । ଏସଡିଜି ରିପୋର୍ଟରେ ରାଜ୍ୟ ସରକାର ନିନ୍ଦା ଓ ଅପବାଦର ସମ୍ମୁଖୀନ ହୋଇଛନ୍ତି । ଯୁବ ବର୍ଗଙ୍କୁ ଟିକାକରଣରେ ଅପଦସ୍ତ ହେବା ପରେ ତୈଳ ଦର ବୃଦ୍ଧିକୁ ବାହାନା କରି ନଜର ହଟାଇବାକୁ ଉଦ୍ୟମ କରାଯାଉଛି ବୋଲି ବିଜେପି ମୁଖପାତ୍ର ଯତୀନ ମହାନ୍ତି କହିଛନ୍ତି ।
Powered by Froala Editor