ବାଲି ମାଫିଆଙ୍କ ଗୁଣ୍ଡାରାଜ : ଥାନାଧିକାରୀଙ୍କୁ ଟ୍ରାକ୍ଟର ଚଢ଼ାଇଦେଲେ
ଦିନ ଦ୍ୱିପହରେ ଚଢ଼ାଉ କରିବାକୁ ଯାଇଥିବା ପୁଲିସ ଟିମ୍କୁ ଟ୍ରକ୍ଟରରେ ଦଳି ଦେଇଛନ୍ତି ବାଲି ମାଫିଆ। ଫଳରେ ଜଣେ ଥାନା ଅଧିକାରୀ ମୃତ୍ୟୁ ହୋଇଛି। ଏଥିସହ ଜଣେ ହୋମଗାର୍ଡ ଗୁରୁତର ହୋଇଛନ୍ତି।
ସୂଚନା ମୁତାବକ, ମଙ୍ଗଳବାର ବାଲି ମାଫିଆମାନେ ମୋହାଲିର ତାଣ୍ଡା ନଦୀରୁ ବାଲି ଚାଲାଣ କରୁଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା। ଏହାପରେ ଗରହି ଥାନା ଅଧିକାରୀ ପ୍ରଭାତ ରଞ୍ଜନ ହୋମଗାର୍ଡ ରାଜେଶ କୁମାରଙ୍କ ସହ ବାଇକ୍ରେ ଚଢ଼ାଉ କରିବାକୁ ପହଞ୍ଚିଥିଲେ। ପୁଲିସ ବାବୁଙ୍କ ବାଇକ୍ ମହୋଲିଆରଟାଣ୍ଡ ନିକଟରେ ପହଞ୍ଚିବା ପରେ ଏକ ଟ୍ରାକ୍ଟର ତାଙ୍କ ଆଡକୁ ଦ୍ରୁତଗତିରେ ମାଡି ଆସିଥିଲା। ଥାନା ଅଧିକାରୀ ଟ୍ରାକ୍ଟରକୁ ଅଟକାଇବାକୁ ଚେଷ୍ଟା କରିଥିବା ସତ୍ତ୍ୱେ କିଛି ଶୁଣି ନଥିଲେ ବାଲି ମାଫିଆ। ପୁଲିସ ଟିମ୍କୁ ଦଳି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ଟ୍ରାକ୍ଟର। ଫଳରେ ଥାନା ଅଧିକାରୀ ପ୍ରଭାତ ରଞ୍ଜନଙ୍କ ମୃତ୍ୟୁ ହୋଇଛି।
ତେବେ ଏହି ଘଟଣାରେ ରାଜ୍ୟର ନୀତୀଶ କୁମାର ସରକାରଙ୍କ ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖର ଏହି ଘଟଣାକୁ ହାଲୁକା ଭାବରେ ନେଇଛନ୍ତି । ସେ କହିଛନ୍ତି ''ଏଥିରେ କିଛି ନୂଆ କଥା ନାହିଁ। ଏହା କ'ଣ ପ୍ରଥମ ଘଟଣା ? ଏହା ପୂର୍ବରୁ କ'ଣ ଏଭଳି ହୋଇନାହିଁ ? ଉତ୍ତର ପ୍ରଦେଶରେ ଏଭଳି ହୋଇନଥାଏ ? କ'ଣ ଏମିତି ମଧ୍ୟପ୍ରଦେଶରେ ହୋଇନଥାଏ ? ଏଭଳି ଘଟଣା ତ' ନିତି ଘଟୁଥାଏ।'' ମନ୍ତ୍ରୀଙ୍କ ଏଭଳି ବୟାନକୁ ନେଇ ରାଜନୀତି ମଧ୍ୟ ଜୋର୍ ଧରିଛି। ଘଟଣାକୁ ନେଇ ବିରୋଧୀ ନୀତୀଶ କୁମାର ସରକାରଙ୍କୁ ଟାର୍ଗେଟ କରିଛନ୍ତି।
Powered by Froala Editor