ଗାଡି ସାଇଡ ନଦେବାରୁ ବିଜେପି ନେତାଙ୍କୁ ହତ୍ୟା

ଭୁବନେଶ୍ୱର : ଗାଇଡ଼ ସାଇଡ଼ ଦେବାକୁ ନେଇ ଜଣେ ବିଜେପି ନେତାଙ୍କୁ ହତ୍ୟା କରାଯାଇଛି । ଏଭଳି ଜଘନ୍ୟ ହତ୍ୟାକାଣ୍ଡ ମୟୂରଭଞ୍ଜ କପ୍ତିପଦା ଥାନା ଅନ୍ତର୍ଗତ ନୂଆସାହିରେ ଘଟିଛି ।
ମିଳିଥିବା ସୂଚନା ଅନୁସାରେ, ଶନିବାର ସଂଧ୍ୟାରେ ବିଜେପି ନେତା ରଂଜିତ ପ୍ରଧାନ ନିଜ କାରରରେ କପ୍ତିପଦା ଯାଉଥିଲେ । ଶ୍ୱଶୁରଙ୍କୁ ଔଷଧ ଦେବାକୁ ସେ ଯାଉଥିଲେ । ରାତି ୧୦ଟାରେ ଶ୍ୱଶୁର ଘର ପାଖାପାଖି ପହଁଚି ସେ ଅପରପାଶ୍ୱର୍କୁ ଗାଡ଼ି ମୁହାଁଉଥିଲେ । ତେବେ ସେ ଇଣ୍ଡିକେଟର ଦେଇନଥିବାରୁ ପଛରୁ ୨ଟି ବାଇକରେ ଆସୁଥିବା ୩ ଜଣ ଯୁବକ ହଡ଼ବଡେ଼ଇ ଯାଇଥିଲେ । ଏନେଇ ସେମାନେ ରଂଜିତଙ୍କ ସହ ଝଗଡ଼ା କରିଥିଲେ । ତେବେ ନିଶାସକ୍ତ ଯୁବକମାନେ ରଂଜିତଙ୍କୁ ଗାଡ଼ି ଭିତରୁ ଟାଣି ନେବା ସହ ତାଙ୍କ ପେଟ, ଛାତି ଓ ମୁଣ୍ଡକୁ ବିଧା ଗୋଇଠା ମାରିଥିଲେ । ପାଟିତୁଣ୍ଡ ଶୁଣି ରଂଜିତଙ୍କ ଶ୍ୱଶୁର ଓ ପାଖ ପଡୋଶୀ ଧାଇଁ ଆସିଥିଲେ । ପରେ ଅଭିଯୁକ୍ତମାନେ ଚମ୍ପଟ ମାରିଥିଲେ । ଗୁରୁତର ରଂଜିତ ପାଣି ମାଗି ପିଇବାର କିଛି ସମୟ ପରେ ଅଚେତ ହୋଇଯାଇଥିଲେ । ତାଙ୍କୁ ପ୍ରଥମେ କପ୍ତିପଦା ଓ ପରେ ଉଦଳା ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ ।
Powered by Froala Editor