ରାଜ୍ୟରେ କରୋନା ମୃତୁ୍ୟ ୩ ହଜାର ଟପିଲା
ଭୁବନେଶ୍ୱର : ରାଜ୍ୟରେ କରୋନା ମୃତୁ୍ୟ ସଂଖ୍ୟା ୩୦୩୫ରେ ପହଁଚି ଯାଇଛି । ଅନୁଗୁଳ, ବାଲେଶ୍ୱର, କଟକ, ଗଞ୍ଜାମ, କଳାହାଣ୍ଡି, ଖୋର୍ଦ୍ଧା, ମୟୂରଭଞ୍ଜ, ପୁରୀ, ସୁନ୍ଦରଗଡ଼ରେ ଶହ ଶହ ଲୋକଙ୍କ ଜୀବନ କରୋନା ନେଇଯାଇଛି । ରାଜ୍ୟର ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୧୯ ହଜାର ୨୧୪ ହୋଇଥିବାବେଳେ ୭ ଲକ୍ଷ ୩୯ ହଜାର ୩୭୬ ଜଣ ସୁସ୍ଥ ହୋଇଛନ୍ତି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୧୩୨, ବାଲେଶ୍ୱରରେ ୧୦୯, ବରଗଡ଼ରେ ୫୪, ଭଦ୍ରକରେ ୩୪, ବଲାଙ୍ଗୀରରେ ୬୬, ବୌଦ୍ଧରେ ୫୭, କଟକରେ ୧୮୪, ଦେବଗଡ଼ରେ ୨୭, ଢେଙ୍କାନାଳରେ ୩୯, ଗଜପତିରେ ୬୬, ଗଞ୍ଜାମରେ ୨୯୨, ଜଗତସିଂହପୁରରେ ୪୯, ଯାଜପୁରରେ ୩୩, ଝାରସୁଗୁଡ଼ାରେ ୭୨, କଳାହାଣ୍ଡିରେ ୧୩୫, କନ୍ଧମାଳରେ ୪୩, କେନ୍ଦ୍ରାପଡାରେ ୫୪, କେନ୍ଦୁଝରରେ ୫୮, ଖୋର୍ଦ୍ଧାରେ ୫୦୧, କୋରାପୁଟରେ ୪୩, ମାଲକାନାଗିରିରେ ୩୩, ମୟୂରଭଞ୍ଜରେ ୧୦୨, ନବରଙ୍ଗପୁରରେ ୪୨, ନୟାଗଡରେ ୫୩, ନୂଆପଡାରେ ୬୧, ପୁରୀରେ ୧୬୦, ରାୟଗଡାରେ ୧୧୮, ସମ୍ବଲପୁରରେ ୯୫, ସୁବର୍ଣ୍ଣପୁରରେ ୩୫, ସୁନ୍ଦରଗଡ଼ରେ ୨୮୮ ଜଣଙ୍କର ମୃତୁ୍ୟ ଘଟିଛି ।
Powered by Froala Editor