ମର୍ମନ୍ତୁଦ ଦୁର୍ଘଟଣା : ୨ ମୃତ
ବଡବିଲ : କେନ୍ଦୁଝର ଜିଲା ବଡବିଲ ଅଞ୍ଚଳରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ସ୍କୁଟିକୁ ଟ୍ରକ ଧକ୍କା ଦେବାରୁ ୨ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି । ବଡବିଲ ଦେଇ ଯାଇଥିବା ଏନଏଚ ୫୨୦ରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି ।
ଚମ୍ପୁଆ ଥାନା ଅନ୍ତର୍ଗତ ବାସୁଦେବପୁର ଅଞ୍ଚଳର ବୁଦ୍ଧଦେବ ପଣ୍ଡା ଓ ଅନ୍ୟ ଜଣେ ସ୍କୁଟିରେ ଯାଉଥିଲେ । ଏହି ସମୟରେ ପେଟ୍ରୋଲ ପମ୍ପ ନିକଟରେ ଟ୍ରକଟି ଧକ୍କା ଦେଇଥିଲା । ଉଭୟ ସ୍କୁଟିରୁ ଛିଟିକି ତଳେ ପଡି ଯାଇଥିଲେ । ଫଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା ।
Powered by Froala Editor