Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, July 11, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ଅନେକ ଔଷଧିୟ ଗୁଣରେ ଭରପୁର କ୍ୟାପସିକମ

ବାଣିଜ୍ୟ
Home ›› ବାଣିଜ୍ୟ ››ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ୨୦୨୦-୨୧ରେ ସିଏସଆର୍‌ରେ ଖର୍ଚ୍ଚ କରିଛି ୧୧୪୦ କୋଟି ଟଙ୍କା

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ୨୦୨୦-୨୧ରେ ସିଏସଆର୍‌ରେ ଖର୍ଚ୍ଚ କରିଛି ୧୧୪୦ କୋଟି ଟଙ୍କା

2021-06-06 06:16:57
21434
Share:
Facebook
Twitter
E-Mail
WhatsApp
Telegram
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ୨୦୨୦-୨୧ରେ ସିଏସଆର୍‌ରେ ଖର୍ଚ୍ଚ କରିଛି ୧୧୪୦ କୋଟି ଟଙ୍କା

ମୁମ୍ବଇ / ଭୁବନେଶ୍ୱର : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ୨୦୨୦-୨୧ ଆର୍ଥିକ ବର୍ଷରେ ତାହାର ସାମାଜିକ କର୍ପୋରେଟ ଦାୟିତ୍ୱ (ସିଏସଆର୍‌) ନିର୍ବାହନ କ୍ଷେତ୍ରରେ ୧୧୪୦ କୋଟି ଟଙ୍କା ଖର୍ଚ୍ଚ କରିଥିବା କମ୍ପାନୀର ସଦ୍ୟତମ ବାର୍ଷିକ ରିପୋର୍ଟରୁ ଜଣାପଡିଛି । ସେଥିମଧ୍ୟରେ କୋଭିଡ-୧୯ ବିରୋଧୀ ଲଢେଇରେ ସହଯୋଗ, ଗ୍ରାମାଂଚଳର ବିକାଶମୂଳକ ରୂପାନ୍ତରଣ, ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡା ଏବଂ ବିପର୍ଯ୍ୟୟ ମୁକାବିଲା ଆଦି କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ରହିଛି । ଏହି ରିପୋର୍ଟ ଅନୁଯାୟୀ ପୂର୍ବ ଆର୍ଥିକ ବର୍ଷ ଅର୍ଥାତ ୨୦୧୯-୨୦ରେ ରିଲାଏନ୍ସ ସିଏସଆର୍ ବାବଦରେ ୧୦୨୨ କୋଟି ଟଙ୍କା ଖର୍ଚ୍ଚ କରିଥିଲା ।

କୋଭିଡ-୧୯ ବିରୋଧରେ ଭାରତର ଲଢେଇରେ ସାମିଲ ହୋଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସ୍ୱାସ୍ଥ୍ୟସେବା ଉପକରଣ, ଚିିକତ୍ସାରେ ବ୍ୟବହାର ହେଉଥିବା ତରଳ ମେଡିକାଲ୍ ଗ୍ରେଡ୍ ଅମ୍ଳଜାନ, ଭୋଜନ ଏବଂ ମାସ୍କ ବଂଟନ ଆଦି ବିଗତ ଏକବର୍ଷ ଧରି ଯୋଗାଇ ଆସୁଛି । ଏହା ନିଜର ଜାମ୍‌ନଗରସ୍ଥିତ କାରଖାନାକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରି ବିିଭିନ୍ନ ରାଜ୍ୟକୁ ପ୍ରତିଦିନ ୧୦୦୦ ଟନ୍ ମେଡିକାଲ୍ ଗ୍ରେଡ୍ ଅମ୍ଳଜାନ ମାଗଣାରେ ଯୋଗାଇବା ବ୍ୟବସ୍ଥା କରିଛି ଏବଂ ତଦ୍ଦ୍ୱାରା ଦୈନିକ ପ୍ରାୟ ୧ ଲକ୍ଷ ଲୋକଙ୍କର ଅମ୍ଳଜାନ ଆବଶ୍ୟକତା ପୂରଣ କରୁଛି । କମ୍ପାନୀ ୨୭ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ୫.୫ କୋଟିରୁ ଅଧିକ ଭୋଜନ ବଂଟନ କରିବା ସହିତ କୋଭିଡ ଯତ୍ନ ଓ ଚିକିତ୍ସା କେନ୍ଦ୍ରଗୁଡିକ ପାଇଁ ଦେଶର ବିଭିନ୍ନ ସ୍ଥାନରେ ୨୩୦୦ରୁ ଅଧିକ ମେଡିକାଲ୍ ଶଯ୍ୟା ବ୍ୟବସ୍ଥା କରିଛି ଏବଂ ମୁମ୍ବଇରେ ଭାରତର ପ୍ରଥମ କୋଭିଡ ଡାକ୍ତରଖାନା ସ୍ଥାପନରେ ସହାୟତା କରିଛି । ତତ୍‌ସହିତ ଏହା ୮୧ ଲକ୍ଷ ପୁନଃ ବ୍ୟବହାରଯୋଗ୍ୟ ମାସ୍କ ଦେଶର ୨୧ ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଂଚଳରେ ୫୦ ଲକ୍ଷ ସମ୍ମୁଖଭାଗ ଯୋଦ୍ଧା ଏବଂ ଅତ୍ୟାବଶ୍ୟକ ସେବା ଯୋଗାଣକାରୀଙ୍କୁ ବଂଟନ କରିଛି । ଏହି ସଂସ୍ଥା ଦେଶର ୧୮ଟି ରାଜ୍ୟର ୨୪୯ଟି ଜିଲାରେ ୧୪ହଜାରରୁ ଅଧିକ ଆମ୍ବୁଲାନ୍ସ ଏବଂ କୋଭିଡ-୧୯ ସେବାରେ ନିୟୋଜିତ ଜରୁରୀକାଳୀନ ଯାନବାହନ ପାଇଁ ୫.୫ ଲକ୍ଷ ଲିଟର ଇନ୍ଧନ ମାଗଣାରେ ଯୋଗାଇ ଦେଇଛି । ଗୁଜରାଟର ସିଲ୍‌ଭାସାଠାରେ ଏକ ନିର୍ମାଣ ୟୁନିଟ୍‌କୁ ଖୁବ୍ କମ୍ ସମୟରେ ପରିବର୍ତ୍ତତ କରାଯାଇଛି ଯାହା ବିଭିନ୍ନ ସମ୍ମୁଖଭାଗ କର୍ମୀଙ୍କ ପାଇଁ ପ୍ରତିଦିନ ୧,୦୦,୦୦୦ ପିପିଇ କିଟ୍ ଏବଂ ମାସ୍କ ପ୍ରସ୍ତୁତ କରୁଛି ।  

ଅନୁରୂପ ଭାବରେ ଗ୍ରାମାଂଚଳରେ ବିକାଶମୂଳକ ରୂପାନ୍ତରଣ ଆଣିବା ପ୍ରୟାସରେ ୧୩୧ ଲକ୍ଷ ଘନମିଟର ଜଳ ଅମଳ କ୍ଷମତା ସୃଷ୍ଟି କରିବା ସହିତ ସ୍ଥାନୀୟ ପ୍ରଶାସନକୁ ସୁଦୃଢ କରିବାକୁ ୧୦ହଜାରରୁ ଅଧିକ ନିର୍ବାଚିତ ଲୋକ ପ୍ରତିନିଧି ଏବଂ ଗ୍ରାମ୍ୟ ସେଚ୍ଛାସେବୀଙ୍କୁ ତାଲିମ ପ୍ରଦାନ, ୮୮୦୦ ବେରୋଜଗାରଙ୍କୁ ତାଲିମ, ୨୦ଟି ରାଜ୍ୟ ଏବଂ ୧୫୦ରୁ ଅଧିକ ସହରରେ ୩୯ ଟି କୌଶଳ ତାଲିମ ଦେଉଥିବା ସହଭାଗୀଙ୍କୁ ସମର୍ଥନ ଯୋଗାଇଛି । ରିଲାଏନ୍ସ ଭ୍ରାମ୍ୟମାଣ ଚିକିତ୍ସା ୟୁନିଟ (ଏମଏମୟୁ), ସ୍ଥାୟୀ ଭାବରେ ରହିଥିବା ଚିକିତ୍ସା ୟୁନିଟ (ଏସଏମୟୁ) ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚସି) ଜରିଆରେ ୨.୩ ଲକ୍ଷ ସ୍ୱାସ୍ଥ୍ୟ ପରାମର୍ଶ ପ୍ରଦାନ କରିଛି । ଏହା ମଧ୍ୟ ପ୍ରାଥମିକଠାରୁ ଆରମ୍ଭ କରି ମାଧ୍ୟମିକ, ଉଚ୍ଚତର ସ୍ତରରେ ବହୁବିଧ ଶିକ୍ଷାଗତ ପ୍ରୟାସକୁ ସହାୟତା କରିଛି । ଜିଓ ଇନଷ୍ଟିଚ୍ୟୁଟ ନବି ମୁମ୍ବଇରେ ୫୨ ଏକର ପରିମିତି ଅଂଚଳ ଏବଂ ୩,୬୦,୦୦୦ ବର୍ଗଫୁଟ ପରିମିତ ସ୍ଥାନରେ ‘ଗ୍ରୀନଫିଲ୍ଡ ଇନଷ୍ଟିଚ୍ୟୁଟ ଅଫ ଏମିନେନ୍ସ’ ନାମରେ ଏକ ଷ୍ଟାର୍ଟଅପ କ୍ୟାମ୍ପସ ସ୍ଥାପନ କରିଛି । ଚଳିତ ଶିକ୍ଷାବର୍ଷରୁ ସେଠାରେ ତାଲିମ ପ୍ରଦାନ ଆରମ୍ଭ ହେବ ।

ଋିଲାଏନ୍ସ ଇଣ୍ଡଷ୍ଟ୍ରିଜର ଜନକଲ୍ୟାଣକାରୀ ଶାଖା ରିଲାଏନ୍ସ ଫାଉଣ୍ଡେସନ ଭାରତର ଶିଶୁ ଓ ଯୁବଗୋଷ୍ଠୀଙ୍କ ମଧ୍ୟରେ ଶିକ୍ଷା ଆହରଣ ଏବଂ ନେତୃତ୍ୱ ତିଆରି କରିବା କ୍ଷେତ୍ରରେ କ୍ରୀଡାକୁ ଏକ ମାଧ୍ୟମ ଭାବରେ ପ୍ରୋତ୍ସାହିତ କରିଛି । ଏହା ଆରମ୍ଭ ହେବା ଦିନଠାରୁ ଫିଟ୍‌ନେସ ତାଲିମ, ପୁଷ୍ଟିସାଧନ ଏବଂ ପ୍ରଶିକ୍ଷଣ ଆଦି ଜରିଆରେ ଦେଶର ୨.୧୫ କୋଟି ଯୁବଗୋଷ୍ଠୀଙ୍କ ନିକଟରେ ପହଂଚିିଛି । ଅଲିମ୍ପିକ କ୍ରୀଡା ଏବଂ ଅନ୍ୟ ସମ୍ମାନଜନକ ଆନ୍ତର୍ଜାତିକ କ୍ରୀଡା କାର୍ଯ୍ୟକ୍ରମରେ ଭାରତର ପଦକ ବିଜୟ ସମ୍ଭାବନାରେ ଉନ୍ନତି ଆଣିବା ଲକ୍ଷ୍ୟରେ ସଂପ୍ରତି ରିଲାଏନ୍ସ ତୀରନ୍ଦାଜ, ଦୌଡକୁଦ, ବ୍ୟାଡମିଂଟନ ଏବଂ ଭାରୋତଳନ ଆଦି କ୍ଷେତ୍ରରେ ୧୧ ଜଣ କ୍ରୀଡାବିତଙ୍କୁ ସହାୟତା କରୁଛି ।

ଏହା ଆର୍ଟିଫିସିଆଲ ଇଂଟେଲିଜେନ୍ସ ଏବଂ କଂପ୍ୟୁଟର ବିଜ୍ଞାନ କ୍ଷେତ୍ରରେ ରିଲାଏନ୍ସ ଫାଉଣ୍ଡେସନ ମେଧା ବୃତ୍ତି ପ୍ରଚଳନ କରିବା ସହିତ ପ୍ରଯୁକ୍ତି ପ୍ଲାଟଫର୍ମ ସଂପର୍କରେ ରିଲାଏନ୍ସ ଫାଉଣ୍ଡେସନର ବିଦ୍ୟାଳୟଗୁଡିକରେ କାର୍ଯ୍ୟରତ ୭୬୩ ଜଣ ଶିକ୍ଷକ ଏବଂ୧୧୬ ଜଣ ଅଣଶିକ୍ଷକ କର୍ମଚାରୀଙ୍କୁ ୪୧୦୦ ଘଂଟାର ତାଲିମ ପ୍ରଦାନ କରିଛି । ଏଥିସହିତ ଏହା ୭୫ଟି ସରକାରୀ ବିଦ୍ୟାଳୟର ଉନ୍ନତିସାଧନ କରିବା ସହିତ ମଧ୍ୟପ୍ରଦେଶରେ ୨୨୧ ଜଣ ମାଷ୍ଟର ତାଲିମଦାତାଙ୍କୁ ପ୍ରଶିକ୍ଷଣ ଦେଇଛି ।

ଏହା ବାତ୍ୟା ଅମ୍ଫାନ, ନିସର୍ଗ, ବୁରେଭି ଏବଂ ନିଭାର ଆଦି ସମୟରେ ସ୍ୱୀକୃତିପ୍ରାପ୍ତ ସରକାରୀ ବିଭାଗ ଏବଂ ସ୍ଥାନୀୟ ପ୍ରଶାସନ ସହିତ ସମନ୍ୱୟ ରକ୍ଷାକରି ବାତ୍ୟା ପୂର୍ବ ଓ ପରବର୍ତୀ ମାର୍ଗଦର୍ଶିକା ଯୋଗାଇ ଦେଇଥିଲା । ଗୋଦାବରୀରେ ହୋଇଥିବା ବନ୍ୟା କାରଣରୁ ଶସ୍ୟରେ ରୋଗପୋକ ଜନିତ ହାନି ପରିସ୍ଥିତିରେ ଏହା ବନ୍ୟା ପୂର୍ବ ଓ ପରବର୍ତୀ ସମୟରେ ୨୦ ହଜାରରୁ ଅଧିକ ବ୍ୟକ୍ତିବିଶେଷଙ୍କୁ ସହାୟତା କରିଥିଲା । ଉତ୍ତରାଖଣ୍ଡରେ ବନ୍ୟା ପରବର୍ତୀ ସମୟରେ ରିଲାଏନ୍ସ ଫାଉଣ୍ଡେସନ ବିପର୍ଯ୍ୟୟ ମୁକାବିଲାକାରୀ ଦଳସହିତ ଛିଡାହୋଇ ୨୫୦ ଜଣଙ୍କ ପାଇଁ ଭୋଜନ ଏବଂ ୧୫୦ ପରିବାର ପାଇଁ ରାସନ କିଟ୍ ଯୋଗାଇ ଦେଇଥିଲା । ଅନୁରୂପ ଭାବରେ ପ୍ରାଣୀ ସମ୍ପଦଙ୍କ ସେବା ଓ ଚିକିତ୍ସା ନିମନ୍ତେ ମଧ୍ୟ ଏହା ଦେଶର ଗ୍ରାମାଞ୍ଚଳରେ ବିଭିନ୍ନ ଅଣସରକାରୀ ସଂଗଠନ ସହଯୋଗରେ ଆବଶ୍ୟକ ସହାୟତା କରିଆସୁଛି ।

Powered by Froala Editor

Tags reliance industries , reliance jio

Related articles Odisha News Lens 4.1

  • ଅନେକ ଔଷଧିୟ ଗୁଣରେ ଭରପୁର କ୍ୟାପସିକମ
    ବିଶେଷ

    ଅନେକ ଔଷଧିୟ ଗୁଣରେ ଭରପୁର କ୍ୟାପସିକମ

    14101
    Jul 11, 2025
  • ଆଦିତ୍ୟ ଆଲୁମିନିୟମ ର ପ୍ରତିଭା ସମ୍ମାନ ରେ ସମ୍ମାନିତ ହେଲେ ରେଙ୍ଗାଲି ବ୍ଲକ ର ୨୩ ଜଣ ...
    ବାଣିଜ୍ୟ

    ଆଦିତ୍ୟ ଆଲୁମିନିୟମ ର ପ୍ରତିଭା ସମ୍ମାନ ରେ ସମ୍ମାନିତ ହେଲେ ରେଙ୍ଗାଲି ବ୍ଲକ ର ୨୩ ଜଣ ...

    14664
    Jul 09, 2025
  • ରାଜନୀତିରୁ ଅବସର ବୟସକୁ ନେଇ ମୋଦୀଙ୍କୁ କଂଗ୍ରେସର ଟାର୍ଗେଟ
    ଦେଶ-ଦେଶାନ୍ତର

    ରାଜନୀତିରୁ ଅବସର ବୟସକୁ ନେଇ ମୋଦୀଙ୍କୁ କଂଗ୍ରେସର ଟାର୍ଗେଟ

    15313
    Jul 11, 2025
  • ଏନସିଆର୍‍ ଅଞ୍ଚଳରେ ଭୂମିକମ୍ପ ଝଟକା
    ଦେଶ-ଦେଶାନ୍ତର

    ଏନସିଆର୍‍ ଅଞ୍ଚଳରେ ଭୂମିକମ୍ପ ଝଟକା

    15341
    Jul 10, 2025
  • ନିରୋଗ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ
    ବିଶେଷ

    ନିରୋଗ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ

    14261
    Jul 10, 2025
  • ଦିଲ୍ଲୀ ଡବଲ ମର୍ଡର ମାମଲାର ପର୍ଦ୍ଦାଫାଶ: ସ୍ତ୍ରୀ ଓ ୩ୟ ସନ୍ତାନକୁ ଗଳାକାଟି ହତ୍ୟା ...
    ଦେଶ-ଦେଶାନ୍ତର

    ଦିଲ୍ଲୀ ଡବଲ ମର୍ଡର ମାମଲାର ପର୍ଦ୍ଦାଫାଶ: ସ୍ତ୍ରୀ ଓ ୩ୟ ସନ୍ତାନକୁ ଗଳାକାଟି ହତ୍ୟା ...

    15813
    Jul 10, 2025
  •  ଇଡି ଜାଲରେ ୨୯ ଚଳଚ୍ଚିତ୍ର ଅଭିନେତା
    ଦେଶ-ଦେଶାନ୍ତର

    ଇଡି ଜାଲରେ ୨୯ ଚଳଚ୍ଚିତ୍ର ଅଭିନେତା

    15665
    Jul 10, 2025
  • ସମ୍ବିଧାନ ବଞ୍ଚାଅ ମହାସମାବେଶ ଡବଲ ଇଂଜିନ ସରକାର ପାଇଁ କାଳ ହେବ
    ରାଜନୀତି

    ସମ୍ବିଧାନ ବଞ୍ଚାଅ ମହାସମାବେଶ ଡବଲ ଇଂଜିନ ସରକାର ପାଇଁ କାଳ ହେବ

    14640
    Jul 09, 2025
  • ବିଲ୍‍ ବାକି ଥିଲେ ବି ରୋଗୀଙ୍କ ମୃତଦେହକୁ ଅଟକାଇ ପାରିବେନି କୌଣସି ହସ୍ପିଟାଲ
    ଦେଶ-ଦେଶାନ୍ତର

    ବିଲ୍‍ ବାକି ଥିଲେ ବି ରୋଗୀଙ୍କ ମୃତଦେହକୁ ଅଟକାଇ ପାରିବେନି କୌଣସି ହସ୍ପିଟାଲ

    14111
    Jul 11, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ଅନେକ ଔଷଧିୟ ଗୁଣରେ ଭରପୁର କ୍ୟାପସିକମ

    14101
    Jul 11, 2025
  • ବିଶେଷ

    ନିରୋଗ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ

    14261
    Jul 10, 2025
  • ଦେଶ-ଦେଶାନ୍ତର

    ରାଜନୀତିରୁ ଅବସର ବୟସକୁ ନେଇ ମୋଦୀଙ୍କୁ କଂଗ୍ରେସର ଟାର୍ଗେଟ

    15313
    Jul 11, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16613
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16730
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17043
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15532
    Apr 03, 2021

ବିଶେଷ

  • ଅନେକ ଔଷଧିୟ ଗୁଣରେ ଭରପୁର କ୍ୟାପସିକମ

    14101
    Jul 11, 2025
  • ନିରୋଗ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ

    14261
    Jul 10, 2025
  • ପାଦ ତଳି କୁଣ୍ଡାଇ ହେବା ଦେଇଥାଏ କି ସଙ୍କେତ ଜାଣନ୍ତୁ....

    14159
    Jul 08, 2025
  • ଖାଲିପେଟରେ ଜିରା ପାଣି ପିଇଲେ ମିଳିଥାଏ ଏହି ଲାଭ

    16281
    Jul 08, 2025
  • ଭଜା ଚଣା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ

    14774
    Jul 07, 2025

ବାଣିଜ୍ୟ

ଆଦିତ୍ୟ ଆଲୁମିନିୟମ ର ପ୍ରତିଭା ସମ୍ମାନ ରେ ସମ୍ମାନିତ ହେଲେ ରେଙ୍ଗାଲି ବ୍ଲକ ର ୨୩ ଜଣ ଛାତ୍ର ଛାତ୍ରୀ

ଭୁବନେଶ୍ୱର:- ଆଦିତ୍ୟ ଆଲୁମିନିୟମ ପାରିପାର୍ଶ୍ବିକ ଉନ୍ନୟନ କାର୍ଯ୍ୟକ୍ରମରେ  ମାଟ୍ରିକ ରେ ୭୦% ରୁ ଅଧିକ ମାର୍କ ରଖି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସାମୁହିକ ପ୍ରତିଭା ସମ୍ମାନ କାର୍ ...

  • ଆଶୀର୍ବାଦ ଲୁଣ ‘ଆୟୋଡିନ ର ତିଳକ’ରଥ ଯାତ୍ରା ଅଭିଯାନ ଭ୍ରାମ୍ୟମାଣ ଆକାରରେ ପହଞ୍ଚୁଛି

    15865
    Jul 04, 2025
  • ପୁରୀ ରଥ ଯାତ୍ରାରେ ଆଶୀର୍ବାଦ ଭକ୍ତଗଣଙ୍କୁ ‘ଭକ୍ତି ପଥେ’ ଆଗେଇ ନେଉଛି

    16406
    Jul 01, 2025
  • ରଥଯାତ୍ରା ୨୦୨୫ରେ ସନ୍‌ଫିଷ୍ଟ ମାରୀ ଲାଇଟ୍‌ ଭକ୍ତମାନଙ୍କ ପାଇଁ ଆଣିଛି ଶୀତଳ ‘ସୂର୍ଯ୍ୟ ବରଦାନ’

    14053
    Jun 28, 2025
  • ଭାସମଲ୍‌ ଏକ କଳାକୃତି ସହିତ ରଥଯାତ୍ରାକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ଶୁଭାରମ୍ଭ କରୁଛି ହେନା କ୍ରିମ ହେୟାର କଲର୍‌

    15574
    Jun 25, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ନିରୋଗ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ

    14261
    Jul 10, 2025
  • ଇଡି ଜାଲରେ ୨୯ ଚଳଚ୍ଚିତ୍ର ଅଭିନେତା

    15665
    Jul 10, 2025
  • ସମ୍ବିଧାନ ବଞ୍ଚାଅ ମହାସମାବେଶ ଡବଲ ଇଂଜିନ ସରକାର ପାଇଁ କାଳ ହେବ

    14640
    Jul 09, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In