କରୋନା ନେଲା ୪୨ ଜୀବନ
ଭୁବନେଶ୍ୱର : ରାଜ୍ୟରେ କରୋନାରେ ଆଉ ୪୨ ଜଣଙ୍କର ମୃତୁ୍ୟ ଘଟିଛି । ଫଳରେ ରାଜ୍ୟରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୨୯୯୪ରେ ପହଁଚିଛି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୪, ବରଗଡ଼ରେ ୧, ବୌଦ୍ଧରେ ୩, କଟକରେ ୪, ଦେବଗଡ଼ରେ ୩, ଗଜପତିରେ ୨, ଗଞ୍ଜାମରେ ୧, ଜଗତସିଂହପୁରରେ ୨, ଯାଜପୁରରେ ୧, ଝାରସୁଗୁଡ଼ାରେ ୩, କନ୍ଧମାଳରେ ୧, ଖୋର୍ଦ୍ଧାରେ ୪, କୋରାପୁଟରେ ୧, ମାଲକାନାଗିରିରେ ୧, ମୟୂରଭଞ୍ଜରେ ୨, ନୂଆପଡ଼ାରେ ୧, ପୁରୀରେ ୧ ଓ ରାୟଗଡ଼ାରେ ୨ ଜଣଙ୍କର ମୃତୁ୍ୟ ଘଟିଛି ।
ରାଜ୍ୟରେ ଆଜି ୭୦୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୧୩ ହଜାର ୯୬ରେ ପହଁଚିଛି । ୭ ଲକ୍ଷ ୩୨ ହଜାର ୧୮ ଜଣ ସୁସ୍ଥ ହୋଇଥିବାବେଳେ ୭୮ ହଜାର ୩୧ ଜଣ ଚିକିତ୍ସିତ ହେଉଛନ୍ତି ।
Powered by Froala Editor