ପୁଲିସ ବିଭାଗରେ ନୂଆ ଚାକିରି ପାଇଥିଲେ ସ୍ତ୍ରୀ, ସମୟ ଦେଇପାରୁନଥିବାରୁ ମାରିଦେଲେ ସ୍ୱାମୀ
ଚାକିରି ପାଇବା ପରେ ପରିବାର ପାଇଁ ସମୟ ଦେଉ ନ ଥିବାରୁ ସ୍ବାମୀ ଜଣେ ନବନିଯୁକ୍ତ ମହିଳା କନେଷ୍ଟବଳ ଶୋଭା କୁମାରୀଙ୍କ ହତ୍ୟା କରିଥିବା ଜଣାପଡିଛି । ବିହାରର ପାଟନାରେ ଘଟିଛି ଏହି ଲୋମହର୍ଷଣକାରୀ ଘଟଣା।
୬ ବର୍ଷ ତଳେ ଶୋଭା କୁମାରି ପ୍ରେମବିବାହ କରିଥିଲେ ଓ ସେମାନଙ୍କର ଝିଅଟିଏ ଅଛି। ବିବାହ ପୂର୍ବରୁ ଶୋଭା ଅଭିଯୁକ୍ତ ସ୍ବାମୀ ଜେହାନାବାଦ୍ରେ ଚଳାଉଥିବା କୋଚିଙ୍ଗ୍ ସେଣ୍ଟର୍ରେ ପଢୁଥିଲେ। ତେବେ ଚାକିରି ପାଇବା ପରେ ଶୋଭା କୁମାରି ନୂଆ କରି ପୁଲିସ ବିଭାଗରେ ନିଯୁକ୍ତି ପାଇଥିଲେ। ଏହି କାରଣରୁ ସ୍ୱାମୀ ଏବଂ ପରିବାରକୁ ସମୟ ଦେଇପାରୁନଥିଲେ। ଏହାକୁ ନେଇ ସବୁବେଳେ ବିରକ୍ତ ହେବା ସହ ଚିନ୍ତାରେ ରହୁଥିଲେ ସ୍ୱାମୀ।
ସୂଚନା ଅନୁସାରେ, ବିହାର ପାଟନା ସ୍ଥିତ ଏକ ହୋଟେଲରୁ ଶୋଭାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। କିଏ ଏବଂ କେଉଁ ପରିସ୍ଥିତିରେ ତାଙ୍କୁ ହତ୍ୟା କରିଛି, ସେନେଇ ସନ୍ଦେହରେ ପଡିଥିଲା ପୁଲିସ। ହୋଟେଲ୍ କାଗଜପତ୍ର ଯାଞ୍ଚ କରିବା ପରେ ତାଙ୍କ ସ୍ୱାମୀ ଏହି ହୋଟେଲ୍ ବୁକ୍ କରିଥିବା ଜଣାପଡିଥିଲା। କେବଳ ସେ ହତ୍ୟାକାରୀ ବୋଲି ସନ୍ଦେହ କରାଯାଉଛି।
Powered by Froala Editor