ପୋଲ ତଳୁ ଅନ୍ତଃସତ୍ତ୍ୱାଙ୍କ ମୃତଦେହ ଉଦ୍ଧାର, ପାଖରେ ବସିଥିଲା ୪ ବର୍ଷର ପୁଅ

ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଦୁଃଖଦ ଘଟଣା ଘଟିଛି । ୪ ବର୍ଷର ପୁଅ ଆଇସକ୍ରିମ ପାଇଁ ଜିଦ୍ କରିବାରୁ ଜଣେ ଅନ୍ତଃସତ୍ତ୍ୱା ମହିଳା ବାହାରକୁ ଯାଇଥିଲେ । ହେଲେ ଆଉ ଘରକୁ ଫେରିନଥିଲେ । ବ୍ୟାଙ୍କରେ କାମ କରୁଥିବା ସ୍ୱାମୀ ଘରକୁ ଫେରି ସ୍ତ୍ରୀ ଓ ପୁଅକୁ ନପାଇ ଖୋଜିଥିଲେ । ଶେଷରେ ଥାନାରେ ଅଭିଯୋଗ କରିଥିଲେ । ହେଲେ ସକାଳୁ ପୋଲ ତଳୁ ସ୍ତ୍ରୀର ମୃତଦେହ ପାଇଥିଲେ । ପାଖରେ ୪ ବର୍ଷର ପୁଅ କାନ୍ଦୁଥିଲା । ଏ ଘଟଣା ହୃଦୟବିଦାରକ ଥିଲା ।
ପୁଲିସ କହିଛି , ଅନ୍ତଃସତ୍ତ୍ବା ସୁଷମା କାକଡ଼େ ଓ ତାଙ୍କ ପୁଅ ଦୁର୍ବାଂଶ ବୁଧବାର ରାତି ପ୍ରାୟ ୯.୩୦ରେ ବଲ୍ଲାରପୁର ଅନ୍ତର୍ଗତ ‘ଟିଚର୍ସ କଲୋନି’ସ୍ଥିତ ଘରୁ ବାହାରକୁ ଯାଇ ଆଉ ଫେରି ନ ଥିଲେ। ସ୍ବାମୀ ପବନ କୁମାର କାକଡ଼େ ଓ ଅନ୍ୟ ଆତ୍ମୀୟମାନେ କିଛି ସମୟ ଧରି ଖୋଜାଖୋଜି କରିବା ପରେ ସେମାନଙ୍କୁ ନ ପାଇବାରୁ ବଲ୍ଲାରପୁର ଥାନାରେ ଅଭିଯୋଗ କରିଥିଲେ। ପରେ ସୁଷମାଙ୍କ ଶବ ରାଜୁରା-ବଲ୍ଲାରପୁର ରାସ୍ତା ଅନ୍ତର୍ଗତ ୱାର୍ଦ୍ଧା ନଦୀ ସେତୁ ପାଖରେ ଦେଖିଥିବା କଥା କେତେକ ଲୋକ ପବନ କୁମାରଙ୍କୁ ଜଣାଇଲେ। ରାତି ୪ଟା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦେଖିଲା ଶବ ନିକଟରେ ପୁଅ ଦୁର୍ବାଂଶ ବସିଛି। ବିଳମ୍ବିତ ରାତ୍ରରେ ସେ ସମ୍ଭବତଃ ପୋଲ ଉପରୁ କାଦୁଅ ଅଞ୍ଚଳକୁ ପଡିଥିବା ଅନୁମାନ କରାଯାଉଛି ।
Powered by Froala Editor