ଫୁଟ୍ପାଥ୍ରେ ୫ ଯୁବତୀଙ୍କ ଉପରେ ମାଡିଗଲା ଦ୍ରୁତଗାମୀ କାର୍

କର୍ଣ୍ଣାଟକରୁ ଏକ ଦୁର୍ଘଟଣାର ହୃଦୟ ବିଦାରକ ଭିଡିଓ ସାମ୍ନାକୁ ଆସିଛି । ଫୁଟପାଥରେ ଯାଉଥିବା ୫ ଯୁବତୀଙ୍କ ଉପରେ ଦ୍ରୁତ ଗତିରେ ଯାଉଥିବା ଏକ କାର୍ ଚଢ଼ିଯିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ହୋଇଛି।
ଏହି ଘଟଣା ୧୮ ଅକ୍ଟୋବରରେ ଘଟିଥିଲା । ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ସନ୍ଧ୍ୟାରେ ମାଙ୍ଗାଲୁରୁ ସିଟି କର୍ପୋରେସନ ସୁଇମିଂ ପୁଲ୍ ନିକଟ ଫୁଟପାଥରେ କିଛି ମହିଳା ଚାଲି ଚାଲି ଯାଉଥିଲେ। ଉକ୍ତ ସମୟରେ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ କାର୍ ଉକ୍ତ ମହିଳାମାନଙ୍କ ଉପରେ ଚଢ଼ି ଯାଇଥିଲା।
କାର ଡ୍ରାଇଭର କେବଳ ଫୁଟପାଥରେ ଚାଲୁଥିବା ଚାରିଜଣ ମହିଳାଙ୍କୁ ଧକ୍କା ଦେଇନଥିଲା, ବରଂ ଆଗକୁ ବଢ଼ିବାବେଳେ ସେ ଅନ୍ୟ ଜଣେ ମହିଳାଙ୍କୁ ରାସ୍ତାକୁ ଟାଣି ନେଇଥିଲେ ।
ଆଶ୍ଚର୍ଯ୍ୟର କଥା ହେଉଛି ଏକାଥରେ ୫ ମହିଳାଙ୍କୁ ଧକ୍କା କରିବା ପରେ ମଧ୍ୟ ଡ୍ରାଇଭର କାରକୁ ଅଟକାଇ ନଥିଲେ । ସେ କାରକୁ ରାସ୍ତାକୁ ନେଇ ଆଗକୁ ଚାଲିଯାଇଥିଲେ । ଲୋକମାନେ ଦୁର୍ଘଟଣାର ଖବର ପାଇବା ମାତ୍ରେ ସେମାନେ ମହିଳାମାନଙ୍କୁ ସାହାଯ୍ୟ କରିବାକୁ ଦୌଡ଼ିଆସିଥିଲେ । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଛି। ମୃତା ଯୁବତୀଜଣକ ହେଲେ ୨୩ ବର୍ଷୀୟା ରୁପାଶ୍ରୀ । ସେହିପରି ଏହି ଦୁର୍ଘଟଣାରେ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
Powered by Froala Editor