ସଡ଼କ ଦୁର୍ଘଟଣାରେ ଚାଲିଗଲା ୫ ଜୀବନ
ରାଇରଙ୍ଗପୁର/ତିରିଂ/ଜଳେଶ୍ୱର: ସଡ଼କ ଦୁର୍ଘଟଣାରେ ଚାଲିଗଲା ୫ ଜୀବନ । ମୃତକଙ୍କ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲା ତିରିଂ ଅଞ୍ଚଳରୁ ୩ ଜଣ ଓ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ୨ ଜଣ ଅଛନ୍ତି । ଓଡି ୧୬ ସି-୯୪୭୨ ନମ୍ବର ଟ୍ରକ କେନ୍ଦୁଝର ଜିଲ୍ଲା ଗନ୍ଧମାର୍ଦ୍ଧନ ଖଣିରୁ ଲୁହାପଥର ନେଇ ଝାଡ଼ଖଣ୍ଡ ଯିବା ସମୟରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ତିରିଂ ଥାନା ବଡ଼ତାଳିମା ଗ୍ରାମର ତରଣୀ ବିହାରୀ (୨୪) ଓ ତାଙ୍କ ପୁତୁରା ସିପୁ ବିହାରୀ (୧୭)ଙ୍କୁ ଧକ୍କା ଦେଇଥିଲା । ସିପୁ ବହଳଦା ଡାକ୍ତରଖାନାରେ ପ୍ରାଣ ହରାଇଥିବା ବେଳେ ତରଣୀ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଆଖି ବୁଜିଥିଲେ ।
ସେହିପରି ବାଲେଶ୍ୱର ଜିଲ୍ଲା ୫୭ ନମ୍ବର ରାଜ୍ୟ ରାଜପଥ ଜଳେଶ୍ୱର ଚନ୍ଦନେଶ୍ୱର ରାସ୍ତାରେ ଆମ୍ବିଳିଅଠା ନିକଟରେ ଏକ ଡମ୍ପର ଧକ୍କାରେ ଦୁଇ ଜଣ ଚାଷୀଙ୍କର ମୃତୁ୍ୟ ଘଟିଛି । ଆରୁହା ଗ୍ରାମର ସିଦେ୍ଧଶ୍ୱର ବେହେରା ଓ କୁଳମଣି ବେହେରା ଏକ ପିକଅପରେ ଧାନ ନେଇ ଆମ୍ବିଳିଅଠା ସ୍ଥିତ ଧାନମଣ୍ଡିକୁ ବିକି୍ର କରିବା ପାଇଁ ଯାଉଥିଲେ । ଏହି ସମୟରେ ଚନ୍ଦନେଶ୍ୱର ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଡମ୍ପର ଉକ୍ତ ଧାନ ବୋଝେଇ ଟ୍ରକକୁ ମୁହାଁମୁହିଁ ଧକ୍କା ଦେଇଥିଲା । ଫଳରେ ପିକଅପରେ ଥିବା ସିଦେ୍ଧଶ୍ୱର ଓ ଗାଡ଼ି ଚଳାଉଥିବା କୁଳମଣିଙ୍କର ଘଟଣାସ୍ଥଳରେ ମୃତୁ୍ୟ ଘଟିଥିଲା ।
Powered by Froala Editor