ମଜା ପାଲଟିଲା ସଜା : ୪୦ ଫୁଟ୍ ଉଚ୍ଚରେ ଅଟକିଗଲା ରାମଦୋଳି

ପାର୍ବଣ ଚାଲିଛି । ଉତ୍ସବର ମାହୋଲ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ମୀନାବଜାର ଓ ଦୋଳି ଲୋକଙ୍କୁ ଆକର୍ଷଣ କରୁଛି । ଦିଲ୍ଲୀରେ ମଧ୍ୟ ଏଭଳି ମାହୋଲ ରହିଛି । ହେଲେ ଦିଲ୍ଲୀ ନରେଲା ଅଞ୍ଚଳରେ ଦୋଳିରେ ବସି ଲୋକେ ମଜା ନେଉଥିବାବେଳେ ସେମାନଙ୍କ ପାଇଁ ସଜା ପାଲଟିଛି ।
ଘଟଣାଟି ଏମିତି । ଦିଲ୍ଲୀର ନରେଲା ଅଂଚଳରେ ରାମଦୋଳିରେ ୫୦ରୁ ଅଧିକ ଲୋକ ବସିଥିବା ବେଳେ ହଠାତ୍ ରହିଯାଇଥିଲା । ତାକୁ ଘୁରାଇବା ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ସଫଳ ହୋଇନଥିଲେ । ଆଉ ଏଭଳି ଅବସ୍ଥାରେ ୩୦ରୁ ୪୦ ଫୁଟ ଉଚ୍ଚତାରେ କିଛି ବ୍ୟକ୍ତି ଫସି ରହିଥିଲେ । ସେମାନେ ଉଦ୍ଧାର ପାଇଁ ଉପସ୍ଥିତ ଲୋକଙ୍କ ସହାୟତା ଲୋଡିଥିଲେ । ସ୍ଥାନୀୟ ଲୋକ ଓ ପ୍ରଶାସନର ସହାୟତାରେ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା ।
ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି। ଏହି ଘଟଣା ପରେ ଲୋକଙ୍କ ମଧ୍ୟରେ ଭୟ ସଞ୍ଚାର ହୋଇଛି । ଭିଡିଓ ଭାଇରାଲ ହେବା ପରେ ଦୋଳିରେ ପ୍ରାୟ ଭିଡ କମିଯାଇଥିବା ସୂଚନା ମିଳିଛି ।
Powered by Froala Editor