କୁକୁରକୁ ଫାଟକରେ ଟାଙ୍ଗି ମାରିଦେଲେ, ସିସିଟିଭିରେ ଲୋମଟାଙ୍କୁରା ଦୃଶ୍ୟ ଦେଖି ମାଲିକ ସ୍ତବ୍ଧ
କଥା କହିପାରୁନଥିବା ଜୀବ ପ୍ରତି ଏତେ ଅତ୍ୟାଚାର । କିଛି ଭୁଲ୍ ନକରି ବି ପାଇଲା ମୃତ୍ୟୁଦଣ୍ଡ । ଏଭଳି ଅମାନୁଷିକ ଲୋକଙ୍କୁ କଡା ସଜ୍ଜା ଦେବାକୁ ଦାବି କରିଛନ୍ତି କୁକୁରର ମାଲିକ ଶାଜାପୁର ଜିଲ୍ଲାର ବାସିନ୍ଦା ନୀଳେଶ ଜୈସୱାଲ୍ । ମଧ୍ୟପ୍ରଦେଶର ଭୋପାଳରେ କୁକୁରକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବାର ଘଟଣା ସାମନାକୁ ଆସିବା ପରେ ମାଲିକ ନୀଳେଶ କୋହ ସମ୍ଭାଳି ପାରିନାହାନ୍ତି । ସେ କହିଛନ୍ତି ତାଙ୍କ ବ୍ୟଥା ।
ନୀଳେଶଙ୍କ କହିବାନୁଯାୟୀ, ତାଙ୍କ ପୋଷା କୁକୁର ସୁଲତାନ ପାଇଁ ଗତ ଦୁଇବର୍ଷ ଭିତରେ ପାଖାପାଖି ୧୫ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି। ପ୍ରତିଦିନ କୁକୁର ପାଇଁ ୩ରୁ ୪ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ। ୧୨୦୦ଟଙ୍କା ଖର୍ଚ୍ଚରେ ଚିକେନ ଗ୍ରେଭି ତାକୁ ଖାଇବାକୁ ଦିଆଯାଏ। ତା’ ଶରୀରରେ ଏତେ ଶକ୍ତି ଥିଲା କି ଭାରିଯାନକୁ ସେ ଟାଣି ନେଇଥାଏ।
କିନ୍ତୁ କୁକୁରକୁ ଭଲ ତାଲିମ ଦେବାକୁ ସେ ୪ ମାସ ପାଇଁ ‘ଆଲ୍ଫା ଡଗ୍ ଟ୍ରେନିଙ୍ଗ୍ ଆଣ୍ଡ୍ ବୋର୍ଡିଙ୍ଗ୍ ସେଣ୍ଟର୍’ରେ ଛାଡିଥିଲେ। ସୁଲତାନ କଥା ମନେ ପଡ଼ିବାରୁ ତାକୁ ଘରକୁ ନେବା ପାଇଁ ତାଲିମ କେନ୍ଦ୍ର ସହିତ ଯୋଗାଯୋଗ କରିଥିଲେ। ଏହି ସମୟରେ ସେମାନେ କହିଥିଲେ କୁକୁର ମରି ଯାଇଛି। ଏକଥା ଶୁଣି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିଲେ ନୀଳେଶ।
‘ଟ୍ରେନିଙ୍ଗ୍ ସେଣ୍ଟର୍’ ଫାଟକରେ କୁକୁରକୁ ଫାଶୀ ଦେଇ ହତ୍ୟା କରାଯାଇଥିବାର ଲୋମଟାଙ୍କୁରା ଦୃଶ୍ୟ ସିସିଟିଭି କ୍ୟାମେରାରେ କୈଦ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ରବି କୁଶୱାହ, ନେହା ତିୱାରୀ ଓ ତରୁଣ ଦାସଙ୍କୁ ପୁଲିସ ଗିରଫ କରିଛି।
Powered by Froala Editor