୧.୩୬ ଲକ୍ଷ କୋଟି ଟଙ୍କାର ଜିଏସ୍ଟି ଠକେଇ ଠାବ

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ଜିଏସ୍ଟି ଗୁଇନ୍ଦା ଅଧିକାରୀମାନେ ୧.୩୬ ଲକ୍ଷ କୋଟି ଟଙ୍କାର ଜିଏସ୍ଟି ଠକେଇ ଠାବ କରିଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଜିଏସଟି ଗୁଇନ୍ଦା ମହାନିର୍ଦ୍ଦେଶାଳୟ ଉନ୍ନତ ଡାଟା ଆନାଲିଟିକ୍ସକୁ ବ୍ୟବହାର କରି ଠକେଇ ଧରିବାକୁ ଉଦ୍ୟମ କରୁଛି। ବିଶେଷ କରି ଉଦୀୟମାନ କ୍ଷେତ୍ରଗୁଡ଼ିକରେ ଅଧିକ ଠକେଇ ହେଉଥିବା ଜଣାପଡ଼ିଛି। ଚଳିତ ବର୍ଷର ପ୍ରଥମ ଛଅ ମାସରେ ଠକେଇ ପରିମାଣ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି ଯାହା ଗତ ଆର୍ଥିକ ବର୍ଷ ସାରାରେ ହୋଇଥିବା ଠକେଇଠାରୁ ଅଧିକ।
ଛଅ ମାସରେ ୧୦୪୦ଟି ନକଲି ଇନପୁଟ ଟ୍ୟାକ୍ସ କ୍ରେଡିଟ୍ ମାମଲାରେ ୧୪,୦୦୦ କୋଟି ଟଙ୍କା ଜଡ଼ିତ ଥିଲା। ଏଥିରେ ୯୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ୨୦୨୦ ଏପ୍ରିଲ୍ରୁ ୨୦୨୩ ସେପ୍ଟେମ୍ବର ମଧ୍ୟରେ ୫୭ ହଜାର କୋଟି ଟଙ୍କାର ଜାଲ ଇନପୁଟ ଟ୍ୟାକ୍ସ କ୍ରେଡିଟ୍ ଠକେଇ ଠାବ କରାଯାଇଥିଲା। ଏହି ସମୟରେ ୬୦୦୦ରୁ ଅଧିକ ଏଭଳି ମାମଲା ସାମ୍ନାକୁ ଆସିଥିଲା। ଏହି ମାମଲାଗୁଡ଼ିକରେ ମୋଟ ୫୦୦ ଜଣଙ୍କୁ ଗିରଫ କରାଯାଇଛି।
Powered by Froala Editor