ଏଣିକି ସ୍କୁଲ ପିଲାଙ୍କ ପାଇଁ ହେବ ୟୁନିକ୍ ଆଇ କାର୍ଡ : ସ୍କୁଲ୍ ବଦଳିଲେ ବି ବଦଳିବନି କାର୍ଡ
ଏଣିକି ଦେଶର ସବୁ ଛାତ୍ରଛାତ୍ରୀଙ୍କ ଏକକ ପରିଚୟ ପତ୍ର ହେବ। ଯେପରି ସାରା ଦେଶର ଲୋକମାନଙ୍କର ୟୁନିକ୍ ଆଇଡି ( ଆଧାର ନମ୍ବର) ରହିଛି , ଠିକ ସେହିପରି ସ୍କୁଲ ପିଲାଙ୍କ ପାଇଁ ଏକ ୟୁନିକ୍ ଆଇଡି ବା ସ୍ବତନ୍ତ୍ର ପରିଚୟ ସଂଖ୍ୟା ଆରମ୍ଭ କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଯୋଜନା କରୁଛି । ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ସ୍କୁଲ୍ ପିଲାଙ୍କ ପାଇଁ ଗୋଟିଏ ଦେଶ, ଗୋଟିଏ ପରିଚୟ ପତ୍ର( One Nation, One ID Card) ଅଣାଯିବାକୁ ଯୋଜନା ହେଉଛି ।
ଏହାର ନାଁ ଅଟୋମେଟେଡ୍ ପରମାନେଣ୍ଟ ଏକାଡେମିକ୍ ଆକାଉଣ୍ଟ ରେଜିଷ୍ଟ୍ରି (APAAR) ରହିବ । ରିପୋର୍ଟ ଅନୁଯାୟୀ, ଏଥିପାଇଁ ପ୍ରତ୍ୟେକ ପିଲାଙ୍କ ପିତାମାତା କିମ୍ବା ଅଭିଭାବକଙ୍କ ଅନୁମୋଦନ ନିଶ୍ଚିତ ଭାବେ ନିଆଯିବ। ୱାନ୍ ନେସନ-ୱାନ୍ ଷ୍ଟୁଡେଣ୍ଟ ଆଇଡି ଯୋଜନାରେ ଛାତ୍ରଛାତ୍ରୀଙ୍କ ୟୁନିକ୍ ଆଇଡି ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଆଧାର କାର୍ଡ ଜରିଆରେ ପିଲାଙ୍କ ନାମ ଠିକଣା, ଜନ୍ମ ତାରିଖ ଓ ଫଟୋ ସମେତ ଅନେକ ତଥ୍ୟ ସଂଗ୍ରହ କରୁଛି ଏବଂ ସ୍କୁଲ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କଠାରୁ ଏହି ସୂଚନା ମାଗିବା ଆରମ୍ଭ କରିଛି। ଆହୁରି ମଧ୍ୟ କୌଣସି ଅଭିଭାବକ ଙ୍କୁ ସ୍କୁଲ ବଦଳାଇବା ସମୟରେ ନିଜ ପିଲାର ଆଇଡି ବଦଳାଇବାକୁ ପଡିବ ନାହିଁ କାରଣ ଏହା ଆଧାର ନମ୍ବର ସହ ଲିଙ୍କ ହୋଇଥିବା ଏକ ୟୁନିକ୍ ଛାତ୍ର ଆଇଡି ହେବ ।
Powered by Froala Editor