Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, October 08, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଫ୍ରାନ୍ସର ହେନେରୀ ବି. କାଗନ ଓ ଜାପାନର ...

  • ପରଲୋକରେ ଅଭିନେତା ନାନା ପାଟେକର

  • ଚେକିଂ ଭୟରେ ଚଳନ୍ତା ଟ୍ରେନରୁ ଡେଇଁଲେ ...

  • ଭେଟେରାନ ଆକ୍ଟର ‘ନାନା ପାଟେକର’ଙ୍କ ପରଲୋକ

  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

  • ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା

  • କବିତାଙ୍କ ନିଷ୍ଠା ଅନ୍ୟମାନଙ୍କ ପାଇଁ ...

  • ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି

  • ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର, ବଢିଲା ...

  • ଆସିଲା ନୂଆ ନିୟମ, ଆଧାର କାର୍ଡରେ ବନାନ ...

ରାଜନୀତି
Home ›› ରାଜନୀତି ››ଶ୍ରୀ ମନ୍ଦିରର ଚାରିଦ୍ୱାର ଖୋଲିବା, ରତ୍ନଭଣ୍ଡାରର ଗଣତି, ମଣତି ଓ ମରାମତି ଓ ବେଦାନ୍ତ ଦ୍ୱାରା ଅଧିଗ୍ରହଣ କରାଯାଇଥିବା ଜମି ଫେରାଇବା ଏବଂ ପୁରୀ ବାସିନ୍ଦାଙ୍କ ଜମିର ସ୍ଥାୟୀ ସମାଧାନ ଦାବିରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଜନ ସମାବେଶ

ଶ୍ରୀ ମନ୍ଦିରର ଚାରିଦ୍ୱାର ଖୋଲିବା, ରତ୍ନଭଣ୍ଡାରର ଗଣତି, ମଣତି ଓ ମରାମତି ଓ ବେଦାନ୍ତ ଦ୍ୱାରା ଅଧିଗ୍ରହଣ କରାଯାଇଥିବା ଜମି ଫେରାଇବା ଏବଂ ପୁରୀ ବାସିନ୍ଦାଙ୍କ ଜମିର ସ୍ଥାୟୀ ସମାଧାନ ଦାବିରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଜନ ସମାବେଶ

2023-10-16 16:27:24
15728
Share:
Facebook
Twitter
E-Mail
WhatsApp
Telegram
ଶ୍ରୀ ମନ୍ଦିରର  ଚାରିଦ୍ୱାର ଖୋଲିବା, ରତ୍ନଭଣ୍ଡାରର ଗଣତି, ମଣତି ଓ ମରାମତି ଓ ବେଦାନ୍ତ ଦ୍ୱାରା ଅଧିଗ୍ରହଣ କରାଯାଇଥିବା ଜମି ଫେରାଇବା ଏବଂ ପୁରୀ ବାସିନ୍ଦାଙ୍କ ଜମିର ସ୍ଥାୟୀ ସମାଧାନ ଦାବିରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଜନ ସମାବେଶ

ଭୁବନେଶ୍ୱର ତା. ୧୬.୧୦-  ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଆଜି ପୁରୀ ଠାରେ ପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିରର ଚାରିଦ୍ୱାର ଖୋଲିବା, ରତ୍ନ ଭଣ୍ଡାରରେ ଥିବା ଶ୍ରୀ ଜୀଉ ମାନଙ୍କର ମୂଲ୍ୟବାନ ରତ୍ନ ଅଳଙ୍କାରର ଗଣତି, ମଣତି ଓ ମରାମତି, ବେଦାନ୍ତ ଦ୍ୱାରା ଅଧିଗ୍ରହଣ କରାଯାଇଥିବା ଜମି ଫେରାଇବା ଏବଂ ପୁରୀ ବାସିନ୍ଦାଙ୍କ ଜମିର ସ୍ଥାୟୀ ସମାଧାନ ଦାବିରେ ଏକ ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ ସମାବେଶରେ ହଜାର ହଜାର କଂଗ୍ରେସ ନେତୃବୃନ୍ଦ, କର୍ମୀ ଓ ଜନସାଧାରଣ ପୁରୀ ଶରଧା ବାଲି ଠାରେ ଏକତ୍ରିତ ହୋଇଥିଲେ । 

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଜନସମାବେଶକୁ ଉଦ୍‌ବୋଧନ ଦେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ କହିଲେ ଯେ ପ୍ରତିଦିନ ଜଗନ୍ନାଥ ମନ୍ଦିରକୁ ପ୍ରତିଦିନ ହଜାର ହଜାର ଭକ୍ତ ଓଡ଼ିଶା ଏବଂ ଓଡ଼ିଶା ବାହାରୁ ଜୀଉ ମାନଙ୍କର ଦର୍ଶନ ଉଦ୍ଦେଶ୍ୟରେ ଆସିଥାନ୍ତି । ମନ୍ଦିର ଭିତରକୁ ଗୋଟିଏ ଦ୍ୱାର ଦେଇ ଯିବାର ବ୍ୟବସ୍ଥା ଥିବାରୁ ଭକ୍ତମାନେ ଘଂଟା ଘଂଟା ଧରି ଅପେକ୍ଷା କରିବାକୁ ବାଧ୍ୟ ହୁଅନ୍ତି । ହଜାର ହଜାର ଶ୍ରଦ୍ଧାଳୁ, ଦର୍ଶନାର୍ôଥ ଦର୍ଶନ ନିମନ୍ତେ ଘଂଟା ଘଂଟା ଖରା ବର୍ଷାରେ ଧାଡ଼ିରେ ଛିଡ଼ା ହୋଇ ଯନ୍ତ୍ରଣା ଭୋଗ କରୁଛନ୍ତି । ଅନେକ ତୀର୍ଥଯାତ୍ରୀ, ଦର୍ଶନାର୍ଥିମାନେ ଦୀର୍ଘ ସମୟ ଧାଡ଼ିରେ ଛିଡ଼ା ହୋଇଥିôବା ବେଳେ ଚେତାଶୂନ୍ୟ ହୋଇପଡ଼ୁଛନ୍ତି । ମୃତ୍ୟୁବରଣ କରୁଥିବାର ନଜିର ମଧ୍ୟ ରହିଛି । ଶିଶୁ ଓ ବୃଦ୍ଧଙ୍କ କଥା କହିଲେ ନ ସରେ । ଶ୍ରୀମନ୍ଦିର ପ୍ରକଳ୍ପର କାର୍ଯ୍ୟ ଚାଲୁଥିବା ଦର୍ଶାଇ ମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ଏଥିନିମନ୍ତେ ଉଦାସିନ ରହୁଛନ୍ତି । ମାତ୍ର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏହି ି ଦ୍ୱାରମାନଙ୍କ ନିକଟରେ ଚାଲୁନାହିଁ । ପବିତ୍ର କାର୍ତିକ ମାସ ଆସୁଥିବାରୁ ଭକ୍ତ ମାନଙ୍କର ସଂଖ୍ୟା ବୃଦ୍ଧି ପାଇବ । ଏଣୁ ରାଜ୍ୟ ସରକାର ଭକ୍ତମାନଙ୍କ ପାଇଁ ତୁରନ୍ତ ଶ୍ରୀ ମନ୍ଦିରର ଚାରି ଦ୍ୱାର ଖୋଲିବାକୁ ଶ୍ରୀ ପଟ୍ଟନାୟକ ଦାବି କରିଥିଲେ । 

ସେହିଭଳି ଦୀର୍ଘଦିନ ଧରି ରତ୍ନଭଣ୍ଡାର ଚାବି ହଜିବା ବାହାନାରେ ଆଜିପର୍ଯ୍ୟନ୍ତ ଭିତର ରତ୍ନଭଣ୍ଡାର ଖୋଲାଯାଉ ନାହିଁ । ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶ ସତ୍ୱେ ଏବଂ ଭକ୍ତମାନଙ୍କର ଭାବାବେଗକୁ ବେଖାତିର କରି ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲୁନଥିବା ଘୋର ପରିତାପର ବିଷୟ । ଫଳରେ ସଙ୍କଟାପନ୍ନ ଅବସ୍ଥାରେ ଥିବା ରତ୍ନଭଣ୍ଡାରର ଗଣତି, ମଣତି ଓ ମରାମତି ହୋଇପାରୁନାହିଁ । ଅନ୍ୟପକ୍ଷରେ ରତ୍ନ ଭଣ୍ଡାରର କାନ୍ଥ ଓ ଛାତରୁ ପାଣି ଝରୁଥିବାର କେବଳ ଅଭିଯୋଗ ହେଉନାହିଁ, ଭାରତୀୟ ପ୍ରତ୍ନତାତ୍ୱିକ ସର୍ବକ୍ଷେଣ ସଂସ୍ଥା ମଧ୍ୟ ମତ ଦେଇଛନ୍ତି । ତୁରନ୍ତ ରତ୍ନଭଣ୍ଡାର ଖୋଲିବା ସହିତ ଏହାର ଗଣତି, ମଣତି ଓ ମରାମତି କରାଯିବା ପାଇଁ ଶ୍ରୀ ପଟ୍ଟନାୟକ ଦାବି କରିଥିଲେ । 

ପୁରୀରେ ବସବାସ କରୁଥିବା ପ୍ରାୟ ୮୦ ହଜାର ପରିବାରଙ୍କର ଭୂ ସମ୍ପତିର ମାଲିକାନା ସତ୍ୱ ଜଗନ୍ନାଥ ମହାପ୍ରଭୁଙ୍କ ନାମରେ ଅଛି । ସେମାନେ ଏହି ସମ୍ପତିକୁ ବିଭିନ୍ନ ମଠମାନଙ୍କ ଠାରୁ ତତ୍‌କାଳୀନ ଆଇନ ଅନୁଯାୟୀ କିଣିଥିଲେ । ମାତ୍ର ଏବେବି ସେହି ସମ୍ପତି ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ମହାପ୍ରଭୁ ଜଗନ୍ନାଥଙ୍କ ନାମରେ ଅଛି । ସରକାର ପନୁଃରାୟ ଏହି ସତ୍ୱକୁ ସେହି ପରିବାରମାନଙ୍କୁ ଦେବାକୁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି । ପୁରୀରେ ଭୂମିହିନ ଓ ବାସହିନ ସେବାୟତଙ୍କୁ ସରକାର ଆଜି ପର୍ଯ୍ୟନ୍ତ ଘର ଖଣ୍ଡେ ଯୋଗାଇ ଦେବାପାଇଁ ଘର ଖଣ୍ଡେ ଯୋଗାଇଦେଲେ ନାହିଁ । କିନ୍ତୁ ପୁରୀରେ ବିଭିନ୍ନ ବଡ଼ ବଡ଼ କମ୍ପାନୀଙ୍କୁ ଶହ ଶହ ଏକର ଯୋଗାଇଦେଲେ । ଏହି ଭୂମିହୀନ ସେବାୟତଙ୍କୁ ଘର କରିବା ପାଇଁ ଆବଶ୍ୟକ ଜମି ଓ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି । ସରକାରଙ୍କ ପକ୍ଷରୁ ଉଚ୍ଛେଦ କରାଯାଇଥିବା ମଠ ଆଉ ମନ୍ଦିର ଓ ଐତିହ୍ୟମାନଙ୍କର ଯଥାଶୀଘ୍ର ଯଥୋଚିତ ପୁନଃସ୍ଥାପନ କରାଯାଉ । 

ସାରା ଭାରତ ବର୍ଷରେ ବେଦାନ୍ତ ଗୋଟିଏ ବି ବିଦ୍ୟାଳୟ ଖୋଲିନଥିବା ବେଳେ ରାଜ୍ୟ ବିଜେଡ଼ି ସରକାର ହଜର ହଜାର ଏକକରୁ ଅଧି ଜମି ଏପରିକି ଚାଷୀମାନଙ୍କର ଚାଷ ଜମିକୁ ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ଅନିମିତ ଭାବେ ଅଧିଗ୍ରହଣ କରିଥିଲେ । ନଦୀନାଳ, ଜଙ୍ଗଲ ଏପରିକି ଗୋଚର ଓ ଶ୍ମସାନ ଜମିକୁ ଛାଡ଼ିନଥିଲେ । ମାନ୍ୟବର ସୁପ୍ରିମ୍‌କୋର୍ଟ ଏହି ଅଧିଗ୍ରହଣ ବେଆଇନ ବୋଲି ଦର୍ଶାଇଛନ୍ତି । ରାଜ୍ୟ ସରକାର ୨୨ ମୌଜାର ନିରୀହ ଚାଷିମାନଙ୍କର ଚାଷ ଜମି ତୁରନ୍ତ ଫେରାଇ ଦିଅନ୍ତୁ । ସର୍ବୋଚ୍ଚ ନ୍ୟାୟାଳୟ ବିଜେପି ଓ ବିଜେଡ଼ି ସରକାରଙ୍କୁ ଏହି ରାୟରେ ତୀବ୍ର ଭର୍ତ୍ସନା କରିବା ସହ ଅନୀଲ ଅଗ୍ରୱାଲ ଫାଉଣ୍ଡେସନକୁ ଜୋରିମନା ରାଶି ପୈଠ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜମିର ମାଲିକାନା ମୂଳସ୍ଥିତିବାନ ଚାଷୀମାନଙ୍କୁ ପ୍ରଦାନ କରିବା ପାଇଁ ସରକାର ଆର୍ଥିକ ଭାର ବହନ କରିବା ସହ ବିହିତ ବ୍ୟବସ୍ଥା କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟି ଦାବି କରୁଛି । ଏହି ଅବସରରେ ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ଯେ ଯଦି ସରକାର କାର୍ତିକ ମାସ ପୂର୍ବରୁ ଏହି ଉପରୋକ୍ତ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଆନ୍ଦୋଳନ ତୀବ୍ରତର ଏବଂ ବ୍ୟାପକ ହେବ । 

        ହଜାର ହଜାର କଂଗ୍ରେସ ନେତୃବୃନ୍ଦ, କର୍ମୀ ଓ ସାଧାରଣ ଜନତା ଶରଧା ବାଲି ଠାରୁ ବିଶାଳ ଶୋଭାଯାତ୍ରାରେ ଶ୍ରୀ ମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ ଏବଂ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ୨୦ ଜଣିଆ କଂଗ୍ରେସ ପ୍ରତିନିଧି ଦଳ ଉପରୋକ୍ତ ଦାବିରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଅଧିକାରୀଙ୍କୁ ପ୍ରଦାନ କରିଥିଲେ ।  

ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ସୁରେଶ କୁମାର ରାଉତରାୟ, ତାରା ପ୍ରସାଦ ବାହିନିପତି,  ଶରତ ରାଉତ, ବିଜୟ ପଟ୍ଟନାୟକ, ଶିବାନନ୍ଦ ରାୟ, ରାମଚନ୍ଦ୍ର ଖୁଂଟିଆ, ପୁରୀ ଜିଲ୍ଲା କଂଗ୍ରେସ କମିଟି ସଭାପତି ଜୟ ନାରାୟଣ ପଟ୍ଟନାୟକ, ଅନନ୍ତ ପ୍ରସାଦ ସେଠୀ, ରବିନ୍ଦ୍ର କୁମାର ସେଠୀ, ଗଣେଶ୍ୱର ବେହେରା, ବିଜୟ ଲକ୍ଷ୍ମୀ ସାହୁ, ସୁରେଶ କୁମାର ମହାପାତ୍ର, ବିଭୁତି ମିଶ୍ର, ବିନାୟକ ଦାସ, ଦେବାଶିଷ ପଟ୍ଟନାୟକ, ବନ୍ଦିତା ପରିଡ଼ା, ଦାଶରଥି ଗମାଙ୍ଗୋ, କିଶୋର ଜେନା, ଅଂଶୁମାନ ମହାନ୍ତି, ସୁଜିତ ମହାପାତ୍ର, ବିନାୟକ ଦାସ ମହାପାତ୍ର, ଚିନ୍ମୟ ସୁନ୍ଦର ଦାସ, ମନୋଜ  ରାଉତ, ବିଶ୍ୱ ଭୁଷଣ ଦାସ, ଜାନକୀ ବଲ୍ଲଭ ପଟ୍ଟନାୟକ, ଶୁଭେନ୍ଦୁ ମହାନ୍ତି, ତରୁଣ ମିଶ୍ର, ଶ୍ରନିବାସ ରାଉତରାୟ, ପ୍ରକାଶ ମିଶ୍ର, ରଜନୀ ମହାନ୍ତି, ରଣଜିତ ଦାଶ, ବିଶ୍ୱଜିତ ଦାଶ, ସୁବ୍ରତ ମହାପାତ୍ର, ରଣଜିତ ପାତ୍ର, ମାନସ ଆଚାର୍ଯ୍ୟ, ରଶ୍ମି ମହାପାତ୍ର, ପ୍ରଣତି ମିଶ୍ର, ନରୋତମ ନାୟକ, ଜ୍ଞାନ ପଟ୍ଟନାୟକ, ବିସ୍ମୟ ମହାପାତ୍ର, ରସିକ ପଟ୍ଟନାୟକ, ପ୍ରତିମା ମଲ୍ଲିକ, ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର, ଅମିୟ ପଟ୍ଟନାୟକ, ଆଲୋକ ଲେଙ୍କା, ସରୋଜ ପଟ୍ଟନାୟକ, ବିଶ୍ୱରଞ୍ଜନ ମହାନ୍ତି, ମିହିର ଆଚାର୍ଯ୍ୟ, କିଷାନ ପଣ୍ଡା, ଦୀପକ ମହାପାତ୍ର, ନିରୁପମା ପାତ୍ର, କନକଲତା ମଲ୍ଲିକ, ପ୍ରଦୀପ ମହାପାତ୍ର, ପ୍ରଭାତ ପ୍ରତାପ ସିଂ, ଅପର୍ଣ୍ଣାଧିର ସିଂ, ସ୍ୱାଗତ କର, ନିହାର ବେହେରା, ସ୍ୱାଧୀନ ପଣ୍ଡା, ସବିତା ଧିର, ନିରୁପମା ଦାସ, ରବିନ୍ଦ୍ର ମହାପାତ୍ର, ପ୍ରେମଜିତ ମହାନ୍ତି, ରାମଚନ୍ଦ୍ର ସାହୁ, ଅମରେନ୍ଦ୍ର ପାଇକରାୟ, ଚେତନ ମିଶ୍ର, ବିଶ୍ୱନାଥ ଦାଶ, ଅମ୍ରିତ ମହାପାତ୍ର, ଆଦର୍ଶ ମିଶ୍ର, ମିଟୁ ପ୍ରଧାନ, ମନଜା ମଞ୍ଜରୀ ଦେବୀ, ପ୍ରଶନ୍ନ ନାୟକ, ସୌମେନ୍ଦ୍ର ମହାନ୍ତି, ଶ୍ରୀଧର ବଳିଆର ସିଂ, ଅକ୍ଷୟ ଦାସ, ଜୟକୃଷ୍ଣ ସୁବୁଦ୍ଧି, କବିତା ପ୍ରିୟଦର୍ଶିନୀ ଦାସ, ପ୍ରଶାନ୍ତ ଚମ୍ପତି, ନିରଞ୍ଜନ ମିଶ୍ର, ରାଜେଶ ମିଶ୍ର, ଅଶୋକ ଦାସ, ଗିତାଞ୍ଜଳି ମହାନ୍ତି, ରଜତ କୁମାର ସାହୁ, ସରସ୍ୱତୀ ପାତ୍ର, ବିଦ୍ୟୁତଲତା ଆଚାର୍ଯ୍ୟ, ମୋତି କୈବର୍ତ, ନିରଞ୍ଜନ ରଥ, ଶୁଭାସିନୀ ମହାକୁଡ଼, ପ୍ରଭାବତୀ ପଟ୍ଟନାୟକ, ସଂଜୟ ତ୍ରିପାଠୀ, ବିଶ୍ୱନାଥ ଦାସ, ଏମଡି ଶାହାଦୁଲ୍ଲା, କୁଳମଣି ସାହୁ, ଅଭିଷେକ ମହାନନ୍ଦ, ବସନ୍ତ ପଣ୍ଡା, ଲିପିକା ମାଝୀ, ଦ୍ୱାରିକା ମହାପାତ୍ର, ରୂପାଦିପ୍ତା ମହାପାତ୍ର, ଶୁଭଦ୍ରା ମିଶ୍ର, ଦିପ୍ତରାଣୀ ପ୍ରଧାନ, କୁସୁମ ପ୍ରଧାନ, ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, ଶିଳ୍ପିଶ୍ରୀ ହରିଚନ୍ଦନ, ଜୟଶ୍ରୀ ପାତ୍ର ପ୍ରମୁଖ ହଜାର ହଜାର କଂଗ୍ରେସ କର୍ମୀ ଏହି ସମାବେଶରେ ଅଂଶଗ୍ରହଣ କରିଥିଲେ ।

Powered by Froala Editor

Tags OPCC , ODISHA CONGRESS

Related articles Odisha News Lens 4.1

  • ପରଲୋକରେ ଅଭିନେତା ନାନା ପାଟେକର
    ଦେଶ-ଦେଶାନ୍ତର

    ପରଲୋକରେ ଅଭିନେତା ନାନା ପାଟେକର

    14915
    Oct 08, 2026
  • ଭେଟେରାନ ଆକ୍ଟର ‘ନାନା ପାଟେକର’ଙ୍କ ପରଲୋକ
    ମନୋରଞ୍ଜନ

    ଭେଟେରାନ ଆକ୍ଟର ‘ନାନା ପାଟେକର’ଙ୍କ ପରଲୋକ

    14368
    Oct 08, 2026
  • ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି
    ବାଣିଜ୍ୟ

    ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି

    14548
    Oct 08, 2026
  • ଫ୍ରାନ୍ସର ହେନେରୀ ବି. କାଗନ ଓ ଜାପାନର କେନ୍ସୋ ସୋଆଇଙ୍କୁ ନୋବେଲ୍ ପୁରସ୍କାର
    ଦେଶ-ଦେଶାନ୍ତର

    ଫ୍ରାନ୍ସର ହେନେରୀ ବି. କାଗନ ଓ ଜାପାନର କେନ୍ସୋ ସୋଆଇଙ୍କୁ ନୋବେଲ୍ ପୁରସ୍କାର

    14808
    Oct 08, 2026
  • କବିତାଙ୍କ ନିଷ୍ଠା ଅନ୍ୟମାନଙ୍କ ପାଇଁ ପ୍ରେରଣା, ଶାଢ଼ି ପିନ୍ଧି ୧,୬୦୦ ମିଟର ଦୌଡ଼ିଲେ
    ଦେଶ-ଦେଶାନ୍ତର

    କବିତାଙ୍କ ନିଷ୍ଠା ଅନ୍ୟମାନଙ୍କ ପାଇଁ ପ୍ରେରଣା, ଶାଢ଼ି ପିନ୍ଧି ୧,୬୦୦ ମିଟର ଦୌଡ଼ିଲେ

    14935
    Oct 08, 2026
  • ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର, ବଢିଲା ମଜୁରୀ
    ଦେଶ-ଦେଶାନ୍ତର

    ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର, ବଢିଲା ମଜୁରୀ

    15249
    Oct 08, 2026
  • ଆସିଲା ନୂଆ ନିୟମ, ଆଧାର କାର୍ଡରେ ବନାନ ଭୁଲ୍ କିମ୍ବା ବିବାହ ପରେ ସାଙ୍ଗିଆ ବଦଳାଇବାକୁ ...
    ଦେଶ-ଦେଶାନ୍ତର

    ଆସିଲା ନୂଆ ନିୟମ, ଆଧାର କାର୍ଡରେ ବନାନ ଭୁଲ୍ କିମ୍ବା ବିବାହ ପରେ ସାଙ୍ଗିଆ ବଦଳାଇବାକୁ ...

    14884
    Oct 08, 2026
  • ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା
    ଦେଶ-ଦେଶାନ୍ତର

    ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା

    15201
    Oct 08, 2026
  • ଚେକିଂ  ଭୟରେ ଚଳନ୍ତା ଟ୍ରେନରୁ ଡେଇଁଲେ ଯାତ୍ରୀ
    ଦେଶ-ଦେଶାନ୍ତର

    ଚେକିଂ ଭୟରେ ଚଳନ୍ତା ଟ୍ରେନରୁ ଡେଇଁଲେ ଯାତ୍ରୀ

    13625
    Oct 08, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଆସିଲା ନୂଆ ନିୟମ, ଆଧାର କାର୍ଡରେ ବନାନ ଭୁଲ୍ କିମ୍ବା ବିବାହ ପରେ ସାଙ୍ଗିଆ ବଦଳାଇବାକୁ ଚାହୁଁଥିଲେ କରନ୍ତୁ ଏହା

    14884
    Oct 08, 2026
  • ଦେଶ-ଦେଶାନ୍ତର

    ଫ୍ରାନ୍ସର ହେନେରୀ ବି. କାଗନ ଓ ଜାପାନର କେନ୍ସୋ ସୋଆଇଙ୍କୁ ନୋବେଲ୍ ପୁରସ୍କାର

    14808
    Oct 08, 2026
  • ବାଣିଜ୍ୟ

    ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି

    14548
    Oct 08, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17161
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17854
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17811
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18228
    Sep 06, 2023

ବିଶେଷ

  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14413
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14521
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15532
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14205
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15942
    Sep 23, 2026

ବାଣିଜ୍ୟ

ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

ଡଲାର ତୁଳନାରେ ଟଙ୍କାର ବିନିମୟ ଦୁର୍ବଳ ହୋଇଚାଲିଛି । ଟଙ୍କା ମୂଲ୍ୟ ୯୭ ସ୍ତର ଛୁଇଁଛି । କାରବାର ସମୟରେ ବୁଧବାର ଟଙ୍କାର ମୂଲ୍ୟ ୯୭.୧୫୧ ସ୍ତର ଛୁଇଁଥିଲା । ଦିନ ମଧ୍ୟରେ ଟଙ୍କା ପ୍ରଥମେ ୯୬.୮୩ ସ୍ତରକୁ ଖସିଥିଲା । ଫଳରେ ଟଙ୍କା ଏସିଆର ସବୁଠାରୁ ଦୁର୍ବଳ ପ୍ରଦର୍ଶନକାରୀ ମୁଦ୍ରା ପାଲଟିଛି । କାରବାର ଶେଷ ବେଳକୁ ଟଙ୍କା ...

  • ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି

    14548
    Oct 08, 2026
  • ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

    15271
    Oct 06, 2026
  • ପାର୍ବଣରେ ସୁନା ପରିବର୍ତ୍ତେ ରୁପାରେ ଆଗ୍ରହ

    14013
    Oct 03, 2026
  • ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷା ପ୍ରଦାନ କରୁଛି

    15393
    Oct 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଫ୍ରାନ୍ସର ହେନେରୀ ବି. କାଗନ ଓ ଜାପାନର କେନ୍ସୋ ସୋଆଇଙ୍କୁ ନୋବେଲ୍ ପୁରସ୍କାର

    14808
    Oct 08, 2026
  • ଚେକିଂ ଭୟରେ ଚଳନ୍ତା ଟ୍ରେନରୁ ଡେଇଁଲେ ଯାତ୍ରୀ

    13625
    Oct 08, 2026
  • କବିତାଙ୍କ ନିଷ୍ଠା ଅନ୍ୟମାନଙ୍କ ପାଇଁ ପ୍ରେରଣା, ଶାଢ଼ି ପିନ୍ଧି ୧,୬୦୦ ମିଟର ଦୌଡ଼ିଲେ

    14935
    Oct 08, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In