ଦିଲ୍ଲୀ ଏନ୍ସିଆର୍ରେ ପୁଣି ଭୂକମ୍ପ ଝଟ୍କା
ରାଜଧାନୀ ଦିଲ୍ଲୀ ଏନ୍ସିଆର୍ରେ ପୁଣି ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ଏହି ଭୂକମ୍ପ ୪ଟା ୮ ମିନିଟରେ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୧ ରେକର୍ଡ କରାଯାଇଛି। ଦିଲ୍ଲୀ ସମେତ ନଏଡା ଓ ଗାଜିଆବାଦରେ ମଧ୍ୟ ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଛି। ହରିୟାଣର ଅନେକ ଅଞ୍ଚଳ ମଧ୍ୟ ଦୋହଲିଛି। ଯେତେବେଳେ ଭୂମିକମ୍ପ ହେଲା, ଲୋକମାନେ ସେମାନଙ୍କ ଘରେ ଥିଲେ ଏବଂ ଭୂକମ୍ପ ଘଟିବା ପରେ ବାହାରକୁ ଆସିଥିଲେ।
ସୂଚନା ମୁତାବକ, ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ହରିୟାଣାର ଫରିଦାବାଦଠାରୁ ୯ କିଲୋମିଟର ଗଭୀରତାରେ ଥିବା ଜଣାପଡିଛି। ତେବେ ଏଥିରେ କାହାର କୌଣସି କ୍ଷୟକ୍ଷତି ଘଟିନଥିବା କୁହାଯାଉଛି। ୨ ସପ୍ତାହ ମଧ୍ୟରେ ଏହା ଦ୍ୱିତୀୟ ଥର ପାଇଁ ଦିଲ୍ଲୀ-ଏନସିଆରରେ ଭୂକମ୍ପ ହେଲା । ଏହାପୂର୍ବରୁ ଅକ୍ଟୋବର ୩ ରେ ଦିଲ୍ଲୀ-ଏନସିଆରରେ ଅପରାହ୍ନ 2:25 ରେ ଭୂକମ୍ପ ଅନୁଭୂତ ହୋଇଥିଲା।
Powered by Froala Editor