ଗ୍ଲୋବାଲ ଟେଣ୍ଡରରେ ଆସିଥିଲେ ମାତ୍ର ୨ କମ୍ପାନୀ
ଭୁବନେଶ୍ୱର: ରାଜ୍ୟରେ କରୋନାକୁ ମାତ ଦେବା ଦେବା ପାଇଁ ଟିକାକରଣ ଅଭିଯାନକୁ ଜୋରଦାର କରାଯାଇଛି । ତେବେ ଅଧିକାଂଶ ସ୍ଥାନରେ ଟିକାର ଅଭାବ ଯୋଗୁ ଟିକାକରଣ ବାଧାପ୍ରାପ୍ତ ହେଉଛି । ତେବେ ଟିକା ପାଇଁ ରାଜ୍ୟ ସରକାର ଗ୍ଲୋବାଲ ଟେଣ୍ଡର କରିଥିବାବେଳେ ଉକ୍ତ ଟେଣ୍ଡରରେ ମାତ୍ର ୨ଟି କମ୍ପାନୀ ଆସିଥିଲେ ବୋଲି ଜଣାଯାଇଛି । ଏନେଇ ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ଟେଣ୍ଡରରେ ୨ଟି କମ୍ପାନୀ ଆସିଥିଲେ । ଏବେ ଡକୁ୍ୟମେଣ୍ଟ ଭେରିଫିକେସନ ଚାଲିଛି । କମ୍ପାନୀମାନେ ସିଧାସଳଖ ଆସନ୍ତିନାହିଁ । ସେମାନେ ଏଜେନ୍ସି ମାଧ୍ୟମରେ ଆସିନ୍ତି । ଯେପର୍ଯ୍ୟନ୍ତ ଟେକ୍ନିକାଲ କ୍ଲିୟରାନ୍ସ ଆସିନାହିଁ କିଛି କହି ହେବନି ।
ଅନ୍ୟପକ୍ଷରେ ଏବେ ରାଜ୍ୟରେ ସଂକ୍ରମଣ ହାର ୧୦ ପ୍ରତିଶତ ପାଖାପାଖି ଅଛି । ଏହି ଧାରା ଜାରି ରହିଲେ ଧୀରେ ଧୀରେ ଓଡ଼ିଶାରେ ଲକଡାଉନ କୋହଳ କରାଯିବ ବୋଲି ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ବିଜୟ ମହାପାତ୍ର କହିଛନ୍ତି ।
ପ୍ରକାଶ ଯେ, ଯଦିଓ ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୂର୍ବାପେକ୍ଷା ଧୀରେ ଧୀରେ କମୁଛି, ତେବେ ମୃତୁ୍ୟ ସଂଖ୍ୟାରେ ବ୍ରେକ ଲାଗୁନି । ଅନ୍ୟପକ୍ଷରେ କରୋନାକୁ ମାତ ଦେବା ବା କରୋନା ଚେନକୁ ଭାଙ୍ଗିବା ପାଇଁ ଏବେ ରାଜ୍ୟରେ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଲକଡାଉନ ଜାରି କରାଯାଇଛି । ତେବେ ୧୭ ପରେ ପୁଣି ଲକଡାଉନ ଅବଧିକୁ ବୃଦ୍ଧି କରାଯିବ ନା ଲକଡାଉନକୁ କୋହଳ କରାଯିବ ତାକୁ ନେଇ ଲୋକେ ଏବେ ସନ୍ଦୀହାନ ଅବସ୍ଥାରେ ରହିଛନ୍ତି । କାରଣ କରୋନା ଲକଡାଉନ ଯୋଗୁଁ ଲୋକଙ୍କ ଜୀବିକା ଏବେ ଉଜୁଡ଼ି ଯିବାକୁ ବସିଲାଣି ।
Powered by Froala Editor