ଅନ୍ୟ ଜାତିର ପୁଅକୁ ପ୍ରେମ କରୁଥିବା ଜାଣି ଝିଅକୁ ହତ୍ୟାକଲା ବାପା
ବେଙ୍ଗାଲୁରୁ: ଅନ୍ୟ ଜାତିର ପୁଅକୁ ପ୍ରେମ କରୁଥିବା ଜାଣି ବେଙ୍ଗାଲୁରୁ ନିକଟରେ ଜଣେ ବ୍ୟକ୍ତି ନିଜ ୨୦ ବର୍ଷୀୟ ଝିଅକୁ ହତ୍ୟା କରିଥିବା କଥା ଗୁରୁବାର ଦିନ ପୁଲିସ କହିଛି। ସେ ପୁଅ ସହିତ ସମ୍ପର୍କ ତୁଟାଇ ଦେବା ଲାଗି ଦେବାନାହାଲ୍ଲି ନିକଟ ବିଦାଲୁରୁ ଗ୍ରାମର ବାସିନ୍ଦା ମଞ୍ଜୁନାଥ କଲେଜ ପଢୁଆ ଝିଅ କୱାନାଙ୍କୁ ସାବଧାନ କରାଇ ଦେଇଥିଲେ। କିନ୍ତୁ, କୱାନା ବାପାଙ୍କ କଥାକୁ ଖାତର କରି ନ ଥିଲେ।
କେବଳ ସେତିକି ନୁହେଁ, କୱାନାର ସାନଭଉଣୀ ମଧ୍ୟ ଆଉ ଜଣେ ପୁଅକୁ ପ୍ରେମ କରୁଥିଲା। ସାନଝିଅ ନଷ୍ଟ ହେବା ଲାଗି ମଧ୍ୟ ବାପା ମଞ୍ଜୁନାଥ କୱାନାକୁ ଦାୟୀ କରୁଥିଲେ। ଏସବୁ କଥାକୁ ନେଇ ବୁଧବାର ରାତିରେ ମଞ୍ଜୁନାଥ ଓ କୱାନାଙ୍କ ମଧ୍ୟରେ ଭୀଷଣ ବିବାଦ ହୋଇଥିଲା। ଉତ୍କ୍ଷିପ୍ତ ହୋଇ ମଞ୍ଜୁନାଥ ଗୋଟାଏ ଛୁରି ଆଣି କୱାନାଙ୍କ ତଣ୍ଟି କାଟି ପକାଇବା ସହିତ ଏକାଧିକ ବାର ତାଙ୍କ ହାତ ଓ ଗୋଡ଼ରେ ଛୁରି ଭୁଷି ପକାଇଲେ। ଏହାପରେ ମଞ୍ଜୁନାଥ ନିଜେ ଥାନାକୁ ଯାଇ ଆତ୍ମସମର୍ପଣ କଲେ। ବାପା ପ୍ରେମକୁ ବିରୋଧ କରୁଥିବା ଦର୍ଶାଇ ସାନଝିଅ ମଧ୍ୟ ଥାନାରେ ଫେରାଦ ହୋଇଛି।
Powered by Froala Editor