୪ ମହଲାରୁ ଖସିପଡ଼ିଲା ୪ ବର୍ଷର ଶିଶୁକନ୍ୟା
ମୁମ୍ବାଇର ଭିରାରରେ ଘଟିଛି ଦୁଃଖଦ ଘଟଣା । ଝିଅକୁ ଏକୁଟିଆ ଛାଡି ବାପା ମା ସକାଳୁ ଷ୍ଟେସନ ଚାଲିଯାଇଥିବାବେଳେ ଶିଶୁଟି ଝରକାରେ ଚଢିଯାଇ ତଳକୁ ଖସିପଡିଥିଲା । ଶିଶୁଟିର ଦୁଇ ଆଖିକୁ ପିତାମାତା ଦାନ କରିଛନ୍ତି ।
ମୁମ୍ବାଇ ଅନ୍ତର୍ଗତ ଭିରାରର ଓ୍ବାଇକେ ନଗରରେ ଥିବା ୧୯ ମହଲା ବିଶିଷ୍ଟ ଆପାର୍ଟମେଣ୍ଟରେ ଘଟିଛି ଏ ଘଟଣା । ଆପାର୍ଟମେଣ୍ଟର ଚତୁର୍ଥ ମହଲାରେ ରହୁଥିଲେ ସୁରେଶ, ପତ୍ନୀ ମଣି ଓ ୪ ବର୍ଷର କନ୍ୟା ଦର୍ଶିନୀ । ମଙ୍ଗଳବାର ସକାଳେ ଝିଅ ଶୋଇଥିବାବେଳେ ସ୍ବାମୀଙ୍କୁ ଷ୍ଟେସନରେ ଛାଡିବା ଲାଗି ମଣି ସ୍କୁଟରରେ ଯାଇଥିଲେ । ସେମାନେ ଭାବିଥିଲେ ଷ୍ଟେସନରୁ ଫେରିବା ବେଳକୁ ଝିଅ ଉଠି ନଥିବ । ୩୦ ମିନଟ ପରେ ଫେରିବାବେଳକୁ ଝିଅର ମୃତ୍ୟୁ ଦେଖି ମାର ପାଦ ତଳୁ ମାଟି ଖସିଯାଇଥିଲା । ଘରେ କେହି ନଥିବାରୁ ପିଲାଟି ଖୋଲାଥିବା ଝରକା ଦେଇ ଉପରକୁ ଉଠିଯାଇଥିଲା ଏବଂ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲା ।
Powered by Froala Editor