ନଭେମ୍ବର ୨୩ ନୁହେଁ, ୨୫ରେ ରାଜସ୍ଥାନ ଭୋଟ

ଦିନକ ତଳେ ରାଜସ୍ଥାନବାସୀ ନଭେମ୍ବର ୨୩ରେ ଭୋଟ ଦେବେ ବୋଲି ମୁଖ୍ୟ ନିର୍ବାଚନ କମିଶନର ଘୋଷଣା କରିଥିଲେ। ହେଲେ ଭୋଟିଂ ତାରିଖରେ ସଂଶୋଧନ କରାଯାଇଛି। ଆସନ୍ତା ନଭେମ୍ବର ୨୩ ନୁହେଁ ୨୫ରେ ହେବ ରାଜସ୍ଥାନ ବିଧାନସଭା ନିର୍ବାଚନ । ଗୋଟିଏ ପର୍ଯ୍ୟାୟରେ ରାଜସ୍ଥାନରେ ମତଦାନ ଗ୍ରହଣ କରାଯିବ ।
ରାଜସ୍ଥାନବାସୀ ନଭେମ୍ବର ୨୩ ବଦଳରେ ନଭେମ୍ୱର ୨୫ରେ ଭୋଟ ଦେଇ ନିଜ ପସନ୍ଦର ସରକାର ବାଛିବେ।
ଗତ ୯ ତାରିଖରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ୫ ରାଜ୍ୟ- ମିଜୋରାମ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଘୋଷଣା କରିଥିଲେ। ମିଜୋରାମରେ ନଭେମ୍ବର ୭ ତାରିଖରେ ଭୋଟ୍ ଗ୍ରହଣ କରାଯିବ। ମଧ୍ୟପ୍ରଦେଶରେ ନଭେମ୍ବର ୧୭ ତାରିଖରେ ଭୋଟ୍ ହେବାକୁ ଥିବା ବେଳେ ରାଜସ୍ଥାନରେ ନଭେମ୍ବର ୨୩ ଓ ତେଲେଙ୍ଗାନାରେ ନଭେମ୍ବର ୩୦ ତାରିଖରେ ମତଦାନ ହେବ ବୋଲି ସେ କହିଥିଲେ। ଏଥିସହ ଛତିଶଗଡ଼ରେ ନଭେମ୍ବର ୭ରେ ପ୍ରଥମ ପର୍ଯ୍ୟାୟ ଓ ନଭେମ୍ବର ୧୭ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ ବୋଲି ରାଜୀବ କୁମାର ସୂଚନା ଦେଇଥିଲେ। ହେଲେ ଏବେ ଜସ୍ଥାନର ଭୋଟିଂ ତାରିଖ ବଦଳିଛି।
Powered by Froala Editor