ଅଟଳ ବିହାରୀଙ୍କ ପରଲୋକ
ଭୁବନେଶ୍ୱର: କରୋନାରେ ପୁଣି ଜଣେ ବିଶିଷ୍ଟ ଅଭିନେତାଙ୍କ ପରଲୋକ ଘଟିଛି । ବିଶିଷ୍ଟ ଅଭିନେତା, ନାଟ୍ୟ କଳାକାର ତଥା କଥାକାର ଅଟଳବିହାରୀ ପଣ୍ଡା ଶେଷନିଶ୍ୱାସ ତ୍ୟାଗ କରିଛନ୍ତି । ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଅଟଳ ବିହାରୀଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ସେ କୋଭିଡ୍ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ । ଏହାପରେ ପୁଣି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।
ସୂଚନା ଥାଉ କି, ଶ୍ରୀ ପଣ୍ଡା କିଛିଦିନ ପୂର୍ବରୁ ଅସୁସ୍ଥ ଥିବାରୁ ତାଙ୍କୁ ବୁର୍ଲା ମେଡିକାଲ ମେଡିସି୍ ବିଭାଗ ଚିକିତ୍ସା କରାଯାଇଥିଲା। ସାମାନ୍ୟ ସୁସ୍ଥ ହେବାରୁ ଗତ ରବିବାର ତାଙ୍କ ପରିବାର ଲୋକେ ତାଙ୍କୁ ଘରକୁ ନେଇଥିଲେ। ପୁଣି ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ସୋମବାର ସନ୍ଧ୍ୟାରେ ତାଙ୍କୁ ଭିମ୍ସାରେ ଭର୍ତ୍ତି କରାଯାଇଥିଲା।
ସଲାବୁଢା ତାଙ୍କର ଅଦ୍ଵିତୀୟ ସମ୍ବଲପୁରୀ ଫିଲ୍ମ। ୨୦୧୩ରେ ୮୩ ବର୍ଷ ବୟସରେ ସେ ଏହି ପିଲ୍ମରେ ଅଭିନୟ କରିଥିଲେ। ସଲାବୁଢା ପୂର୍ବରୁ ସେ ଦୂରଦର୍ଶନରେ ଏକ ୪୫ ମିନିଟର ଟେଲି ଫିଲ୍ମ ଡଂଗର ତଲେ ଡମରୁ ବାବାରେ ଅଭିନୟ କରିଥିଲେ। ସେ ଜଣେ ଶ୍ରେଷ୍ଠ ଅଭିନେତା ଭାବରେ ଦୁଇ ଦୁଇଟି ଓଡ଼ିଶା ଷ୍ଟେଟ୍ ଫିଲ୍ମ ଆୱାର୍ଡରେ ସମ୍ମାନିତ ହୋଇଛନ୍ତି।
Powered by Froala Editor