୨୦୨୪ ଅଗଷ୍ଟ ପର୍ଯ୍ୟନ୍ତ ବଢ଼ିଲା ଷ୍ଟେଟ୍ ବ୍ୟାଙ୍କ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ
ନୂଆଦିଲ୍ଲୀ : ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଅଧ୍ୟକ୍ଷ ଦୀନେଶ ଖାରାଙ୍କ କାର୍ଯ୍ୟକାଳକୁ କେନ୍ଦ୍ର ସରକାର ୨୦୨୪ ଅଗଷ୍ଟ ପର୍ଯ୍ୟନ୍ତ ବୃଦ୍ଧି କରିଥିବା ଚର୍ଚ୍ଚା ହେଉଛି। ତାଙ୍କୁ ୬୩ ବର୍ଷ ହେବା ପର୍ଯ୍ୟନ୍ତ ସେ ଏହି ପଦରେ କାମ କରିବେ। ୨୦୨୦ ଅକ୍ଟୋବର ୭ରେ ଶ୍ରୀ ଖାରା ଷ୍ଟେଟ୍ ବ୍ୟାଙ୍କର ମଙ୍ଗ ସମ୍ଭାଳିଥିଲେ। ନିୟମ ଅନୁସାରେ ଜଣେ ବ୍ୟକ୍ତି ୬୩ ବର୍ଷ ପର୍ଯ୍ୟନ୍ତ ଷ୍ଟେଟ୍ ବ୍ୟାଙ୍କର ଅଧ୍ୟକ୍ଷ ଦାୟିତ୍ବ ତୁଲାଇପାରିବେ। ଏନେଇ ସରକାରୀ ସ୍ତରରେ କୌଣସି ଘୋଷଣା ହୋଇନାହିଁ।
Powered by Froala Editor