ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟ: ଗର୍ଜିଲେ ସଫେଇ କର୍ମଚାରୀ
ଭୁବନେଶ୍ବର: ସହରରେ ସଫେଇ କାର୍ଯ୍ୟ ନେଇଥିବା ସଂସ୍ଥା ଆୱାରଲ୍ୟାଣ୍ଡ ବିରୋଧରେ ଗର୍ଜିଛନ୍ତି ସଫେଇ କର୍ମଚାରୀ। ସଂସ୍ଥାର ମନମୁଖୀ କାର୍ଯ୍ୟ ଓ ଦାୟିତ୍ୱହୀନତା ପ୍ରତିବାଦରେ ଆଜି ସଫେଇ କର୍ମଚାରୀମାନେ ବିଏମ୍ସି ଅଫିସ୍ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଟାୟାର ଜାଳି ପ୍ରତିବାଦ କରିବା ସହ କମିସନରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।
ଆୱାରଲ୍ୟାଣ୍ଡ ୨୦ଟି ୱାର୍ଡ ସଫେଇ ଦାୟିତ୍ବ ନେଇଛି। ସେଥିରେ ୧୮୦ରୁ ଊର୍ଦ୍ଧ୍ୱ ସଫେଇ କର୍ମଚାରୀ ଅଛନ୍ତି। କିନ୍ତୁ ସେମାନଙ୍କୁ ବୋନସ୍ କିମ୍ବା ଇପିଏଫ୍ ସୁବିଧା ଦିଆଯାଇ ନାହିଁ। ପୂର୍ବରୁ ମେୟର ଓ କମିସନରଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ ଲାଭ ହୋଇନଥିବାରୁ ଆନ୍ଦୋଳନ କରିଥିବା ସେମାନେ କହିଛନ୍ତି।
Powered by Froala Editor