କୃଷି ସଚିବ ସ୍କ୍ରବ୍ ଟାଇଫସ୍ରେ ଆକ୍ରାନ୍ତ
କୃଷି ସଚିବ ଅରବିନ୍ଦ ପାଢୀ ସ୍କ୍ରବ୍ ଟାଇଫସ୍ରେ ଆକ୍ରାନ୍ତ ହୋଇଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ରକ୍ତ ନୁମନା ପରୀକ୍ଷାରୁ ସ୍ପଷ୍ଟ ହୋଇଛି। ଆକ୍ରାନ୍ତ ପରେ ଅରବିନ୍ଦ ପାଢୀ ଘରେ ରହି ଚିକିତ୍ସିତ ହେଉଛନ୍ତି ବୋଲି ସୂଚନା ମିଳିଛି।
ରାଜ୍ୟର ଦୁଇରୁ ତିନୋଟି ଜିଲ୍ଲାକୁ ଛାଡ଼ିଲେ, ସାରା ରାଜ୍ୟକୁ ସ୍କ୍ରଵ ଟାଇଫସ ମାଡ଼ିଲାଣି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର। ସେ କହିଛନ୍ତି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଚିହ୍ନଟ ହେଲେଣି ୨୮୨୦ ସ୍କ୍ରଵ ଟାଇଫସ ରୋଗୀ। ରାଜ୍ୟରେ ୨୨୦୭୭ ଜଣଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଥିଲା ବେଳେ ୨୮୨୦ ଜଣଙ୍କର ପଜିଟିଭ୍ ଆସିଛି।
Powered by Froala Editor