ମଲ୍ରେ ଗୁଳିକାଣ୍ଡ: ତିନି ମୃତ
ନୂଆଦିଲ୍ଲୀ: ମଲ୍ରେ ଗୁଳିକାଣ୍ଡରେ ତିନି ଜଣକ ମୃତ୍ୟୁ। ବ୍ୟାଙ୍ଗକକ୍ର ଏକ ବିଳାସପୂର୍ଣ୍ଣ ମଲ୍ରେ ଗୁଳିକାଣ୍ଡ ଯୋଗୁଁ ତିନି ଜଣକ ମୃତ୍ୟୁ ହୋଇଛି। ମଙ୍ଗଳବାର ପୋଲିସ୍ ଏନେଇ ସ୍ପଷ୍ଟ କରିଛି। ଘଟଣାରେ ଜଣେ ୧୪ ବର୍ଷୀୟ ଯୁବକକୁ ଗୁଳିଚଳାଇଥିବା ସନ୍ଦେହରେ ଅଟକ ରଖି ପଚରାଉଚରା କରୁଛି।
ସୂଚନା ଅନୁଯାୟୀ, ଏହି ଯୁବକ ଜଣକ ସିଆ ପାରାଗନ ମଲ୍ରେ ଲୋକଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲା। ଆଉ ଏଥିରେ ତିନି ଜଣକ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଥିଲେ। ତେବେ ଘଟଣାର ସୂଚନା ମିଳିବା ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳକୁ ପହଞ୍ଚିଥିଲା ଏବଂ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଘଟଣାରେ ଜଣକୁ ଗିରଫ କରିଥିବା କହିଛି ମେଟ୍ରୋପଲିଟିଆନ ପୋଲିସ୍ ଡିଟେକ୍ଟିଭ୍ ଡିପାର୍ଟମେଣ୍ଟ।
Powered by Froala Editor