୧୨ ଘଣ୍ଟିଆ ଧର୍ମଗଡ଼ ବନ୍ଦ
ଧର୍ମଗଡ଼ : ୧୨ ଘଣ୍ଟିଆ ଧର୍ମଗଡ଼ ବନ୍ଦ ଡାକରା । ବୁଧବାର ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ୟ୍ୟନ୍ତ ଧର୍ମଗଡ଼ ଉପଖଣ୍ଡ ବନ୍ଦ ଡାକରା ଦିଆଯାଇଛି । ଧର୍ମଗଡ଼ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ଆନ୍ଦୋଳନର ଆହ୍ୱାନ ଦିଆଯାଇଛି ।
ଖବର ଅନୁଯାୟୀ, ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ଦାବି କରି ବନ୍ଦ ଡାକରା ଦିଆଯାଇଛି । ଧର୍ମଗଡ଼ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନରେ ଅଗଷ୍ଟ ୨୮ ତାରିଖରୁ ଗଣଧାରଣା ଜାରି ରହିଥିଲା । ୩୭ ଦିନ ଧରି ଧର୍ମଗଡ଼ ଉପଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ କରିବା ସହ ଉପଜିଲ୍ଲାପାଳ, ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କୁ ଦାବି ପତ୍ର ପଠାଇଥିଲେ ।
ଶେଷରେ ୩୭ ଦିନ ପରେ ଆଜି ଧର୍ମଗଡ଼ ବନ୍ଦ ଡାକରା ଦିଆଯାଇଛି । ଜିଲ୍ଲା ଗଠନ ଦାବିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି ।
Powered by Froala Editor