ଆଜି ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପ ନିର୍ବାଚନ
ବ୍ରହ୍ମପୁର : ଆଜି ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପ ନିର୍ବାଚନ, ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ସରିଛି । ଗତ ଅଗଷ୍ଟ ୩୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ୧୦ ଜଣ ସମିତି ସଭ୍ୟ ଗାୟବ ହୋଇଥିବା ଯୋଗୁଁ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ପୂର୍ବତନ ବ୍ଲକ ଅଧ୍ୟକ୍ଷା ସୁନୀତା ସେଠୀଙ୍କ ମୃତ୍ୟୁ ପରେ ଏହି ଉପ ନିର୍ବାଚନ ହେଉଛି । ସୁରକ୍ଷା ଦୃଷ୍ଟିରୁ ବ୍ୟପକ ପୋଲିସ ମୁତୟନ କରାଯଇଛି ଓ ଶାନ୍ତି ଶୃଙ୍କଳାର ସହ ଉପ ନିର୍ବାଚନ ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ୨୬ ଜଣ ସମିତି ସଭ୍ୟଙ୍କ ମଧ୍ୟରୁ ଜଣେ ଜେଲରେ ଥିବା ବେଳେ ୨୫ ଜଣ ସମିତି ସଭ୍ୟ ମତଦାନ ଦେବାର ସମ୍ଭାବନା ରହିଛି ।
ଖବର ଅନୁଯାୟୀ, ଆଜି ପୂର୍ବାହ୍ନ ୧୦ଟାରୁ ୧୧ ମଧ୍ୟରେ ନାମାଙ୍କନ ଦାଖଲ, ଅପରାହ୍ନ ୧୧ଟାରୁ ୧୧ଟା ୩୦ ଯାଞ୍ଚ ଓ ମଧ୍ୟାହ୍ନ ୧୨ଟା ପୂର୍ବରୁ ନାମାଙ୍କନ ପ୍ରତ୍ୟାହାର ଧାର୍ୟ୍ୟ ହୋଇଛି । ଆବଶ୍ୟକସ୍ଥଳେ ଅପରାହ୍ନ ୧୨ଟା ୩୦ରୁ ୨ଟା ମଧ୍ୟରେ ଭୋଟ ଗ୍ରହଣ କରାଯିବ । ମତଦାନ ପରେ ଭୋଟ ଗଣତି ଓ ବିଜୟୀ ପ୍ରାର୍ଥୀ ଘୋଷଣା କରାଯିବ ।
Powered by Froala Editor