୩ ବି.ଟେକ୍ ଆତଙ୍କବାଦୀ ଗିରଫ, ଭାରତରେ କରିଥାନ୍ତେ ବଡ଼ ଆକ୍ରମଣ
ଭାରତରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ୍ ନେଟୱର୍କର ପର୍ଦ୍ଦାଫାସ ହୋଇଛି। ବି.ଟେକ୍ କରିବା ପରେ ଭାରତରେ ବିସ୍ଫୋରଣ କରିବାର ଯୋଜନା କରୁଥିଲେ ୩ ଆତଙ୍କବାଦୀ। ୩ ସନ୍ଦିଗ୍ଧ ଆତଙ୍କାବାଦୀଙ୍କୁ ପୁଲିସ ଦିଲ୍ଲୀ ଓ ଉତ୍ତର ପ୍ରଦେଶରୁ ଗିରଫ କରିଛି।
ପୁଲିସ କହିଛି ଯେ ଦିଲ୍ଲୀ ଏବଂ ଉତ୍ତରପ୍ରଦେଶରେ ଆଇଏସଆଇଏସ ନେଟୱାର୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ବେଳେ ଗିରଫ ହୋଇଥିବା ତିନିଜଣ ସନ୍ଦିଗ୍ଧ ଆତଙ୍କବାଦୀ ଇଞ୍ଜିନିୟର ଓ ସେମାନେ ବୋମା ତିଆରି କରିବାରେ ପାରଙ୍ଗମ ଥିଲେ ବୋଲି ଜଣାପଡ଼ିଛି। ଗିରଫ ହୋଇଥିବା ୩ ସନ୍ଦିଗ୍ଧ ଆତଙ୍କବାଦୀମାନେ ହେଲେ ମହମ୍ମଦ ଶହନୱାଜ୍, ମହମ୍ମଦ ରିଜୱାନ ଅସରଫ୍ ଓ ମହମ୍ମଦ ଅର୍ସଦ ୱାର୍ସି।
ମହମ୍ମଦ ଶାହନୱାଜ ମୋଷ୍ଟୱାଣ୍ଟେଡ ତାଲିକାରେ ରହିଥିଲା। ଶାହନୱାଜ ସମ୍ପର୍କରେ ତଥ୍ୟ ହାସଲ କରିବା ପାଇଁ ଗତ ମାସରେ ଏନଆଇଏ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲା। ବାକି ଦୁଇ ଜଣ ଦେଶର ବିଭିନ୍ନ ସ୍ଥାନରେ ବିସ୍ଫୋରଣରେ ଯୋଜନା କରୁଥିଲେ। ଗିରଫ ପରେ ସେମାନଙ୍କଠାରୁ ପିସ୍ତଲ, ବୋମା ତିଆରିରେ ବ୍ୟବହୃତ ସାମଗ୍ରୀ ଓ କିଛି ରାସାୟନିକ ପଦାର୍ଥ ଜବତ କରାଯାଇଛି।
Powered by Froala Editor