ଖାଇରେ ଖସିପଡ଼ିଲା ଟୁରିଷ୍ଟ ବସ୍ : ୮ ମୃତ

ତାମିଲନାଡ଼ୁର କୁନ୍ନର ସ୍ଥିତ ମାରାପଲମ ପାଖରେ ଖାଇକୁ ଖସିଲା ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବସ୍ । ଫଳରେ ୩୫ ଜଣ ଆହତ ହୋଇଛନ୍ତି । ସେହିପରି ୮ଜଣଙ୍କ ମୃତ୍ୟୁ ହୋଇଯାଇଛି । ଏହି ବସ୍ ଉଟିରୁ ମେଟ୍ଟୁପାଲୟମ ଯାତ୍ରା କରୁଥିଲା । ଖବର ପାଇ ସ୍ଥାନୀୟ ଅଧିକାରୀ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଦ୍ଧାର ହୋଇଥିବା ଯାତ୍ରୀଙ୍କ ମଧ୍ୟରୁ ୮ ଜଣଙ୍କୁ ଡାକ୍ତରଖାନା ନିଆଯିବା ପରେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏବେ ଘଟଣାକୁ ନେଇ ତଦନ୍ତ ଚାଲିଛି । ତେବେ ମୃତକଙ୍କ ମଧ୍ୟରେ ୩ଜଣ ମହିଳା ଥିବାବେଳେ ୫ଜଣ ପୁରୁଷ ସାମିଲ ଅଛନ୍ତି ।
ପ୍ରାଥମିକ ତଦନ୍ତରୁ ଜଣାଯାଇଛି ଯେ, ଡ୍ରାଇଭର ବସ ଉପରେ ନିଜର ନିୟନ୍ତ୍ରଣ ହରାଇ ବସିଥିଲେ, ଯେଉଁକାରଣରୁ ବସ୍ କୁନ୍ନୁର ପାଖ ମରାପଲମରେ ୧୦୦ ଫୁଟ ଗଭୀର ଖାଇକୁ ଖସିପଡ଼ିଥିଲା । ଏହାରି ମଧ୍ୟରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଘଟଣା ଉପରେ ଶୋକ ବ୍ୟକ୍ତ କରିବା ସହ ମୃତକଙ୍କ ପରିବାର ପାଇଁ ୮ ଲକ୍ଷ ଲେଖାଏଁ ଏବଂ ଆହତଙ୍କ ପାଇଁ ୧ ଲକ୍ଷ ଲେଖାଏଁ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ସେହିପରି ସାମାନ୍ୟ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ସହାୟତା ଘୋଷଣା କରିଛନ୍ତି ।
Powered by Froala Editor