ଆଜି ଗୃହରେ ପଞ୍ଚାୟତି ରାଜ ଓ ସ୍କୁଲ୍ ଗଣଶିକ୍ଷା ବିଭାଗର ଖର୍ଚ୍ଚ ଦାବି ଆଲୋଚନା
ଭୁବନେଶ୍ବର: ଶନିବାର ଗୃହରେ ଅତିରିକ୍ତ ବଜେଟର ଖର୍ଚ୍ଚ ଦାବି ଆଲୋଚନା ରହିଛି । ପଞ୍ଚାୟତି ରାଜ ଓ ସ୍କୁଲ୍ ଗଣଶିକ୍ଷା ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହେବ। ସେହିପରି ପର୍ୟ୍ୟଟନ,ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ,ମହିଳା ଓ ଶିଶୁ ବିକାଶ,ଅବକାରୀ,ଆଇନ,ମିଶନ ଶକ୍ତି,ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ର ପ୍ରଶ୍ନ କାଳ ରହିଛି । ମୁଖ୍ୟ ବିରୋଧୀ ବିଜେପି ବିଧାୟକ ମାନେ ଗୃହକୁ ନଚଳାଇ ଦେବାକୁ ରଣନୀତି କରି ଆସୁଥିବାରୁ ପ୍ରଶ୍ନକାଳ ସ୍ଵାଭାବିକ ଭାବେ ଚାଲିବ କି ନାହିଁ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଗୁରୁବାର ବିଧାନସଭାରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି ବିଜେପି । ବାଚସ୍ପତିଙ୍କ ଚେୟାରକୁ ଡାଲି ଫୋପାଡ଼ି ଗୃହର ମର୍ୟ୍ୟାଦା କ୍ଷୁର୍ଣ୍ଣ କରିଛି ବିଜେପି ।
Powered by Froala Editor