ସ୍ୱାସ୍ଥ୍ୟକର୍ମୀ ଓ ତାଙ୍କ ପରିବାରଲୋକଙ୍କ ଚିକିତ୍ସା ପାଇଁ ଡାକ୍ତରଖାନାରେ ଶଯ୍ୟା ସଂରକ୍ଷିତ ରହିବ
ଭୁବନେଶ୍ୱର : ସ୍ୱାସ୍ଥ୍ୟକର୍ମୀ ଓ ତାଙ୍କ ପରିବାରଲୋକଙ୍କ କରୋନା ଚିକିତ୍ସା ପାଇଁ ସ୍ୱୀକୃତିପ୍ରାପ୍ତ ହସ୍ପିଟାଲଗୁଡ଼ିକରେ ଏଣିକି ୫ପ୍ରତିଶତ ସାଧାରଣ ଶଯ୍ୟା ଓ ଆଇସିୟୁ ସଂରକ୍ଷିତ ରହିବ । ରାଜ୍ୟ ସରକାର ଚଳିତବର୍ଷ ଜାନୁଆରି ୨୮ତାରିଖରେ ଜାରି କରିଥିବା ନିଦେ୍ର୍ଧଶନାମାରେ ଗୁରୁବାର ପରିବର୍ତ୍ତନ କରିଛନ୍ତି । ଏ ସଂକ୍ରାନ୍ତରେ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କୁହାଯାଇଛି ଯେ ଆଇପିଡି ଓ ଓପିଡିରେ ଥିବା ରୋଗୀଙ୍କୁ ଯଦି ସନେ୍ଦହ କରାଯାଏ, ତାହାଲେ ତାଙ୍କର ରାପିଡ ଆଣ୍ଟିଜେନ୍ କିଟରେ ପରୀକ୍ଷା କରାଯିବ । ଫଳରେ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସଂକ୍ରମଣରୁ ରୋକାଯାଇପାରିବ । ଏହା କରୋନାର ତୃତୀୟ ଲହର ପ୍ରସ୍ତୁତିରେ ସହାୟକ ହୋଇପାରିବ । ହସ୍ପିଟାଲର ପ୍ରବେଶପଥରେ ଥର୍ମାଲ ସ୍କ୍ରିନିଂ ସହିତ ସାନିଟାଇଜର ପ୍ରଦାନ କରାଯିବାକୁ ନିଦେ୍ର୍ଧଶ ଦିଆଯାଇଛି । ସ୍ୱାସ୍ଥ୍ୟକର୍ମୀମାନଙ୍କୁ ପିପିଇ କିଟ୍ ସହିତ କୋଭିଡ ନିୟାମବଳୀକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି । ବିନା ମାସ୍କରେ କୌଣସି ସ୍ୱାସ୍ଥ୍ୟକର୍ମୀ ପ୍ରବେଶ କରିପାରିବେ ନାହିଁ । ସେହିପରି ସବୁ ସ୍ୱାସ୍ଥ୍ୟକର୍ମୀଙ୍କୁ କୋଭିଡ ଯୋଦ୍ଧାର ମାନ୍ୟତା ଦିଆଯିବା ସହିତ ପୂର୍ବରୁ ଜାରି ହୋଇଥିବା ନିର୍ଦେଶାବଳୀ ଅନୁଯାୟୀ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।
Powered by Froala Editor