Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, June 03, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

‘ରାମାୟଣ’ରେ ମୋହିତ : ସୁପରଷ୍ଟାରଙ୍କ ଉପରେ ...

ରାଜନୀତି
Home ›› ରାଜନୀତି ››ନାରୀ ବନ୍ଦନ ଅଧିନୀୟମ ମୋଦି ସରକାରର ଆଉ ଏକ ମିଥ୍ୟାଚାଲ- ରଞ୍ଜିତ ରଞ୍ଜନ

ନାରୀ ବନ୍ଦନ ଅଧିନୀୟମ ମୋଦି ସରକାରର ଆଉ ଏକ ମିଥ୍ୟାଚାଲ- ରଞ୍ଜିତ ରଞ୍ଜନ

2023-09-26 07:15:30
15136
Share:
Facebook
Twitter
E-Mail
WhatsApp
Telegram
ନାରୀ ବନ୍ଦନ ଅଧିନୀୟମ ମୋଦି ସରକାରର ଆଉ ଏକ ମିଥ୍ୟାଚାଲ- ରଞ୍ଜିତ ରଞ୍ଜନ

ଭୁବନେଶ୍ୱର  - ଲୋକସଭା ଓ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩ ଭାଗ ସ୍ଥାନ ସଂରକ୍ଷଣ ଉଦ୍ଦେଶ୍ୟରେ ମୋଦି ନେତୃତ୍ୱାଧିନ ବିଜେପି ସରକାର ପ୍ରଣୟନ କରିଥିବା ନାରୀ ବନ୍ଦନ ଅଧିନୀୟମ ବସ୍ତୁତଃ ଅର୍ଥହୀନ । ନାରୀ ବନ୍ଦନ ନାମରେ ନାରୀ ସଂରକ୍ଷଣ ବ୍ୟବସ୍ଥାକୁ କାର୍ଯ୍ୟକାରୀ ନ କରାଇବା ମହିଳାମାନଙ୍କ ପ୍ରତି ଘୋର ଅବିଚାର ବୋଲି ଅଖିଳ ଭାରତ କଂଗ୍ରେସ ମୁଖପାତ୍ର ତଥା ସାଂସଦ ଶ୍ରୀମତୀ ରଞ୍ଜିତ ରଞ୍ଜନ ଆଜି ଭୁବନେଶ୍ୱର କଂଗ୍ରେସ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମତବ୍ୟକ୍ତ କରିଛନ୍ତି । ଶ୍ରୀମତୀ ରଞ୍ଜିତ ରଞ୍ଜନ ଦେବୀ କଟାକ୍ଷ କରିଥିଲେ ଯେ ଆମେ ପୋଷ୍ଟ ଡେଟେଡ ଚେକ ବିଷୟରେ ଜାଣିଥିଲୁ କିନ୍ତୁ ପୋଷ୍ଟ ଡେଟେଡ ବିଲ କାନ କେବେ ଶୁଣିନଥିଲା ଯାହା ପ୍ରଧାନମନ୍ତ୍ରୀ ମୋଦି ମହାଶୟ ଦେଶବାସୀଙ୍କ ଆଗରେ ରଖିଛନ୍ତି । ମୋଦି ସରକାର ଏହି ମହିଳା ସଂରକ୍ଷଣ ବିଲ- ୨୦୨୩ ରେ ଯୋଡ଼ିଏ ସର୍ତ ରଖିଛନ୍ତି । ପ୍ରଥମରେ ଏହି ବିଲ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଆଇନରେ ପରିଣତ ହେଲେ ମଧ୍ୟ ୨୦୨୪ ରେ କାର୍ଯ୍ୟକାରୀ ହେବନାହିଁ । ୨୦୨୬ ପରେ ହେବାକୁଥିବା ଜନଗଣନା ପରେ ଓ ଦ୍ୱିତୀୟରେ ଲୋକସଭା ଏବଂ ବିଧାନସଭା ଆସନ ଗୁଡ଼ିକର ସୀମା ପୁନଃ ନିର୍ଦ୍ଧାରଣ ପରେ ଏହାର କାର୍ଯ୍ୟକାରୀ କରାଯିବ । ସୁତରାଂ କେଉଁ ନିର୍ଦ୍ଦିଷ୍ଟ ବର୍ଷ ବା ତାରିଖରେ ମହିଳାମାନଙ୍କୁ ଉଭୟ ଲୋକସଭା ଓ ବିଧାନସଭାରେ ୩୩ ଭାଗ ସଂରକ୍ଷଣ ମିଳିବ ତାହା କେନ୍ଦ୍ର ସରକାର କହିବାକୁ ଅକ୍ଷମ । ଯଦି ସଂସଦରେ ପାରିତ ବିଧେୟକ କେବେ କାର୍ଯ୍ୟକାରୀ ହେବ ସରକାର କହିବାକୁ ଅସମର୍ଥ ତେବେ ସ୍ୱତନ୍ତ୍ର ଅଧିବେଶ ଆହୁତ କରାଗଲା କାହିଁକି? ଏହା କ’ଣ ବହୁ ଆଡମ୍ବରେ ଲଘୁକ୍ରିୟା ନୁହେଁ କି? ଏହା ପଛରେ ନାରୀ ବନ୍ଦନା ନାମରେ ମହିଳାମାନଙ୍କୁ ସଂରକ୍ଷଣରୁ ବଂଚିତ କରିବା ଅଭିସନ୍ଧି ନାହିଁ କି ବୋଲି ସାଂସଦ ଶ୍ରୀମତୀ ରଞ୍ଜିତା ଦେବୀ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

ସେ ଉଲ୍ଲେଖ କରିଥିଲେ ଯେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କଂଗ୍ରେସର ମାନସ ସନ୍ତାନ । ସଂରକ୍ଷଣ ବ୍ୟବସ୍ଥାର ଇତିବୃତି ବାବଦରେ ବର୍ଣ୍ଣନା କରି ସାଂସଦ ମହୋଦୟା କହିଥିଲେ ଯେ ୧୯୮୯ ରେ ରାଜୀବ ଗାନ୍ଧୀ ସମ୍ବିଧାନ ସଂଶୋଧନ କରି ସାରା ଭାରତବର୍ଷର ତ୍ରିସ୍ତରୀୟ ପଂଚାୟତ ଅନୁଷ୍ଠାନ ମାନଙ୍କରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ବିଧେୟକ ଲୋକସଭାରେ ପାରିତ କରିଥିଲେ । କିନ୍ତୁ ଦୁର୍ଭାଗ୍ୟକୁ ଏହି ବିଲଟି ରାଜ୍ୟ ସଭାରେ ମାତ୍ର ୭ ଖଣ୍ଡ ଭୋଟରେ ପରାଜିତ ହେବାପରେ ଆଇନରେ ପରିଣତ ହୋଇପାରିନଥିଲା । ସେତେବେଳେ ବିଜେପିର ତୁଙ୍ଗ ନେତା ଲାଲ କୃଷ୍ଣ ଆଡଭାନୀ ଓ ରାମ ଜେଠାମାଳିନୀ ରାଜୀବ ଗାନ୍ଧୀଙ୍କର ଏହି ନିଷ୍ପତିକୁ ବିରୋଧ କରିଥିଲେ । ସୌଭାଗ୍ୟକୁ ୧୯୮୧ ମସିହାରେ ନରସିଂହ ରାଓଙ୍କ ନେତୃତ୍ୱରେ କଂଗ୍ରେସ ସରକାର କେନ୍ଦ୍ରରେ କ୍ଷମତାସୀନ ହେଲାପରେ ସମ୍ବିଧାନର ୭୩ ଓ ୭୪ ତମ ସଂଶୋଧନ କରାଯାଇ ମହିଳମାନଙ୍କ ସଂରକ୍ଷଣ କାର୍ଯ୍ୟକାରୀ କରାଯାଇଥିଲା । ୨୦୦୯ ରେ ମନମୋହନ ସିଂହଙ୍କ ନେତୃତ୍ୱରେ ଉପା ସରକାର କ୍ଷମତାସୀନ ହେଲାପରେ ୨୦୧୦ ମାର୍ଚ୍ଚରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ବିଧେୟକ ରାଜ୍ୟ ସଭାରେ ମଧ୍ୟ ପାରିତ ହୋଇଥିଲା । ମହିଳା ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବାପାଇଁ ଜନଗଣନା ଓ ସୀମା ପୁନଃ ନିର୍ଦ୍ଧାରଣର କୌଣସି ଆବଶ୍ୟକତା ନାହିଁ କେବଳ ସମୟ ଟାଳିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଆଡମ୍ବରପୂର୍ଣ୍ଣ ସ୍ୱତନ୍ତ୍ର ଅଧିବେଶନ ଡାକି ଦେଶବାସୀଙ୍କୁ ଏବଂ ବିଶେଷକରି ମହିଳାମାନଙ୍କୁ ଭୁଆଁ ବୁଲାଇଛନ୍ତି । କେବଳ ମହିଳମାନଙ୍କ ଭୋଟ ହାତେଇବା ଏହା ଏକ ଅଭିନବ ପରିକଳ୍ପନା କରିଛନ୍ତି । କେବଳ ମଣିପୁର, ହରିୟାଣା, ଉତରପ୍ରଦେଶ ରେ ଘଟିଥିବା ଅମାନବୀୟ ମହିଳା ହିଂସା, ମହିଳା ନିର୍ଯ୍ୟାତନା, ମହିଳା ଧର୍ଷଣ ବିରୋଧରେ ଦେଶବାସୀ ସୃଷ୍ଟି ହୋଇଥିବା ପ୍ରତିକ୍ରିୟାରୁ ନଜର ଏଡ଼ାଇବା ହିଁ ସରକାରଙ୍କର ମୂଳ ଲକ୍ଷ୍ୟ ।

ଶ୍ରୀମତୀ ରଞ୍ଜିତ ରଞ୍ଜନ ଆଗାମୀ ସାଧାରଣ ନିର୍ବାଚନରେ ମହିଳା ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ଓ ସଂରକ୍ଷିତ ମହିଳା ଆସନ ମଧ୍ୟରେ ପଛୁଆବର୍ଗ ମହିଳମାନଙ୍କୁ ଅର୍ନ୍ତଭୁକ୍ତ କରିବାକୁ ଆହ୍ୱାନ ଦେଇଥିଲେ । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଉଦବୋଧନ ଦେଇ କହିଲେ ଯେ କେନ୍ଦ୍ର ବିଜେପି ସରକାର ନାରୀ ସମ୍ମାନ ଓ ନାରୀ ଅଧିକାରର ସୁରକ୍ଷା କ୍ଷେତ୍ରରେ ସଂପୂର୍ଣ୍ଣ ବିଫଳ । କେବଳ ମହିଳା ଭୋଟ ଉପରେ ଆଖି ରଖି ମହିଳା ସଂରକ୍ଷଣ ବିଧେୟକ ପାରିତ କରିବା ଘୋର ଆପତିଜନକ ।

କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ର ସମ୍ବିଧାନର ଧାରା ୮୨ର ଅବତାରଣା କରି କହିଥିଲେ ଯେ ୨୦୨୬ ପରେ ଯେଉଁ ଜନଗଣନା ହେବ ତାର ଆଧାରରେ ସୀମା ପୁନଃ ନିର୍ଦ୍ଧାରଣ ହୋଇ ପାରିବ । ୨୦୨୬ ପରେ ୨୦୩୧ ରେ ଜନଗଣନା ହେବ । ଜନଗଣନାର ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରକାଶ ପାଇଲା ବେଳକୁ ୨୦୩୩ ଶେଷ ହେବ । ୨୦୩୩ ପରେ ସୀମା ପୁନଃ ନିର୍ଦ୍ଧାରଣ ହେଲେ ପ୍ରକ୍ରିୟା ଚୂଡ଼ାନ୍ତ ହୋଇ ବିଜ୍ଞପ୍ତି ଜାରି ହେବାକୁ ନିହାତି କମରେ ୩-୪ ବର୍ଷ ଲାଗିବ । ସୁତରାଂ ୨୦୨୯ ନୁହେଁ ୨୦୩୯କୁ ହୁଏତ କାର୍ଯ୍ୟକାରୀ ହୋଇପାରେ । ମୋଦି ସରକାରର ଏହା ଏକ ଜୁମ୍‌ଲା ବୋଲି ସେ ଅଭିଯୋଗ କରିଥିଲେ । ଆଜି ପର୍ଯ୍ୟନ୍ତ ମଣିପୁର ଯାଇନଥିବା ପ୍ରଧାନମନ୍ତ୍ରୀଙ୍କ ହୃଦୟରେ ନାରୀର ସ୍ଥାନ କେଉଁଠି ତାହା ଅନୁମେୟ ।

ମିଡିଆ ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା ତାଙ୍କ ପ୍ରାରମ୍ଭିକ ବକ୍ତବ୍ୟରେ ସାଂସଦ ଶ୍ରୀମତୀ ରଞ୍ଜିତ ରଞ୍ଜନଙ୍କ ପରିଚୟ ଦେବା ସହ ତାଚ୍ଛଲ୍ୟ କରିଥିଲେ ମହିଳା ସଂରକ୍ଷଣ ବିଧେୟକ ସଂକ୍ରାନ୍ତରେ ମୋଦି ସରକାରର ଆସ୍‌ଫାଳନ ତୁଛାକୁ ଏତେ, ମୁଦି ନାହିଁ ଗୋଡ଼ କଚାଡ଼ୁ କେତେ? ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ତାରାପ୍ରସାଦ ବାହିନିପତି, ଅନନ୍ତ ପ୍ରସାଦ ସେଠୀ, ବିଜୟଲକ୍ଷ୍ମୀ ସାହୁ ଓ ବନ୍ଦୀତା ପରିଡ଼ା ଉପସ୍ଥିତ ଥିଲେ


Powered by Froala Editor

Tags opcc , congress , pradesh congress , odisha congress

Related articles Odisha News Lens 4.1

  • ୧୫ରେ ହେବାକୁ ଥିବା ନିଟ୍ ପିଜି ପରୀକ୍ଷା ସ୍ଥଗିତ
    ଦେଶ-ଦେଶାନ୍ତର

    ୧୫ରେ ହେବାକୁ ଥିବା ନିଟ୍ ପିଜି ପରୀକ୍ଷା ସ୍ଥଗିତ

    15403
    Jun 02, 2025
  • ପ୍ରଥମେ ଡାକିଲେ, ଦୁଇ ଦିନ ପରେ କହିଲେ କମ୍ପ୍ରୋମାଇଜ୍ କର : ପୂଜା
    ମନୋରଞ୍ଜନ

    ପ୍ରଥମେ ଡାକିଲେ, ଦୁଇ ଦିନ ପରେ କହିଲେ କମ୍ପ୍ରୋମାଇଜ୍ କର : ପୂଜା

    13544
    Jun 02, 2025
  • ଅବସାଦ ଦୂର କରିବାର ସହଜ ଉପାୟ ଜାଣନ୍ତୁ....
    ବିଶେଷ

    ଅବସାଦ ଦୂର କରିବାର ସହଜ ଉପାୟ ଜାଣନ୍ତୁ....

    14909
    Jun 02, 2025
  • ଜେଇଇ ଆଡଭାନ୍ସଡ ଫଳ: ସର୍ବଭାରତୀୟ ଟପ୍ପର ଦିଲ୍ଲୀର ରଜିତ ଗୁପ୍ତା
    ଦେଶ-ଦେଶାନ୍ତର

    ଜେଇଇ ଆଡଭାନ୍ସଡ ଫଳ: ସର୍ବଭାରତୀୟ ଟପ୍ପର ଦିଲ୍ଲୀର ରଜିତ ଗୁପ୍ତା

    14979
    Jun 02, 2025
  • ସିକିମରେ ଭୂସ୍ଖଳନ : ୩ ମୃତ, ୯ ଯବାନ ନିଖୋଜ
    ଦେଶ-ଦେଶାନ୍ତର

    ସିକିମରେ ଭୂସ୍ଖଳନ : ୩ ମୃତ, ୯ ଯବାନ ନିଖୋଜ

    13511
    Jun 02, 2025
  • କୋହଲିଙ୍କ ବାଙ୍ଗାଲୁରୁ ରେଷ୍ଟୁରାଣ୍ଟ ବିରୋଧରେ ରୁଜୁ ହେଲା ମାମଲା
    ଦେଶ-ଦେଶାନ୍ତର

    କୋହଲିଙ୍କ ବାଙ୍ଗାଲୁରୁ ରେଷ୍ଟୁରାଣ୍ଟ ବିରୋଧରେ ରୁଜୁ ହେଲା ମାମଲା

    14805
    Jun 02, 2025
  • ‘ରାମାୟଣ’ରେ ମୋହିତ : ସୁପରଷ୍ଟାରଙ୍କ ଉପରେ ଭାରୀ ପଡ଼ିବେ ଟେଲି ଅଭିନେତା
    ମନୋରଞ୍ଜନ

    ‘ରାମାୟଣ’ରେ ମୋହିତ : ସୁପରଷ୍ଟାରଙ୍କ ଉପରେ ଭାରୀ ପଡ଼ିବେ ଟେଲି ଅଭିନେତା

    15295
    Jun 02, 2025
  • ହ୍ରାସ ପାଇବ ଗୃହ ଋଣ ଏବଂ କାର ଋଣର ମାସିକ କିସ୍ତି
    ଦେଶ-ଦେଶାନ୍ତର

    ହ୍ରାସ ପାଇବ ଗୃହ ଋଣ ଏବଂ କାର ଋଣର ମାସିକ କିସ୍ତି

    15243
    Jun 02, 2025
  • ଫୋନ୍ ଗପି ଶିଶୁର ବୁଢ଼ା ଆଙ୍ଗୁଳି କାଟିଦେଲେ ନର୍ସ
    ଦେଶ-ଦେଶାନ୍ତର

    ଫୋନ୍ ଗପି ଶିଶୁର ବୁଢ଼ା ଆଙ୍ଗୁଳି କାଟିଦେଲେ ନର୍ସ

    14025
    Jun 02, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଫୋନ୍ ଗପି ଶିଶୁର ବୁଢ଼ା ଆଙ୍ଗୁଳି କାଟିଦେଲେ ନର୍ସ

    14025
    Jun 02, 2025
  • ମନୋରଞ୍ଜନ

    ପୁଣି ପରଦାକୁ ଫେରୁଛନ୍ତି ଚକ୍ରବର୍ତ୍ତୀ ସମ୍ରାଟ ପୃଥ୍ୱୀରାଜ

    15020
    Jun 02, 2025
  • ଦେଶ-ଦେଶାନ୍ତର

    ୧୫ରେ ହେବାକୁ ଥିବା ନିଟ୍ ପିଜି ପରୀକ୍ଷା ସ୍ଥଗିତ

    15403
    Jun 02, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16638
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16929
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15467
    Apr 03, 2021

ବିଶେଷ

  • ଅବସାଦ ଦୂର କରିବାର ସହଜ ଉପାୟ ଜାଣନ୍ତୁ....

    14909
    Jun 02, 2025
  • ନିୟମିତ ମଦ୍ୟପାନ କଲେ ଜିନ୍‌ରେ ଆସେ ପରିବର୍ତ୍ତନ

    15283
    Jun 02, 2025
  • ସିଝା ଅଣ୍ଡାରେ ମାଲିସ୍‌

    15108
    Jun 01, 2025
  • କଖାରୁ ଫୁଲ ଶରୀର ପାଇଁ ଭାରି ଉପକାରୀ

    15795
    Jun 01, 2025
  • ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହି ଫଳ ମନା

    13826
    May 31, 2025

ବାଣିଜ୍ୟ

କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଏକ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ନିକଟରେ ସମ୍ବଲପୁର ଜିଲ୍ଲାର ହୀରାକୁଦର ୧୬ଟି ଗ୍ରାମରେ ସେମାନଙ୍କ ଜୀବିକା ଉପାର୍ଜନରେ ରୂପାନ୍ତରଣ ଆଣିବା ନିମନ୍ତେ ପ୍ର ...

  • ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

    15686
    Apr 18, 2025
  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16300
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    14010
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14808
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ହ୍ରାସ ପାଇବ ଗୃହ ଋଣ ଏବଂ କାର ଋଣର ମାସିକ କିସ୍ତି

    15243
    Jun 02, 2025
  • ପୁଣି ପରଦାକୁ ଫେରୁଛନ୍ତି ଚକ୍ରବର୍ତ୍ତୀ ସମ୍ରାଟ ପୃଥ୍ୱୀରାଜ

    15020
    Jun 02, 2025
  • ଜେଇଇ ଆଡଭାନ୍ସଡ ଫଳ: ସର୍ବଭାରତୀୟ ଟପ୍ପର ଦିଲ୍ଲୀର ରଜିତ ଗୁପ୍ତା

    14979
    Jun 02, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In