Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, September 29, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପାକିସ୍ତାନକୁ କଡ଼ା ସମାଲୋଚନା କଲେ ଏସ୍‌. ...

  • ଦକ୍ଷିଣ ଆଫ୍ରିକାରେ ୨ଟି ଗୁଳିକାଣ୍ଡ ...

  • ସ୍ଥଗିତ ହେଲା ୩ ଦିନିଆ ସର୍ବଭାରତୀୟ ...

  • ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍

  • ଏସିଡ୍ ପିଇ ଗାୟିକା ଜସ୍ମିନ ମାଝୀଙ୍କ ...

  • ମନ କି ବାତ୍ କାର୍ୟ୍ୟକ୍ରମରେ ...

  • ଇରାନର ସାତଦିନିଆ ଅସ୍ତ୍ରବିରତି ...

  • ଆଜି ରବିବାର କିନ୍ତୁ ବ୍ୟାଙ୍କ ଖୋଲା

  • ସବୁଠୁ ଧନୀ ସେଲିବ୍ରିଟି ଶାହରୁଖ, ...

  • ଗହଣା କଲେକ୍ସନ୍ ରିଲ୍ସ ନିୟମିତ ଶେୟାର ...

ରାଜନୀତି
Home ›› ରାଜନୀତି ››ନାରୀ ବନ୍ଦନ ଅଧିନୀୟମ ମୋଦି ସରକାରର ଆଉ ଏକ ମିଥ୍ୟାଚାଲ- ରଞ୍ଜିତ ରଞ୍ଜନ

ନାରୀ ବନ୍ଦନ ଅଧିନୀୟମ ମୋଦି ସରକାରର ଆଉ ଏକ ମିଥ୍ୟାଚାଲ- ରଞ୍ଜିତ ରଞ୍ଜନ

2023-09-26 07:15:30
15285
Share:
Facebook
Twitter
E-Mail
WhatsApp
Telegram
ନାରୀ ବନ୍ଦନ ଅଧିନୀୟମ ମୋଦି ସରକାରର ଆଉ ଏକ ମିଥ୍ୟାଚାଲ- ରଞ୍ଜିତ ରଞ୍ଜନ

ଭୁବନେଶ୍ୱର  - ଲୋକସଭା ଓ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩ ଭାଗ ସ୍ଥାନ ସଂରକ୍ଷଣ ଉଦ୍ଦେଶ୍ୟରେ ମୋଦି ନେତୃତ୍ୱାଧିନ ବିଜେପି ସରକାର ପ୍ରଣୟନ କରିଥିବା ନାରୀ ବନ୍ଦନ ଅଧିନୀୟମ ବସ୍ତୁତଃ ଅର୍ଥହୀନ । ନାରୀ ବନ୍ଦନ ନାମରେ ନାରୀ ସଂରକ୍ଷଣ ବ୍ୟବସ୍ଥାକୁ କାର୍ଯ୍ୟକାରୀ ନ କରାଇବା ମହିଳାମାନଙ୍କ ପ୍ରତି ଘୋର ଅବିଚାର ବୋଲି ଅଖିଳ ଭାରତ କଂଗ୍ରେସ ମୁଖପାତ୍ର ତଥା ସାଂସଦ ଶ୍ରୀମତୀ ରଞ୍ଜିତ ରଞ୍ଜନ ଆଜି ଭୁବନେଶ୍ୱର କଂଗ୍ରେସ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମତବ୍ୟକ୍ତ କରିଛନ୍ତି । ଶ୍ରୀମତୀ ରଞ୍ଜିତ ରଞ୍ଜନ ଦେବୀ କଟାକ୍ଷ କରିଥିଲେ ଯେ ଆମେ ପୋଷ୍ଟ ଡେଟେଡ ଚେକ ବିଷୟରେ ଜାଣିଥିଲୁ କିନ୍ତୁ ପୋଷ୍ଟ ଡେଟେଡ ବିଲ କାନ କେବେ ଶୁଣିନଥିଲା ଯାହା ପ୍ରଧାନମନ୍ତ୍ରୀ ମୋଦି ମହାଶୟ ଦେଶବାସୀଙ୍କ ଆଗରେ ରଖିଛନ୍ତି । ମୋଦି ସରକାର ଏହି ମହିଳା ସଂରକ୍ଷଣ ବିଲ- ୨୦୨୩ ରେ ଯୋଡ଼ିଏ ସର୍ତ ରଖିଛନ୍ତି । ପ୍ରଥମରେ ଏହି ବିଲ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଆଇନରେ ପରିଣତ ହେଲେ ମଧ୍ୟ ୨୦୨୪ ରେ କାର୍ଯ୍ୟକାରୀ ହେବନାହିଁ । ୨୦୨୬ ପରେ ହେବାକୁଥିବା ଜନଗଣନା ପରେ ଓ ଦ୍ୱିତୀୟରେ ଲୋକସଭା ଏବଂ ବିଧାନସଭା ଆସନ ଗୁଡ଼ିକର ସୀମା ପୁନଃ ନିର୍ଦ୍ଧାରଣ ପରେ ଏହାର କାର୍ଯ୍ୟକାରୀ କରାଯିବ । ସୁତରାଂ କେଉଁ ନିର୍ଦ୍ଦିଷ୍ଟ ବର୍ଷ ବା ତାରିଖରେ ମହିଳାମାନଙ୍କୁ ଉଭୟ ଲୋକସଭା ଓ ବିଧାନସଭାରେ ୩୩ ଭାଗ ସଂରକ୍ଷଣ ମିଳିବ ତାହା କେନ୍ଦ୍ର ସରକାର କହିବାକୁ ଅକ୍ଷମ । ଯଦି ସଂସଦରେ ପାରିତ ବିଧେୟକ କେବେ କାର୍ଯ୍ୟକାରୀ ହେବ ସରକାର କହିବାକୁ ଅସମର୍ଥ ତେବେ ସ୍ୱତନ୍ତ୍ର ଅଧିବେଶ ଆହୁତ କରାଗଲା କାହିଁକି? ଏହା କ’ଣ ବହୁ ଆଡମ୍ବରେ ଲଘୁକ୍ରିୟା ନୁହେଁ କି? ଏହା ପଛରେ ନାରୀ ବନ୍ଦନା ନାମରେ ମହିଳାମାନଙ୍କୁ ସଂରକ୍ଷଣରୁ ବଂଚିତ କରିବା ଅଭିସନ୍ଧି ନାହିଁ କି ବୋଲି ସାଂସଦ ଶ୍ରୀମତୀ ରଞ୍ଜିତା ଦେବୀ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

ସେ ଉଲ୍ଲେଖ କରିଥିଲେ ଯେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କଂଗ୍ରେସର ମାନସ ସନ୍ତାନ । ସଂରକ୍ଷଣ ବ୍ୟବସ୍ଥାର ଇତିବୃତି ବାବଦରେ ବର୍ଣ୍ଣନା କରି ସାଂସଦ ମହୋଦୟା କହିଥିଲେ ଯେ ୧୯୮୯ ରେ ରାଜୀବ ଗାନ୍ଧୀ ସମ୍ବିଧାନ ସଂଶୋଧନ କରି ସାରା ଭାରତବର୍ଷର ତ୍ରିସ୍ତରୀୟ ପଂଚାୟତ ଅନୁଷ୍ଠାନ ମାନଙ୍କରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ବିଧେୟକ ଲୋକସଭାରେ ପାରିତ କରିଥିଲେ । କିନ୍ତୁ ଦୁର୍ଭାଗ୍ୟକୁ ଏହି ବିଲଟି ରାଜ୍ୟ ସଭାରେ ମାତ୍ର ୭ ଖଣ୍ଡ ଭୋଟରେ ପରାଜିତ ହେବାପରେ ଆଇନରେ ପରିଣତ ହୋଇପାରିନଥିଲା । ସେତେବେଳେ ବିଜେପିର ତୁଙ୍ଗ ନେତା ଲାଲ କୃଷ୍ଣ ଆଡଭାନୀ ଓ ରାମ ଜେଠାମାଳିନୀ ରାଜୀବ ଗାନ୍ଧୀଙ୍କର ଏହି ନିଷ୍ପତିକୁ ବିରୋଧ କରିଥିଲେ । ସୌଭାଗ୍ୟକୁ ୧୯୮୧ ମସିହାରେ ନରସିଂହ ରାଓଙ୍କ ନେତୃତ୍ୱରେ କଂଗ୍ରେସ ସରକାର କେନ୍ଦ୍ରରେ କ୍ଷମତାସୀନ ହେଲାପରେ ସମ୍ବିଧାନର ୭୩ ଓ ୭୪ ତମ ସଂଶୋଧନ କରାଯାଇ ମହିଳମାନଙ୍କ ସଂରକ୍ଷଣ କାର୍ଯ୍ୟକାରୀ କରାଯାଇଥିଲା । ୨୦୦୯ ରେ ମନମୋହନ ସିଂହଙ୍କ ନେତୃତ୍ୱରେ ଉପା ସରକାର କ୍ଷମତାସୀନ ହେଲାପରେ ୨୦୧୦ ମାର୍ଚ୍ଚରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ବିଧେୟକ ରାଜ୍ୟ ସଭାରେ ମଧ୍ୟ ପାରିତ ହୋଇଥିଲା । ମହିଳା ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବାପାଇଁ ଜନଗଣନା ଓ ସୀମା ପୁନଃ ନିର୍ଦ୍ଧାରଣର କୌଣସି ଆବଶ୍ୟକତା ନାହିଁ କେବଳ ସମୟ ଟାଳିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଆଡମ୍ବରପୂର୍ଣ୍ଣ ସ୍ୱତନ୍ତ୍ର ଅଧିବେଶନ ଡାକି ଦେଶବାସୀଙ୍କୁ ଏବଂ ବିଶେଷକରି ମହିଳାମାନଙ୍କୁ ଭୁଆଁ ବୁଲାଇଛନ୍ତି । କେବଳ ମହିଳମାନଙ୍କ ଭୋଟ ହାତେଇବା ଏହା ଏକ ଅଭିନବ ପରିକଳ୍ପନା କରିଛନ୍ତି । କେବଳ ମଣିପୁର, ହରିୟାଣା, ଉତରପ୍ରଦେଶ ରେ ଘଟିଥିବା ଅମାନବୀୟ ମହିଳା ହିଂସା, ମହିଳା ନିର୍ଯ୍ୟାତନା, ମହିଳା ଧର୍ଷଣ ବିରୋଧରେ ଦେଶବାସୀ ସୃଷ୍ଟି ହୋଇଥିବା ପ୍ରତିକ୍ରିୟାରୁ ନଜର ଏଡ଼ାଇବା ହିଁ ସରକାରଙ୍କର ମୂଳ ଲକ୍ଷ୍ୟ ।

ଶ୍ରୀମତୀ ରଞ୍ଜିତ ରଞ୍ଜନ ଆଗାମୀ ସାଧାରଣ ନିର୍ବାଚନରେ ମହିଳା ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ଓ ସଂରକ୍ଷିତ ମହିଳା ଆସନ ମଧ୍ୟରେ ପଛୁଆବର୍ଗ ମହିଳମାନଙ୍କୁ ଅର୍ନ୍ତଭୁକ୍ତ କରିବାକୁ ଆହ୍ୱାନ ଦେଇଥିଲେ । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଉଦବୋଧନ ଦେଇ କହିଲେ ଯେ କେନ୍ଦ୍ର ବିଜେପି ସରକାର ନାରୀ ସମ୍ମାନ ଓ ନାରୀ ଅଧିକାରର ସୁରକ୍ଷା କ୍ଷେତ୍ରରେ ସଂପୂର୍ଣ୍ଣ ବିଫଳ । କେବଳ ମହିଳା ଭୋଟ ଉପରେ ଆଖି ରଖି ମହିଳା ସଂରକ୍ଷଣ ବିଧେୟକ ପାରିତ କରିବା ଘୋର ଆପତିଜନକ ।

କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ର ସମ୍ବିଧାନର ଧାରା ୮୨ର ଅବତାରଣା କରି କହିଥିଲେ ଯେ ୨୦୨୬ ପରେ ଯେଉଁ ଜନଗଣନା ହେବ ତାର ଆଧାରରେ ସୀମା ପୁନଃ ନିର୍ଦ୍ଧାରଣ ହୋଇ ପାରିବ । ୨୦୨୬ ପରେ ୨୦୩୧ ରେ ଜନଗଣନା ହେବ । ଜନଗଣନାର ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରକାଶ ପାଇଲା ବେଳକୁ ୨୦୩୩ ଶେଷ ହେବ । ୨୦୩୩ ପରେ ସୀମା ପୁନଃ ନିର୍ଦ୍ଧାରଣ ହେଲେ ପ୍ରକ୍ରିୟା ଚୂଡ଼ାନ୍ତ ହୋଇ ବିଜ୍ଞପ୍ତି ଜାରି ହେବାକୁ ନିହାତି କମରେ ୩-୪ ବର୍ଷ ଲାଗିବ । ସୁତରାଂ ୨୦୨୯ ନୁହେଁ ୨୦୩୯କୁ ହୁଏତ କାର୍ଯ୍ୟକାରୀ ହୋଇପାରେ । ମୋଦି ସରକାରର ଏହା ଏକ ଜୁମ୍‌ଲା ବୋଲି ସେ ଅଭିଯୋଗ କରିଥିଲେ । ଆଜି ପର୍ଯ୍ୟନ୍ତ ମଣିପୁର ଯାଇନଥିବା ପ୍ରଧାନମନ୍ତ୍ରୀଙ୍କ ହୃଦୟରେ ନାରୀର ସ୍ଥାନ କେଉଁଠି ତାହା ଅନୁମେୟ ।

ମିଡିଆ ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା ତାଙ୍କ ପ୍ରାରମ୍ଭିକ ବକ୍ତବ୍ୟରେ ସାଂସଦ ଶ୍ରୀମତୀ ରଞ୍ଜିତ ରଞ୍ଜନଙ୍କ ପରିଚୟ ଦେବା ସହ ତାଚ୍ଛଲ୍ୟ କରିଥିଲେ ମହିଳା ସଂରକ୍ଷଣ ବିଧେୟକ ସଂକ୍ରାନ୍ତରେ ମୋଦି ସରକାରର ଆସ୍‌ଫାଳନ ତୁଛାକୁ ଏତେ, ମୁଦି ନାହିଁ ଗୋଡ଼ କଚାଡ଼ୁ କେତେ? ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ତାରାପ୍ରସାଦ ବାହିନିପତି, ଅନନ୍ତ ପ୍ରସାଦ ସେଠୀ, ବିଜୟଲକ୍ଷ୍ମୀ ସାହୁ ଓ ବନ୍ଦୀତା ପରିଡ଼ା ଉପସ୍ଥିତ ଥିଲେ


Powered by Froala Editor

Tags opcc , congress , pradesh congress , odisha congress

Related articles Odisha News Lens 4.1

  • ଆଜି ରବିବାର କିନ୍ତୁ ବ୍ୟାଙ୍କ ଖୋଲା
    ଦେଶ-ଦେଶାନ୍ତର

    ଆଜି ରବିବାର କିନ୍ତୁ ବ୍ୟାଙ୍କ ଖୋଲା

    14065
    Sep 27, 2026
  • ମନ କି ବାତ୍ କାର୍ୟ୍ୟକ୍ରମରେ ଦେଶବାସୀଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଲେ ...
    ଦେଶ-ଦେଶାନ୍ତର

    ମନ କି ବାତ୍ କାର୍ୟ୍ୟକ୍ରମରେ ଦେଶବାସୀଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଲେ ...

    15385
    Sep 27, 2026
  •  ଦକ୍ଷିଣ ଆଫ୍ରିକାରେ ୨ଟି ଗୁଳିକାଣ୍ଡ ଘଟଣାରେ ୨୭ ମୃତ
    ଦେଶ-ଦେଶାନ୍ତର

    ଦକ୍ଷିଣ ଆଫ୍ରିକାରେ ୨ଟି ଗୁଳିକାଣ୍ଡ ଘଟଣାରେ ୨୭ ମୃତ

    13764
    Sep 28, 2026
  • ଏସିଡ୍ ପିଇ ଗାୟିକା ଜସ୍ମିନ ମାଝୀଙ୍କ ଆତ୍ମହତ୍ୟା
    ଜିଲ୍ଲା ପରିକ୍ରମା

    ଏସିଡ୍ ପିଇ ଗାୟିକା ଜସ୍ମିନ ମାଝୀଙ୍କ ଆତ୍ମହତ୍ୟା

    14569
    Sep 28, 2026
  • ଇରାନର ସାତଦିନିଆ ଅସ୍ତ୍ରବିରତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ଇରାନର ସାତଦିନିଆ ଅସ୍ତ୍ରବିରତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଟ୍ରମ୍ପ

    15645
    Sep 27, 2026
  • ସ୍ଥଗିତ ହେଲା ୩ ଦିନିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ
    ଦେଶ-ଦେଶାନ୍ତର

    ସ୍ଥଗିତ ହେଲା ୩ ଦିନିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ

    13866
    Sep 28, 2026
  • ସବୁଠୁ ଧନୀ ସେଲିବ୍ରିଟି ଶାହରୁଖ, ସମ୍ପତ୍ତି ୧୦ ହଜାର କୋଟି
    ମନୋରଞ୍ଜନ

    ସବୁଠୁ ଧନୀ ସେଲିବ୍ରିଟି ଶାହରୁଖ, ସମ୍ପତ୍ତି ୧୦ ହଜାର କୋଟି

    15481
    Sep 27, 2026
  • ପାକିସ୍ତାନକୁ କଡ଼ା ସମାଲୋଚନା କଲେ ଏସ୍‌. ଜୟଶଙ୍କର
    ଦେଶ-ଦେଶାନ୍ତର

    ପାକିସ୍ତାନକୁ କଡ଼ା ସମାଲୋଚନା କଲେ ଏସ୍‌. ଜୟଶଙ୍କର

    14554
    Sep 28, 2026
  • ଗହଣା କଲେକ୍ସନ୍ ରିଲ୍ସ ନିୟମିତ ଶେୟାର କରୁଥିଲେ, ୟୁଟ୍ୟୁବରଙ୍କ ଘରେ କଳାକନା ବୁଲାଇଲେ ...
    ଅପରାଧ

    ଗହଣା କଲେକ୍ସନ୍ ରିଲ୍ସ ନିୟମିତ ଶେୟାର କରୁଥିଲେ, ୟୁଟ୍ୟୁବରଙ୍କ ଘରେ କଳାକନା ବୁଲାଇଲେ ...

    13671
    Sep 27, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଜିଲ୍ଲା ପରିକ୍ରମା

    ଏସିଡ୍ ପିଇ ଗାୟିକା ଜସ୍ମିନ ମାଝୀଙ୍କ ଆତ୍ମହତ୍ୟା

    14569
    Sep 28, 2026
  • ଦେଶ-ଦେଶାନ୍ତର

    ଦକ୍ଷିଣ ଆଫ୍ରିକାରେ ୨ଟି ଗୁଳିକାଣ୍ଡ ଘଟଣାରେ ୨୭ ମୃତ

    13764
    Sep 28, 2026
  • ମନୋରଞ୍ଜନ

    ସବୁଠୁ ଧନୀ ସେଲିବ୍ରିଟି ଶାହରୁଖ, ସମ୍ପତ୍ତି ୧୦ ହଜାର କୋଟି

    15481
    Sep 27, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17135
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17822
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17790
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18204
    Sep 06, 2023

ବିଶେଷ

  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    13701
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15688
    Sep 23, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଦ୍ୱାରା ହୋଇଥାଏ ଏହି ଅସୁବିଧା

    15253
    Sep 21, 2026
  • ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

    14628
    Sep 18, 2026
  • ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି

    14866
    Sep 11, 2026

ବାଣିଜ୍ୟ

ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍

ଏଣିକି ଗ୍ରାହକଙ୍କୁ ଆଉ ୨୮ ଦିନ ନୁହେଁ, ବରଂ ପୂରା ୩୦ ଦିନର ରିଚାର୍ଜ ପ୍ଲାନ୍ ମିଳିବ । ଏହା ସହ ଶସ୍ତା ଭଏସ୍ ପ୍ଲାନ୍ ବି ଉପଲବ୍ଧ ହେବ । ରବିବାର କେନ୍ଦ୍ର ସରକାର ଟେଲିକମ୍ ଗ୍ରାହକ ସୁରକ୍ଷା (ତ୍ରୟୋଦଶ ସଂଶୋଧନ) ନିୟମାବଳୀ ୨୦୨୬ କାର୍ଯ୍ୟକାରୀ କରିଛନ୍ତି । ଏହାଦ୍ୱାରା ଗ୍ରାହକଙ୍କୁ ଏବେ ବର୍ଷକୁ ୧୩ଟି ରିଚାର୍ଜରୁ ମ ...

  • ଆକ୍ସନ ଟେସା ଜାତୀୟ ବଢେଇ ଦିବସ ପାଳନ କଲା, ବଢେଇମାନଙ୍କ ନିମନ୍ତେ ବୃହତ୍‌ କଲ୍ୟାଣକାରୀ କାର୍ଯ୍ୟକ୍ରମ ଘୋଷଣା କଲା

    14095
    Sep 26, 2026
  • ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ କାଳାହାଣ୍ଡିର ୧୦୦୦ ରୁ ଅଧିକ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ସହିତ ଜୀବିକା ନିର୍ବାହରେ ସହାୟକ ହୋଇଛି

    15943
    Sep 23, 2026
  • ଆଇଆଇଏ ଓଡ଼ିଶା ଚାପ୍ଟରର ନୂଆ ଏକଜିକ୍ୟୁଟିଭ କମିଟି ୨୦୨୬-୨୮ ନିମନ୍ତେ ଦାୟିତ୍ଵ ଗ୍ରହଣ କଲେ

    14432
    Sep 17, 2026
  • EPFOରେ ବଡ଼ ପରିବର୍ତ୍ତନ, ୧୫,୦୦୦ ଟଙ୍କାରୁ ୨୫,୦୦୦ ବଢ଼ିଲା ଟଙ୍କା ସୀମା

    15624
    Sep 17, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସ୍ଥଗିତ ହେଲା ୩ ଦିନିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ

    13866
    Sep 28, 2026
  • ଇରାନର ସାତଦିନିଆ ଅସ୍ତ୍ରବିରତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଟ୍ରମ୍ପ

    15645
    Sep 27, 2026
  • ଏସିଡ୍ ପିଇ ଗାୟିକା ଜସ୍ମିନ ମାଝୀଙ୍କ ଆତ୍ମହତ୍ୟା

    14569
    Sep 28, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In